Posted inଜାତୀୟ

Wayanad Landslide: ଭୂସ୍ଖଳନରେ ମାଟିତଳେ ଚାପି ହୋଇ ଜଣେ ବ୍ୟକ୍ତି କେତେ ସମୟ ବଞ୍ଚିପାରିବେ?

ଓ୍ବାୟନାଡ,୩୧।୭: କେରଳର ୱାୟାନାଡରେ ଜଳ ପ୍ରଳୟ। ପ୍ରକୃତିର ତାଣ୍ଡବ ଯୋଗୁ ଛାରଖାର ହୋଇଯାଛି ଓ୍ବାୟନାଡ। କହିବାକୁ ଗଲେ ଅଞ୍ଚଳର ସବୁ ଗାଁ ଗଣ୍ଡା ଧୋଇ ହୋଇ ଯାଇଛି। ପ୍ରବଳ ବର୍ଷା ହେତୁ ସୋମବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି ଯେଉଁଥିରେ ଘର, ବ୍ରିଜ ଏବଂ ଯାନବାହନ ଧୋଇ ହୋଇଯାଇଛି। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୫୮ ଜଣଙ୍କର ମୃତ୍ୟୁ ହୋଇଛି। ଭୂସ୍ଖଳନ ଯୋଗୁଁ ୧୮୬ ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ଏହି ଭୂସ୍ଖଳନରେ ୧୦୦ରୁ ଅଧିକ ଲୋକ ପୋତି ହୋଇଥିବାର ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ଜଣେ ବ୍ୟକ୍ତି ବର୍ଜ୍ୟବସ୍ତୁ ତଳେ ଚାପି ହୋଇଯିବା ଦ୍ୱାରା କେତେ ସମୟ ଯାଏଁ ବଞ୍ଚି ପାରିବ?

ପ୍ରତିବର୍ଷ ଭୂସ୍ଖଳନ ହେତୁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଭୂସ୍ଖଳନରେ ଫସି ରହିଥିବା ଅନେକ ଲୋକଙ୍କୁ ବେଳେବେଳେ ସର୍ଚ୍ଚ ଅପରେସନ କରି ଜୀବନ୍ତ ଉଦ୍ଧାର କରାଯାଇଥାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଯଦି ଭୂସ୍ଖଳନରେ ଫସି ରହିଥିବା ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିପାରିବ? କହିରଖୁଛୁ କି, ମାଟି ସ ବର୍ଜ୍ୟବସ୍ତୁ ତଳେ ଚାପି ରହି ବ୍ୟକ୍ତିଜରକ ଅମ୍ଳଜାନ ଗ୍ରହଣ କରୁଛି କି ନାହିଁ ତାହା ଉପରେ ତା’ର ଜିଇଁବାର ଆଶା କୁହାଯାଇପାରେ। ଯଦି କୌଣସି ବ୍ୟକ୍ତି ଭୂସ୍ଖଳନରେ ପୋତି ହୋଇଯିବା ପରେ ଅମ୍ଳଜାନ ପାଆନ୍ତି, ତେବେ ସେ ଖାଦ୍ୟ ଏବଂ ଜଳ ବିନା ୩-୪ ଦିନ ବଞ୍ଚିପାରିବେ। କିନ୍ତୁ ଯଦି ସେହି ବ୍ୟକ୍ତି ଅମ୍ଳଜାନ ପାଇବେ ନାହିଁ ତେବେ ସେ ପ୍ରାୟ ୫ ମିନିଟ ମଧ୍ୟରେ ମରିଯିବେ। ଏହା ବ୍ୟତୀତ, କାଦୁଅ ଓଜନରେ ଜଣେ ବ୍ୟକ୍ତିର ଶରୀରର କୌଣସି ଅଙ୍ଗ ଭାଙ୍ଗି ଯାଇପାରେ। ଏତିରେ ମଧ୍ୟ କୌଣସି ବ୍ୟକ୍ତିର ଜୀବନ ଚାଲିଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri