Posted inଖେଳ

କ୍ରିକେଟରୁ ଓ୍ବାଟସନଙ୍କ ଅବସର ଘୋଷଣା

ସିଡନୀ,୪।୧୧(ପି.ଟି.): ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ସେନ୍‌ ଓ୍ବାଟସନ ମଙ୍ଗଳବାର ପ୍ରତିଯୋଗିତାମୂଳକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହିତ ତାଙ୍କ ୨୦ ବର୍ଷର କ୍ୟାରିୟରର ଅନ୍ତ ଘଟିଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ତାଙ୍କ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ବିଦାୟ ନେବା ପରେ ସେ ଅବସର ନିଷ୍ପତ୍ତି ନେଇଥିଲେ। ଦୀର୍ଘ ଦୁଇ ଦଶନ୍ଧିର କ୍ୟାରିୟରରେ କ୍ରିକେଟକୁ ଉପଭୋଗ କରିଛି।
ତେବେ ୨୦୧୬ରେ ୩୯ ବର୍ଷୀୟ ଓ୍ବାଟସନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଥିଲେ। ଗତବର୍ଷ ମଧ୍ୟ ଅଷ୍ଟ୍ରେଲୀୟ ଟି୨୦ ଲିଗ୍‌ ବିଗ୍‌ ବାସ୍‌ରୁ ମଧ୍ୟ ଅବସର ଘୋଷଣା କରିଥିଲେ। ପିଲାଟି ବେଳୁ ଅଷ୍ଟ୍ରେଲିଆ ପାଇଁ କ୍ରିକେଟ ଖେଳିବି ବୋଲି ସ୍ବପ୍ନ ଦେଖୁଥିଲି ଓ ଏଥିରେ ମଧ୍ୟ ସଫଳ ହୋଇଥିଲି ବୋଲି ସେ କହିଛନ୍ତି। ଏବେ ସବୁ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରୁଛି ବୋଲି ଓ୍ବାଟସନ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି। ଏହାର ଏକ ଲିଙ୍କ୍‌ ତାଙ୍କ ଟ୍ୟୁଟର ହ୍ୟାଣ୍ଡଲ୍‌ରେ ପୋଷ୍ଟ କରାଯାଇଛି।
ମୋର ପ୍ରିୟ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଶେଷ ମ୍ୟାଚ୍‌ ଖେଳିସାରିଛି। ଗତ ୩ ବର୍ଷ ହେବ ଏହି ଦଳ ମୋ ପାଇଁ ବେଶ୍‌ ଉତ୍ତମ ସାବ୍ୟସ୍ତ ହୋଇଛି। ଓ୍ବାଟସନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବେଶ୍‌ ଉଜ୍ଜ୍ୱଳମୟ ସାବ୍ୟସ୍ତ ହୋଇଛି। ସେ ୫୯ ଟେଷ୍ଟ, ୧୯୦ ଦିନିକିଆ ଓ ୫୮ଟି ଟି୨୦ ମ୍ୟାଚ୍‌ ଖେଳି ମୋଟ ୧୦, ୯୫୦ ରନ ସଂଗ୍ରହ କରିଛନ୍ତି। ସେ ମଧ୍ୟ ଅଷ୍ଟ୍ରେଲିଆ ପାଇଁ ୨୯୧ ଉଇକେଟ ହାସଲ କରିଥିଲେ। ସେ ୧୪୫ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୩୮୭୪ ରନ ସଂଗ୍ରହ କରିଛନ୍ତି। ଏଥିରେ ୪ଟି ଶତକ ଓ ୨୧ଟି ଅର୍ଦ୍ଧଶତକ ସାମିଲ ରହିଛି। ସେ ମଧ୍ୟ ୯୨ଟି ଆଇପିଏଲ୍‌ ଉଇକେଟ ହାସଲ କରିଛନ୍ତି।
ଏହି ଅବସରରେ ଓ୍ବାଟସନ ନିଜ କୋଚ୍‌, ମେଣ୍ଟର, ଟିମ୍‌ ମେଟ, ପ୍ରଶଂସକ, ପରିବାରର ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଚଳିତ ଆଇପିଏଲ୍‌ରେ ଓ୍ବାଟସନ ୨୯୯ ରନ ସଂଗ୍ରହକରି ତାଙ୍କ ଅଭିଯାନ ଶେଷ କରିଛନ୍ତି। ଚେନ୍ନାଇ ଅବଶ୍ୟ ପ୍ରଥମଥର ପାଇଁ ପ୍ଲେ- ଅଫ୍‌କୁ କ୍ୱାଲିଫାଏ କରିବାରେ ଏଥର ବିଫଳ ହୋଇଛି। ଭିନ୍ନ ଭିନ୍ନ ଦଳ ତରଫରୁ ପ୍ରତିନିଧିତ୍ୱ କରି ସେ ଦୁଇଟି ଆଇପିଏଲ୍‌ ଟାଇଟଲ ଜିତି ବିରଳ ସଫଳତ ହାସଲ କରିଛନ୍ତି। ପୂର୍ବରୁ ସେ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳି ପ୍ରାରମ୍ଭିକ ସଂସ୍କରଣରେ ଟାଇଟଲ ଜିତିଥିଲେ। ଏଥିରେ ସେ ୧୭ଟି ଉଇକେଟ ନେବା ସହ ୪୭୨ ରନ ସଂଗ୍ରହ କରିଥିଲେ। ୨୦୧୮ରେ ସେ ଚେନ୍ନାଇ ତରଫରୁ ୫୫୫ ରନ ସଂଗ୍ରହ କରିବା ସହ ୬ ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri