Posted inଖେଳ

କିମ୍ବଦନ୍ତୀ ଫୁଟ୍‌ବଲର ରୁନିଙ୍କ ଅବସର

ଲଣ୍ଡନ,୧୫।୧: ନିଜ ସମୟର ଶ୍ରେଷ୍ଠ ଇଂଲିଶ ଖେଳାଳି ବିବେଚିତ ହେଉଥିବା ଓ୍ବେନ ରୁନି ନିଜ ଜାଜ୍ଜୁଲ୍ୟମୟ କ୍ୟାରିୟରରେ ଟାଣିଛନ୍ତି ପୂର୍ଣ୍ଣଛେଦ। ଦ୍ୱିତୀୟ ସ୍ତରର କ୍ଲବ ଡର୍ବି କାଉଣ୍ଟି ମ୍ୟାନେଜର ପଦରେ ନିଯୁକ୍ତ ହେବା ପରେ ଶନିବାର ଏହି ଘୋଷଣା କରିଛନ୍ତି ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଖେଳାଳି। ସଂଘର୍ଷ କରୁଥିବା ଚାମ୍ପିୟନଶିପ୍‌ କ୍ଲବ ୩୫ ବର୍ଷୀୟ ରୁନିଙ୍କ ସହ ଅଢ଼େଇ ବର୍ଷ ଲାଗି ଚୁକ୍ତି କରିଛି।

ଅନ୍ତର୍ଜାତୀୟ ସ୍ତରରେ ରୁନି ୫୩ଟି ଗୋଲ ସ୍କୋର କରିଛନ୍ତି, ଯାହାକି ଇଂଲଣ୍ଡ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ। ଆଉ ତାଙ୍କ ନାମରେ ରହିଛି ମାଞ୍ଚେଷ୍ଟର ୟୁନାଇଟେଡ୍‌ କ୍ଲବ ପାଇଁ ସର୍ବାଧିକ ଗୋଲ ସ୍କୋର କରବାର ରେକର୍ଡ। ଏକ ବର୍ଷ ତଳେ ଖେଳାଳି କମ୍‌ ଅନ୍ତରୀଣ କୋଚ୍‌ ଭାବେ ଏମ୍‌ଏଲ୍‌ଏସ୍‌ କ୍ଲବ ଡିସି ଛାଡ଼ି ଡର୍ବି କ୍ଲବରେ ଯୋଗ ଦେଇଥିଲେ ରୁନି। ନେଦରଲାଣ୍ଡର ଫିଲିପ କୋକୁଙ୍କ ସହ ଗତ ନଭେମ୍ବରରେ ସମ୍ପର୍କ ଛିନ୍ନ କରିବା ପରେ ରୁନି ଡର୍ବି ଦଳର ଅନ୍ତରୀଣ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ଇଂଲଣ୍ଡର ସର୍ବକନିଷ୍ଠ ଖେଳାଳି ଭାବେ ଗୋଲ ସ୍କୋର କରିବାର ରେକର୍ଡ ରୁନିଙ୍କ ନାମରେ ରହିଛି। ୨୦୦୩ରେ ୧୭ ବର୍ଷ ବୟସରେ କ୍ୟାରିୟର ଆରମ୍ଭ କରିଥିବା ଫରଓ୍ବାର୍ଡ ଖେଳାଳି ୨୦୧୮ରେ ଇଂଲଣ୍ଡ ପକ୍ଷରୁ ଅନ୍ତିମ ଥର ପ୍ରତିନିଧିତ୍ୱ କରିଥିଲେ। ମାଞ୍ଚେଷ୍ଟର ୟୁନାଇଟେଡ୍‌ ପାଇଁ ରୁନି ୨୫୩ ଗୋଲ ସ୍କୋର କରିଥିଲେ, ଯାହାକି କ୍ଲବ ପାଇଁ ଆଜି ମଧ୍ୟ ଏକ ରେକର୍ଡ ହୋଇ ରହିଛି। ତାଙ୍କ ପ୍ରତିନିଧିତ୍ୱରେ ଏହି ଦଳ ହାତେଇ ଥିଲା ୫ ଥର ଲିଗ୍‌ ଟାଇଟଲ ଓ ଚାମ୍ପିୟନ୍ସ ଲିଗ୍‌ ଟ୍ରଫି। ଆଉ ଇଂଲଣ୍ଡ ପାଇଁ ସର୍ବାଧିକ ୧୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ଏହା ଥିଲା ରୁନିଙ୍କ କ୍ୟାରିୟରର ଉଲ୍ଲେଖନୀୟ ବିଷୟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri