ଜୀବନ ବଞ୍ଚାଇଛି ଝରଣା ପାଣି

ବାରିପଦା ଅଫିସ,୯।୧୧:  ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଭାଲକି ପଞ୍ଚାୟତର ଆମ୍ବଡାଳୀ ମହାଲୀ ସାହି ଓ ନୂଆସାହି ଗ୍ରାମବାସୀ ଜଳ କଷ୍ଟ ଭୋଗୁଛନ୍ତି ା ଦୀର୍ଘ ଦୁଇ କି.ମି. ଦୂର ବିଲ ଝରଣାରୁ ମହିଳାମାନେ ପାଣି ସଂଗ୍ରହ କରୁଛନ୍ତି। ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ଲାଗି ସରକାର ଘୋଷଣା କରିଥିବା ବେଳେ ଉକ୍ତ ଗ୍ରାମରେ ତାହା ଅପହଞ୍ଚ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି। ଏହାର ପ୍ରତିବାଦରେ ଗ୍ରାମର ଶତାଧିକ ମହିଳା ସୋମବାର ଜିଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣି ଶିବିରକୁ ଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ନିବେଦନ କରିଛନ୍ତ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଦୁଇ ଦିନ ମଧ୍ୟରେ ପାନୀୟ ଜଳ ଯୋଗାଇ ଦେବାକୁ ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ୟାର ସମାଧାନ ନ ହେଲେ ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ା
ଜିଲା ସଦର ମହକୁମାଠାରୁ ୨୦କି.ମି .ଦୂରରେ ଆମ୍ବଡାଳି ମାହାଲୀ ସାହି ଓ ନୂଆସାହି ଗ୍ରାମ ରହିଛି। ୪ନଂ. ୱାର୍ଡ ମାହାଲୀ ସାହି ଓ ୫ନଂ. ୱାର୍ଡ ନୂଆସାହିରେ ପାଖାପାଖି ୩୫୦ରୁ ଉର୍ଦ୍ଧ୍ୱ ପରିବାରରେ ୧୨୦୦ରୁ ଅଧିକ ଲୋକ ବସବାସ କରନ୍ତି। ଦୁଇଟି ୱାର୍ଡରେ ୩ଟି ନଳକୂଅ ଅଚଳ ହୋଇ ପଡ଼ିରହିଥିବା ବେଳେ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଥିବା ସୋଲାର ଟାଙ୍କିର ପାଣି ସମସ୍ତଙ୍କୁ ନିଅଣ୍ଟ ପଡ଼ୁଛି। ଅଚଳ ନଳକୂପ ସଜାଡ଼ିବା ପରେ ବାହାରୁଥିବା ପାଣି ବ୍ୟବହାର ଉପଯୋଗୀ ହୋଇପାରୁନି। ଆଇରନଯୁକ୍ତ ପାଣି ପିଇବା ସହିତ ରୋଷେଇରେ ବ୍ୟବହାର କରିହୁଏ ନାହିଁ ା ଫଳରେ କିଛି ଦିନ ପରେ ତାହାପୁଣି ଦୀର୍ଘଦିନ ଖରାପ ହୋଇ ପଡ଼ିରହୁଛି ା ବର୍ଷ ତମାମ ପାନୀୟଜଳ ସଙ୍କଟ ଲାଗି ରହୁଥିବା ବେଳେ ପଞ୍ଚାୟତ କିମ୍ବା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଗ୍ରାମର କନକଲତା ମାହାଲୀ, ଲିଲି ବିନ୍ଧାଣୀ ଓ ଗୁରୁବାରୀ ଟୁଡୁ କହିଛନ୍ତି। ବିଶୁଦ୍ଧ ପାନୀୟ ଜଳ ପାଇବା ଆଶାରେ ଗ୍ରାମର ମହିଳାମାନେ ବିଲ ଓ ଝରଣାରୁ ପିଇବା ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି। ଅସ୍ବାସ୍ଥ୍ୟକର ପରିବେଶରୁ ଆଣୁଥିବା ପାଣି ପିଇବା ଦ୍ୱାରା ଗ୍ରାମରେ ଝାଡାବାନ୍ତି ଓ ଜ୍ୱର ଭଳି ଅନେକ ରୋଗରେ ପୀଡିତ ହୋଇ ଲୋକେ ମୃତ୍ୟୁ ମୁଖରେ ପଡ଼ୁଥିବା ଶୈରାବୀ ମହାନ୍ତ ଓ ନନ୍ଦିନୀ ମହାନ୍ତ ଅଭିଯୋଗରେ ଦର୍ଶାଇଛନ୍ତି। ଦୂର ସ୍ଥାନକୁ ଯାଇ ପିଇବା ପାଣି ସଂଗ୍ରହ କରିବା କଷ୍ଟକର ହୋଇପଡ଼ିବାରୁ ଗ୍ରାମରେ ଥିବା ନଳକୂଅକୁ ସଜାଡ଼ିବା ପାଇଁ ବାରମ୍ବାର ବିଡିଓଙ୍କ ନିକଟରେ ଅଭିଯୋଗ କରାଯାଇଛି। ମାତ୍ର ଅଦ୍ୟାବଧି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବାଧ୍ୟ ହୋଇ ନାଳ, ଝରଣା ପାଣି ପିଇ ଜୀବନ ବଞ୍ଚାଇବାକୁ ପଡୁଛି ବୋଲି ଗ୍ରାମର ସରସ୍ବତୀ ଟୁଡୁ, ମାଳତୀ ମହାନ୍ତ ପ୍ରକାଶ କରିଛନ୍ତି ା ସଂକ୍ରାନ୍ତରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଶିଶିର କୁମାର କରଙ୍କୁ ପଚାରିବାରୁ ଗ୍ରାମରେ ଏକ ସୋଲାର ଟ୍ୟାଙ୍କି ରହଛି। ଓଭର ହେଡ୍‌ ପାଣି ଟାଙ୍କି ଜରିଆରେ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ପ୍ରସ୍ତାବ ପଠାଯାଇଛି ବୋଲି ସେ କହିଛନ୍ତି। ତେବେ ଜଳକଷ୍ଟ ସମସ୍ୟା ଦୂର କରିବା ଲାଗି ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri