Posted inଫୁରସତ

ମହାରାଷ୍ଟ୍ରର ଜଳପ୍ରପାତ

ଖରାଦିନେ ପାଣି ପାଖରେ ସମୟ କାଟିଲେ ନିଆରା ଆନନ୍ଦ ମିଳେ। ତେଣିକି ସେ ନୀଳ ସମୁଦ୍ର ହେଉ ଅବା ଜଳପ୍ରପାତ ବା ଝରଣାର ଜଳ। ମହାରାଷ୍ଟ୍ରରେ କିନ୍ତୁ ଏସବୁ କିଛି ଉପଲବ୍ଧ। ହେଲେ ବେଶୀ ଭିଡ଼ ଦେଖିବାକୁ ମିଳେ ସମୁଦ୍ରତଟରେ। ତେଣୁ ଯେଉଁମାନଙ୍କୁ ଭିଡ଼ ପସନ୍ଦ ନୁହେଁ ଅଥଚ ପାଣିର କଳକଳ ନାଦ ପ୍ରିୟ ଲାଗେ ସେମାନଙ୍କ ପାଇଁ ମହାରାଷ୍ଟ୍ରର କେତୋଟି ଲୋକପ୍ରିୟ ଜଳପ୍ରପାତ ସମ୍ପର୍କରେ ଏଠାରେ ଉଲ୍ଲେଖ କରାଗଲା। ଯେଉଁଠାକୁ ପରିବାର ସଙ୍ଗେ ବୁଲିଯାଇ ପର୍ଯ୍ୟଟକ ନିଆରା ଆନନ୍ଦ ଲଭିବା ସହ ଖରାଦିନେ ଶାନ୍ତି ଅନୁଭବ କରିପାରିବେ…

 

ମାଲସେଜ ଜଳପ୍ରପାତ: କଳକଳ ନାଦ କରି ବୋହି ଯାଉଥିବା ଏହି ଜଳପ୍ରପାତର ଆକର୍ଷଣୀୟ ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ବର୍ଷକ ବାରମାସ ଏଠାକୁ ଯିବାର ସୁବିଧା ରହିଛି। ଏଠାକୁ ବୁଲିଯିବା ପାଇଁ କୌଣସି ଏଣ୍ଟ୍ରି ଟିକେଟ୍‌ ପଡେନାହିଁ।
ପାଣ୍ଡଭକଡ଼ା ଜଳପ୍ରପାତ: ଫ୍ୟାମିଲି ପିକ୍‌ନିକ୍‌ ପାଇଁ ଏହି ସ୍ଥାନଟି ବେଷ୍ଟ ହୋଇଥାଏ। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ଗାଧୋଇବାର ମଧ୍ୟ ସୁବିଧା ରହିଛି। ପ୍ରାୟ ୧୦୭ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତରୁ ଝରି ଆସୁଥିବା ଜଳଧାରା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଏଠାକୁ ବୁଲିଯିବା ପାଇଁ ପର୍ଯ୍ୟଟକଙ୍କୁ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ମିଳେ। କିନ୍ତୁ କୌଣସି ଏଣ୍ଟ୍ରି ଟିକେଟ୍‌ ପଡେ ନାହିଁ।
ରାନ୍ଧା ଜଳପ୍ରପାତ: ଏହା ମଧ୍ୟ ମହାରାଷ୍ଟ୍ରସ୍ଥିତ ଅନ୍ୟତମ ଲୋକପ୍ରିୟ ଜଳପ୍ରପାତ। ପ୍ରାୟ ୧୭୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତରେ ଆସୁଥିବା ଜଳର ସ୍ରୋତ କିନ୍ତୁ ଖୁବ୍‌ ପ୍ରଖର ହୋଇଥାଏ। ବିଶେଷକରି ବର୍ଷାଦିନେ ତ ଏହାର ପ୍ରକୃତ ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ ହୋଇଥାଏ। ସେଥିପାଇଁ ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କର ଗହଳି ଦେଖିବାକୁ ମିଳେ। ଏଣ୍ଟ୍ରି ଟିକେଟ୍‌ ନଥିବାରୁ ପର୍ଯ୍ୟଟକଙ୍କୁ ବୁଲିବାକୁ ସୁବିଧା ହୁଏ।
ଚାଇନାମ୍ୟାନ୍ସ ଜଳପ୍ରପାତ: ସୂଚନାନୁଯାୟୀ, ଏହି ଜଳପ୍ରପାତ ନିକଟରେ ଏକ ଗାର୍ଡେନ୍‌ ଥିବାର ଦେଖିବାକୁ ମିଳେ, ଯାହାକୁ ପୂର୍ବେ ଚାଇନାର କିଛି ଲୋକ ବୁଝାବୁଝି କରୁଥିଲେ। ସେଥିପାଇଁ ଏହାର ଏପରି ନାମକରଣ ହୋଇଥିବା ଜଣାଯାଏ। ତେବେ ପ୍ରାୟ ୫୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟିର ଆକର୍ଷଣୀୟ ରୂପକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ଏଠାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁମତି ମିଳିଥାଏ।
ଧୋବି ଜଳପ୍ରପାତ: ବର୍ଷର ସବୁ ସମୟରେ ବୁଲିଯିବା ଭଳି ଏହା ହେଉଛି ମହାରାଷ୍ଟ୍ରସ୍ଥିତ ଅନ୍ୟଏକ ଲୋକପ୍ରିୟ ଜଳପ୍ରପାତ। ପର୍ଯ୍ୟଟକଙ୍କୁ ଏଠାରେ ସକାଳ ୬ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୁଲିବାକୁ ଅନୁମତି ମିଳେ, ତା’ ପୁଣି ସମ୍ପୂର୍ଣ୍ଣ ମାଗଣାରେ।
ସହସ୍ରକୁଣ୍ଡ ଜଳପ୍ରପାତ: ମାତ୍ର ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟିର ପ୍ରାକୃତିକ ପରିବେଶ ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାଏ। ଏଠାକାର ଶୀତଳ ଜଳରାଶିରେ ଗାଧୋଇ ପଡିଲେ ଖରାଦିନେ ବେଶ୍‌ ଆରାମ ଲାଗେ। ପରିବାର ସହିତ ନିରୋଳାରେ ସମୟ ବିତାଇବା ପାଇଁ ଏହି ସ୍ଥାନଟି ପରଫେକ୍ଟ ହୋଇଥାଏ।
ଜେନିଥ୍‌ ଜଳପ୍ରପାତ: ୫୦ରୁ ୯୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପାହାଡରୁ ଝରି ଆସୁଥିବା ଏହି ଜଳପ୍ରପାତଟିର ସୌନ୍ଦର୍ଯ୍ୟ ଦେଖିବାକୁ ବେଶ୍‌ ମନଲୋଭା ହୋଇଥାଏ। ପର୍ଯ୍ୟଟକଙ୍କ ପାଇଁ ଏହା ବର୍ଷକ ବାରମାସ ଖୋଲା ରହିଥାଏ। ପ୍ରବେଶ ନିଃଶୁଳ୍କ ହୋଇଥିବାରୁ ପର୍ଯ୍ୟଟକଙ୍କର ବି ବେଶ୍‌ ଭିଡ଼ ଜମେ ଏଠାରେ।
ଭିହିଗାଓଁ ଜଳପ୍ରପାତ: ୧୦୦ରୁ ୧୨୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟି ମହାରାଷ୍ଟ୍ରର ଅନ୍ୟତମ ପ୍ରସିଦ୍ଧ ଜଳପ୍ରପାତ ଅଟେ। ବିଶେଷକରି ବର୍ଷାଦିନେ ଏହି ଜଳପ୍ରପାତଟିର ସୌନ୍ଦର୍ଯ୍ୟ ଆହୁରି ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ବର୍ଷର ସବୁ ସମୟରେ ମୁଖ୍ୟତଃ ବର୍ଷାଦିନେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି।
କେବଳ ଏତିକି ନୁହେଁ, ଲିଙ୍ଗାମାଲା ଜଳପ୍ରପାତ, ଅମ୍ବୋଲି ଜଳପ୍ରପାତ, ଦବଦବା ଜଳପ୍ରପାତ, ତାମହିନି ଜଳପ୍ରପାତ, ଥୋସ୍‌ଘର୍‌ ଜଳପ୍ରପାତ, ନାନ୍‌ଗର୍‌ଟାସ୍‌ ଜଳପ୍ରପାତ ଇତ୍ୟାଦି ହେଉଛି ମହାରାଷ୍ଟ୍ରସ୍ଥିତ ଆଉ କିଛି ପ୍ରମୁଖ ଜଳପ୍ରପାତ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?