Posted inଭଦ୍ରକ

ଅର୍ଥନୀତିଜ୍ଞ ସନାତନ ମହାନ୍ତିଙ୍କ ପରଲୋକ

ଭଦ୍ରକ ଅଫିସ,୧୬।୫:  ଭଦ୍ରକର ସାରସ୍ବତ ସାଧକ, ଅର୍ଥନୀତିଜ୍ଞ ପ୍ରଫେସର ଡ. ସନାତନ ମହାନ୍ତି (୯୪)ଙ୍କର ଶନିବାର ଜାନୁଗଞ୍ଜସ୍ଥିତ ବାସଭବନରେ ପରଲୋକ ଘଟିଛି। ଆଗରପଡ଼ାସ୍ଥିତ କୁଅଁାଶମଢ଼ିଆ ପୈତୃକ ବାସଭବନ ଠାରେ ତାଙ୍କର ଶେଷକୃତ୍ୟ କରାଯାଇଛି। ପ୍ରଫେସର ମହାନ୍ତି ରାଜ୍ୟରେ ଜଣେ ଉଚ୍ଚକୋଟୀର ଅର୍ଥନୀତି ବିଶାରଦ, ଅଧ୍ୟାପକ ଭାବେ ପରିଚିତ। ତାଙ୍କ ରଚିତ ପ୍ରଥମ ପୁସ୍ତକ ‘ଇଂଲଣ୍ଡର ଅର୍ଥନୀତି ବିକାଶ’ ୧୯୭୯ରେ ପ୍ରକାଶିତ ହୋଇଥିଲା। ସେ ଭଦ୍ରକ ଇନ୍‌ଟାକର ଉପଦେଷ୍ଟା, ଗାନ୍ଧୀ ବିଚାର ମଞ୍ଚ, ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦର ପ୍ରତିଷ୍ଠାତା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଉପଦେଷ୍ଟା ଓ ମହତାବ ସ୍ମାରକୀ ପରିଷଦର ସଭାପତି ଥିଲେ। ଏହାବ୍ୟତୀତ ବହୁ ସାମାଜିକ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାଶ, ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri