କରୋନାରେ ମରିବୁ ପଛେ, ପାଳନ କରିବୁ ବିଜୟ ଉତ୍ସବ: ଟିଏମ୍‌ସି କର୍ମୀ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) କ୍ଲିନ୍‌ ସ୍ବିପ୍‌ କରିଛି। ଦଳର ସଫଳତା ନେଇ ଖୁସିରେ ଟିଏମ୍‌ସି କର୍ମୀମାନେ ନିର୍ବାଚନ କମିଶନ(ଇସି)ଙ୍କ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରିଛନ୍ତି। କର୍ମୀମାନେ କହିଛନ୍ତି ଯେ, କରୋନାରେ ମରିବୁ ପଛେ, ବିଜୟ ଉତ୍ସବ ପାଳନ କରିବୁ। ସ୍ଥାନୀୟ ପୋଲିସ ବାହିନୀ ଏପରିସ୍ଥଳେ କେବଳ ଉପାୟ ଶୂନ୍ୟ ହୋଇ ଛିଡ଼ା ହୋଇ ରହିଥିବାର ଦେଖିବାକୁ ମିଳୁଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ମେ’୨ରେ ଡ଼ିର୍ବାଚନ ଫଳାଫଳ ପରେ ବିଜୟ ଉତ୍ସବ ପାଳନ ନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଟିଏମ୍‌ସି କର୍ମୀ ଏହାକୁ ମାନୁ ନ ଥିବା କୁହାଯାଉଛି।

Share