ଆମେ ଶ୍ରେୟ ଦେଉନା

ଭାରତୀୟଙ୍କର ଅନ୍ୟ କାହାରିକୁ ଶ୍ରେୟ ଦେବାର ଚରିତ୍ର ଅଧିକାଂଶ ସମୟରେ ଦେଖିବାକୁ ମିଳେ ନାହିଁ। ଆମର ପୁରାଣଶାସ୍ତ୍ରରେ ରାବଣଙ୍କ ଭାଇ ବିଭୀଷଣଙ୍କୁ ଶ୍ରେୟ ଦେବା ପରିବର୍ତ୍ତେ ସମ୍ପୂର୍ଣ୍ଣ ରାମାୟଣରେ କେବଳ ରାମଙ୍କୁ ପ୍ରଶଂସା କରାଯାଇଛି। କିନ୍ତୁ ହୁଏତ ବିଭୀଷଣଙ୍କ ଅନୁପସ୍ଥିତିରେ ଯୁଦ୍ଧର କାହାଣୀ ଭିନ୍ନ ହୋଇପାରିଥାଆନ୍ତା। ପୂର୍ବରୁ ଶୁଣାଯାଉଥିଲା ଲାଇଟ୍‌ କମ୍‌ବାଟ ଏୟାରକ୍ରାଫ୍ଟ ବା ହାଲୁକା ଲଢ଼ୁଆ ବିମାନ (ଏଲ୍‌ସିଏ)କୁ ନିର୍ମାଣ କରିବାରେ ସମ୍ପୃକ୍ତ ଯୁବ ବୈଜ୍ଞାନିକ, ବୈଷୟିକବିତ୍‌ ଏବଂ ତା’ ସହିତ ଜଡ଼ିତ ଅନ୍ୟସବୁ ବିଭାଗର କେତେ ଜଣ ଯୁବକ ହିନ୍ଦୁସ୍ଥାନ ଏରୋନଟିକ୍ସରେ ଚାକିରି କରି ଅବସର ନେଇଗଲେ ପଛେ ସେମାନଙ୍କ ଦ୍ୱାରା ଜନ୍ମ ପାଇଥିବା ଏଲ୍‌ସିଏର ଶ୍ରେୟ ପାଇଲେ ନାହିଁ। ଅପରପକ୍ଷରେ ସେହି ବିମାନକୁ ବହୁ ବିଳମ୍ବରେ ଉଡ଼ାଣ କରିବାର ସୁଯୋଗ ମିଳିବା ଫଳରେ ତାହା ଭାରତୀୟ ବାୟୁସେନାର କାମରେ ଲାଗିପାରିଲା ନାହିଁ। ଏହି ଅନୀତି ପଛରେ ଜଣେ ପ୍ରସିଦ୍ଧ ଲୋକର ହାତ ଥିଲା। ନିଜେ ଶ୍ରେୟ ନେବା ପାଇଁ ଅନ୍ୟ କାହାରିକୁ ଉଧେଇବାକୁ ଦେଲେ ନାହିଁ କିମ୍ବା ସେହି ଉଡ଼ାଜାହାଜର ଦକ୍ଷ କାର୍ଯ୍ୟକାରିତା ଉପରେ ପ୍ରଭାବ ପଡ଼ିଲା। ନିକଟ ଅତୀତରେ ଏଭଳି ଅନେକ ଘଟଣା ଘଟିଛି, ଯେଉଁଥିରେ ଯିଏ ନାମ ଅର୍ଜନ କରିବା କଥା ସିଏ ଅନ୍ଧାରରେ ରହିଗଲେ ଏବଂ ଅନ୍ୟମାନେ ଡ୍ରାଇଭର ସିଟ୍‌ରେ ବସିପଡ଼ିଲେ।
ଗତ ସପ୍ତାହରେ କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଅଧ୍ୟକ୍ଷ ମନୋଜ ସୋନିଙ୍କ ଇସ୍ତଫା ମଧ୍ୟ ଏକ ସୁନ୍ଦର ଉଦାହରଣ। ଗୁଜରାଟର ଭଦୋଦରାସ୍ଥିତ ଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି (ମାତ୍ର ୪୦ ବର୍ଷ ବୟସରେ କୁଳପତି ହେବାରେ ଦେଶର ପ୍ରଥମ) ହେବା ପଛରେ ତାଙ୍କର ଉପଯୁକ୍ତ ଯୋଗ୍ୟତା ଥିଲା କି ନାହିଁ ତାହା ଅଜଣା। ଟାଣିଟୁଣି ତାଙ୍କୁ ସେହି ଆସନରେ ବସାଗଲା। ରାଜନୈତିକ ପାଣିପବନ ପରିବର୍ତ୍ତନ ଯୋଗୁ ସୋନିଙ୍କର ଭାଗ୍ୟ ଫିଟିଲା ଓ ସେ ୟୁପିଏସ୍‌ସି ଭଳି ମର୍ଯ୍ୟାଦାଜନକ ସଂସ୍ଥାର ଅଧ୍ୟକ୍ଷ ହୋଇପାରିଲେ। ଏହି ସିନେମାକୁ ଏହିଠାରେ ବିରତି ଦେବା। ଅନ୍ୟ ଏକ ଥିଏଟରକୁ ଗଲେ ପୂଜା ଖେଡ୍‌କରଙ୍କୁ ଦେଖିବା।
ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ୍‌ ଅଧିକାରୀ ହେଉଛନ୍ତି ପୂଜା ଖେଡ୍‌କର। ଜାତିଗତ ଓ ଭିନ୍ନକ୍ଷମ ପ୍ରମାଣପତ୍ରର ଅସତ୍ୟ କାଗଜପତ୍ର ଦେଇ ସେ ଏହି ଚାକିରି ହାସଲ କରିଥିବା କଥା ଉଠିଛି। ୟୁପିଏସ୍‌ସିର ସବୁ ନିୟମକୁ ଉଲ୍ଲଂଘନ କରି ସେ ୧୨ ଥର ପରୀକ୍ଷା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂଜାଙ୍କ ପିତା ଜଣେ ଅବସରପ୍ରାପ୍ତ ଅମଲାତନ୍ତ୍ରୀ। ଆଲୋଚନା ହେଉଛି ଝିଅକୁ ପ୍ରଶାସନିକ ସେବାରେ ଭର୍ତ୍ତି କରିବା ଲାଗି ସେ ଗଳଦ୍‌ଘର୍ମ ପ୍ରୟାସ କରିଛନ୍ତି। ଶିକ୍ଷାନବିସ ଥାଇ ପୂଜା ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରିଥିଲେ, ସେଥିରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅତିଷ୍ଠ ହୋଇପଡ଼ିଥିଲେ। ଏଭଳି କେତେକ କାରଣ ଯୋଗୁ ତାଙ୍କ ବିରୋଧରେ ଖୋଳତାଡ଼ ଆରମ୍ଭ ହେଲା। ସେହି ଖୋଳତାଡ଼ରୁ ତାଙ୍କର ସାର୍ଟିଫିକେଟ୍‌ ଜାଲିଆତି ଭଳି ଠକାମି ପଦାକୁ ଆସିଲା। ପୁଣି ଏହି ଖୋଳତାଡ଼ରୁ ୟୁପିଏସ୍‌ସିରେ ଘଟୁଥିବା ଅନେକ ବେଆଇନ କାର୍ଯ୍ୟ ସମ୍ପର୍କିତ ତଥ୍ୟ ବାହାରିବାକୁ ଲାଗିଲା। ପୂଜାଙ୍କ ତ୍ରୁଟିପୂର୍ଣ୍ଣ ଉପାୟରେ ଆଇଏଏସ୍‌ ଭିତରେ ପ୍ରବେଶ ସିଧାସଳଖ ୟୁପିଏସ୍‌ସିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା। ‘ବିରି ମାଡ଼ରେ କୋଳଥ ଚେପା’ ଭଳି ପରିସ୍ଥିତି ସୃଷ୍ଟି ହେଲା। ଫଳରେ ୟୁପିଏସ୍‌ସି ଅଧ୍ୟକ୍ଷ ପଦବୀରୁ ମନୋଜ ସୋନି ଇସ୍ତଫା ଦେଲେ। ଦେଖିବାକୁ ଗଲେ ହୁଏତ ମନୋଜଙ୍କ ବିରୋଧରେ ସିଧାସଳଖ କୌଣସି ଦୋଷାରୋପ ଲୋକଲୋଚନକୁ ଆସିନାହିଁ। କିନ୍ତୁ ୨୦୨୩ ମସିହାରେ ନିଯୁକ୍ତି ପାଇଥିବା ସୋନୀଙ୍କ କାର୍ଯ୍ୟକାଳ ୨୦୨୯ ପର୍ଯ୍ୟନ୍ତ ଥିଲା। ଅର୍ଥାତ୍‌ ଗତ ସପ୍ତାହରେ ଇସ୍ତଫା ଦେବା ପରେ ସୋନିଙ୍କ ସମ୍ମୁଖରେ ୫ ବର୍ଷ ବାକି ଥିଲା। କିନ୍ତୁ କି ଭୟ ମାଡ଼ିଆସିଲା ଯେ ମନୋଜ ସୋନି ସିଧାସଳଖ ଚମ୍ପଟ ମାରିଲେ।
ବାସ୍ତବରେ ଯାହା ସବୁ ଘଟିଲା ଏହାର ଶ୍ରେୟ ପୂଜା ନେବେ। ସ୍ବୀକାର କରିବାକୁ ହେବ ଯେ, ସୋନିଙ୍କ ଇସ୍ତଫାର ଶ୍ରେୟ ଯିବ ପୂଜାଙ୍କ ପାଖକୁ। କିନ୍ତୁ ଦେଶବ୍ୟାପୀ କେହି ଜଣେ ବି ପୂଜାଙ୍କୁ ପ୍ରଶଂସା କରୁନାହାନ୍ତି। ବରଂ ସବୁଆଡ଼ୁ ସେହି ମହିଳାଙ୍କୁ ଆକ୍ରମଣ କରାଯାଉଛି। ଏବେ ଚିନ୍ତା କରିବା ଦରକାର ମନୋଜ ସୋନି ନିଜର ୟୁପିଏସ୍‌ସି ପଦବୀ ଲାଭ କରିବାଠାରୁ ଆରମ୍ଭ କରି ୨୦ ଜୁଲାଇ ୨୦୨୪ ତାରିଖରେ ଇସ୍ତଫା ଦେବା ପର୍ଯ୍ୟନ୍ତ ଭାରତର ସିଭିଲ ସର୍ଭିସ ଯଥା ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌), ଭାରତୀୟ ପୋଲିସ ସେବା(ଆଇପିଏସ୍‌), ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଆଦି ପଦବୀରେ କେତେ ଜଣ ଅଫିସର ସୃଷ୍ଟି ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଅଯୋଗ୍ୟ ସନ୍ତାନ ଆମ ଦେଶର ଉନ୍ନତି ଓ ଭବିଷ୍ୟତ ଉପରେ ନିଜର ବିକୃତ ମାନସିକତା ସହିତ କାର୍ଯ୍ୟ କରିବେ।

ବାସ୍ତବରେ ଯାହା ସବୁ ଘଟିଲା ଏହାର ଶ୍ରେୟ ପୂଜା ନେବେ। ସ୍ବୀକାର କରିବାକୁ ହେବ ଯେ, ସୋନିଙ୍କ ଇସ୍ତଫାର ଶ୍ରେୟ ଯିବ ପୂଜାଙ୍କ ପାଖକୁ। କିନ୍ତୁ ଦେଶବ୍ୟାପୀ କେହି ଜଣେ ବି ପୂଜାଙ୍କୁ ପ୍ରଶଂସା କରୁନାହାନ୍ତି। ବରଂ ସବୁଆଡ଼ୁ ସେହି ମହିଳାଙ୍କୁ ଆକ୍ରମଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri