Posted inଜାତୀୟ

ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛେ ଆମେ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୩୧।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୧ ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ସ୍ବାଧିନତାର ୭୫ ବର୍ଷ ପାଳନ ଅବସରରେ ଆମେ ସଭିଏଁ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛେ । ଭଗବାନ ଆମକୁ ଏହି ମହାନ ଭାଗ୍ୟ ଦେଇଛନ୍ତି।

ଶହୀଦ ଉଧମ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଆମେ ସମସ୍ତେ ଦେଶବାସୀ ତାଙ୍କର ପ୍ରାଣବଳୀ ଏବଂ ଅଦମ୍ୟ ସାହାସ ପାଇଁ ପ୍ରଣାମ କରୁଛୁ। ଦେଶ ପାଇଁ ଜୀବନ ଦେଇଥିବା ଅନ୍ୟ ସମସ୍ତ ମହାନ ବିପ୍ଳବୀଙ୍କୁ ମୁଁ ମୋର ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧିନତାର ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନର ରୂପ ନେଉଥିବାର ଦେଖି ମୁଁ ବହୁତ ଖୁସି। ବିଭିନ୍ନ ବର୍ଗର ତଥା ସମାଜର ପ୍ରତ୍ୟେକ ବିଭାଗର ଲୋକମାନେ ଏହା ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଚଳିତ ଜୁଲାଇରେ ଆଜାଦି କି ଟ୍ରେନ ଏବଂ ରେଳ ଷ୍ଟେଶନ ନାମକ ଏକ ପ୍ରୟାସ କରାଯାଇଛି। ଏହି ପ୍ରୟାସର ଲକ୍ଷ୍ୟ ହେଉଛି ସ୍ବାଧୀନତା ସଂଗ୍ରାମରେ ଲୋକମାନେ ଭାରତୀୟ ରେଳର ଭୂମିକା ସମ୍ପର୍କରେ ଅବଗତ ହେବେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଝାଡଖଣ୍ଡର ଗୋମୋ ଜଙ୍କଶନ ବର୍ତ୍ତମାନ ସରକାରୀ ଭାବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କଶନ ଗୋମୋ ନାମରେ ପରିଚିତ। ନେତାଜୀ ଏହି ଷ୍ଟେଶନରେ କାଲକା ମେଲରେ ବସି ବ୍ରିଟିଶ ଅଧିକାରୀଙ୍କୁ ଚକମା ଦେବାରେ ସଫଳ ହୋଇଥିଲେ। ଏହିପରି ୭୫ ଟି ରେଳ ଷ୍ଟେଶନ ଦେଶର ୨୪ ଟି ରାଜ୍ୟରେ ଚିହ୍ନଟ କରାଯାଇଛି। ଏସବୁ ଷ୍ଟେଶନକୁ ସ୍ବାଧିନତାର ୭୫ ବର୍ଷ ପାଳନ ଅବସରରେ ଅତି ସୁନ୍ଦର ଭାବରେ ସଜାଯାଇଛି। ଏହା ସହିତ ଅନେକ ପ୍ରକାରର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତାର ଅମୃତ ମହୋତ୍ସବରେ ଆୟୋଜିତ ହେଉଥିବା ଏହି ସମସ୍ତ କାର୍ଯ୍ୟକ୍ରମର ସବୁଠାରୁ ବଡ ବାର୍ତ୍ତା ହେଉଛି ଯେ ଆମେ ଦେଶବାସୀ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଆମର କର୍ତ୍ତବ୍ୟ ପାଳନ କରିବା ଉଚିତ। ଏହାଦ୍ୱାରା ଆମେ ସେହି ଅଗଣିତ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନକୁ ପୂରଣ କରିବାକୁ ସମର୍ଥ ହେବା। ସେମାନଙ୍କର ସ୍ବପ୍ନର ଭାରତ ଗଠନ କରିବାରେ ସକ୍ଷମ ହେବା। ସେଥିପାଇଁ ଆମର ଆଗାମୀ ୨୫ ବର୍ଷର ଏହି ଅମୃତ ସମୟ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ କର୍ତ୍ତବ୍ୟ ପାଳନର ସମୟ। ଆମର ସ୍ବାଧୀନତା ସଂଗ୍ରାମୀମାନେ ଆମକୁ ଏହି ଦାୟିତ୍ୱ ଦେଇଛନ୍ତି ଏବଂ ଆମକୁ ଏହାକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରିବାକୁ ପଡିବ।

ଆମର ପାରମ୍ପାରିକ ସ୍ବାସ୍ଥ୍ୟ ବିଜ୍ଞାନରେ ମହୁକୁ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆୟୁର୍ବେଦ ଗ୍ରନ୍ଥଗୁଡ଼ିକରେ ମହୁକୁ ଅମୃତ ବୋଲି ବର୍ଣ୍ଣନା କରାଯାଇଛି। ମହୁ, ଆମକୁ ସ୍ବାଦ ଦେବା ସହିତ ସୁସ୍ବାସ୍ଥ୍ୟ ମଧ୍ୟ ଦେଇଥାଏ। ଆଜି ମହୁ ଉତ୍ପାଦନରେ ଏତେ ସମ୍ଭାବନା ଅଛି ଯେ ଅଧ୍ୟୟନ କରୁଥିବା ଯୁବବର୍ଗମାନେ ମଧ୍ୟ ଏହାକୁ ସେମାନଙ୍କର ଆତ୍ମନିର୍ଭରଶୀଳ ହେବାର ମାଧ୍ୟମ ଭାବେ ଗ୍ରହଣ କରୁଛନ୍ତି । ଯୁବବର୍ଗମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି ଦେଶ ମହୁ ଉତ୍ପାଦନରେ ଆଗୁଆ ରହିଛି। ଆପଣ ଜାଣି ଖୁସି ହେବେ ଯେ ଦେଶରୁ ମହୁ ରପ୍ତାନି ମଧ୍ୟ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜାଦିର ଅମୃତ ମହୋତ୍ସବର ଏକ ଅଂଶ ଭାବରେ, ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅଭିଯାନ ହର ଘର ତ୍ରିରଙ୍ଗା ଆୟୋଜନ କରାଯାଉଛି । ଏହି ଅଭିଯାନର ଏକ ଅଂଶ ହୋଇ, ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଆପଣମାନଙ୍କ ଘରେ ତ୍ରିରଙ୍ଗାକୁ ଉତ୍ତୋଳନ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri