Posted inଖେଳ

କିମ୍ବଦନ୍ତୀ ଫୁଟ୍‌ବଲର ରୁନିଙ୍କ ଅବସର

ଲଣ୍ଡନ,୧୫।୧: ନିଜ ସମୟର ଶ୍ରେଷ୍ଠ ଇଂଲିଶ ଖେଳାଳି ବିବେଚିତ ହେଉଥିବା ଓ୍ବେନ ରୁନି ନିଜ ଜାଜ୍ଜୁଲ୍ୟମୟ କ୍ୟାରିୟରରେ ଟାଣିଛନ୍ତି ପୂର୍ଣ୍ଣଛେଦ। ଦ୍ୱିତୀୟ ସ୍ତରର କ୍ଲବ ଡର୍ବି କାଉଣ୍ଟି ମ୍ୟାନେଜର ପଦରେ ନିଯୁକ୍ତ ହେବା ପରେ ଶନିବାର ଏହି ଘୋଷଣା କରିଛନ୍ତି ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଖେଳାଳି। ସଂଘର୍ଷ କରୁଥିବା ଚାମ୍ପିୟନଶିପ୍‌ କ୍ଲବ ୩୫ ବର୍ଷୀୟ ରୁନିଙ୍କ ସହ ଅଢ଼େଇ ବର୍ଷ ଲାଗି ଚୁକ୍ତି କରିଛି।

ଅନ୍ତର୍ଜାତୀୟ ସ୍ତରରେ ରୁନି ୫୩ଟି ଗୋଲ ସ୍କୋର କରିଛନ୍ତି, ଯାହାକି ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ। ଆଉ ତାଙ୍କ ନାମରେ ରହିଛି ମାଞ୍ଚେଷ୍ଟର ୟୁନାଇଟେଡ୍‌ କ୍ଲବ ପାଇଁ ସର୍ବାଧିକ ଗୋଲ ସ୍କୋର କରବାର ରେକର୍ଡ। ଏକ ବର୍ଷ ତଳେ ଖେଳାଳି କମ୍‌ ଅନ୍ତରୀଣ କୋଚ୍‌ ଭାବେ ଏମ୍‌ଏଲ୍‌ଏସ୍‌ କ୍ଲବ ଡିସି ଛାଡ଼ି ଡର୍ବି କ୍ଲବରେ ଯୋଗ ଦେଇଥିଲେ ରୁନି। ନେଦରଲାଣ୍ଡର ଫିଲିପ କୋକୁଙ୍କ ସହ ଗତ ନଭେମ୍ବରରେ ସମ୍ପର୍କ ଛିନ୍ନ କରିବା ପରେ ରୁନି ଡର୍ବି ଦଳର ଅନ୍ତରୀଣ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ଇଂଲଣ୍ଡର ସର୍ବକନିଷ୍ଠ ଖେଳାଳି ଭାବେ ଗୋଲ ସ୍କୋର କରିବାର ରେକର୍ଡ ରୁନିଙ୍କ ନାମରେ ରହିଛି। ୨୦୦୩ରେ ୧୭ ବର୍ଷ ବୟସରେ କ୍ୟାରିୟର ଆରମ୍ଭ କରିଥିବା ଫରଓ୍ବାର୍ଡ ଖେଳାଳି ୨୦୧୮ରେ ଇଂଲଣ୍ଡ ପକ୍ଷରୁ ଅନ୍ତିମ ଥର ପ୍ରତିନିଧିତ୍ୱ କରିଥିଲେ। ମାଞ୍ଚେଷ୍ଟର ୟୁନାଇଟେଡ୍‌ ପାଇଁ ରୁନି ୨୫୩ ଗୋଲ ସ୍କୋର କରିଥିଲେ, ଯାହାକି କ୍ଲବ ପାଇଁ ଆଜି ମଧ୍ୟ ଏକ ରେକର୍ଡ ହୋଇ ରହିଛି। ତାଙ୍କ ପ୍ରତିନିଧିତ୍ୱରେ ଏହି ଦଳ ହାତେଇ ଥିଲା ୫ ଥର ଲିଗ୍‌ ଟାଇଟଲ ଓ ଚାମ୍ପିୟନ୍ସ ଲିଗ୍‌ ଟ୍ରଫି। ଆଉ ଇଂଲଣ୍ଡ ପାଇଁ ସର୍ବାଧିକ ୧୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ଏହା ଥିଲା ରୁନିଙ୍କ କ୍ୟାରିୟରର ଉଲ୍ଲେଖନୀୟ ବିଷୟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri