ଜୀବନ ବଞ୍ଚାଇଛି ଝରଣା ପାଣି

ବାରିପଦା ଅଫିସ,୯।୧୧:  ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଭାଲକି ପଞ୍ଚାୟତର ଆମ୍ବଡାଳୀ ମହାଲୀ ସାହି ଓ ନୂଆସାହି ଗ୍ରାମବାସୀ ଜଳ କଷ୍ଟ ଭୋଗୁଛନ୍ତି ା ଦୀର୍ଘ ଦୁଇ କି.ମି. ଦୂର ବିଲ ଝରଣାରୁ ମହିଳାମାନେ ପାଣି ସଂଗ୍ରହ କରୁଛନ୍ତି। ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ଲାଗି ସରକାର ଘୋଷଣା କରିଥିବା ବେଳେ ଉକ୍ତ ଗ୍ରାମରେ ତାହା ଅପହଞ୍ଚ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି। ଏହାର ପ୍ରତିବାଦରେ ଗ୍ରାମର ଶତାଧିକ ମହିଳା ସୋମବାର ଜିଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣି ଶିବିରକୁ ଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ନିବେଦନ କରିଛନ୍ତ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଦୁଇ ଦିନ ମଧ୍ୟରେ ପାନୀୟ ଜଳ ଯୋଗାଇ ଦେବାକୁ ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ୟାର ସମାଧାନ ନ ହେଲେ ଶତାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ା
ଜିଲା ସଦର ମହକୁମାଠାରୁ ୨୦କି.ମି .ଦୂରରେ ଆମ୍ବଡାଳି ମାହାଲୀ ସାହି ଓ ନୂଆସାହି ଗ୍ରାମ ରହିଛି। ୪ନଂ. ୱାର୍ଡ ମାହାଲୀ ସାହି ଓ ୫ନଂ. ୱାର୍ଡ ନୂଆସାହିରେ ପାଖାପାଖି ୩୫୦ରୁ ଉର୍ଦ୍ଧ୍ୱ ପରିବାରରେ ୧୨୦୦ରୁ ଅଧିକ ଲୋକ ବସବାସ କରନ୍ତି। ଦୁଇଟି ୱାର୍ଡରେ ୩ଟି ନଳକୂଅ ଅଚଳ ହୋଇ ପଡ଼ିରହିଥିବା ବେଳେ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଥିବା ସୋଲାର ଟାଙ୍କିର ପାଣି ସମସ୍ତଙ୍କୁ ନିଅଣ୍ଟ ପଡ଼ୁଛି। ଅଚଳ ନଳକୂପ ସଜାଡ଼ିବା ପରେ ବାହାରୁଥିବା ପାଣି ବ୍ୟବହାର ଉପଯୋଗୀ ହୋଇପାରୁନି। ଆଇରନଯୁକ୍ତ ପାଣି ପିଇବା ସହିତ ରୋଷେଇରେ ବ୍ୟବହାର କରିହୁଏ ନାହିଁ ା ଫଳରେ କିଛି ଦିନ ପରେ ତାହାପୁଣି ଦୀର୍ଘଦିନ ଖରାପ ହୋଇ ପଡ଼ିରହୁଛି ା ବର୍ଷ ତମାମ ପାନୀୟଜଳ ସଙ୍କଟ ଲାଗି ରହୁଥିବା ବେଳେ ପଞ୍ଚାୟତ କିମ୍ବା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଗ୍ରାମର କନକଲତା ମାହାଲୀ, ଲିଲି ବିନ୍ଧାଣୀ ଓ ଗୁରୁବାରୀ ଟୁଡୁ କହିଛନ୍ତି। ବିଶୁଦ୍ଧ ପାନୀୟ ଜଳ ପାଇବା ଆଶାରେ ଗ୍ରାମର ମହିଳାମାନେ ବିଲ ଓ ଝରଣାରୁ ପିଇବା ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି। ଅସ୍ବାସ୍ଥ୍ୟକର ପରିବେଶରୁ ଆଣୁଥିବା ପାଣି ପିଇବା ଦ୍ୱାରା ଗ୍ରାମରେ ଝାଡାବାନ୍ତି ଓ ଜ୍ୱର ଭଳି ଅନେକ ରୋଗରେ ପୀଡିତ ହୋଇ ଲୋକେ ମୃତ୍ୟୁ ମୁଖରେ ପଡ଼ୁଥିବା ଶୈରାବୀ ମହାନ୍ତ ଓ ନନ୍ଦିନୀ ମହାନ୍ତ ଅଭିଯୋଗରେ ଦର୍ଶାଇଛନ୍ତି। ଦୂର ସ୍ଥାନକୁ ଯାଇ ପିଇବା ପାଣି ସଂଗ୍ରହ କରିବା କଷ୍ଟକର ହୋଇପଡ଼ିବାରୁ ଗ୍ରାମରେ ଥିବା ନଳକୂଅକୁ ସଜାଡ଼ିବା ପାଇଁ ବାରମ୍ବାର ବିଡିଓଙ୍କ ନିକଟରେ ଅଭିଯୋଗ କରାଯାଇଛି। ମାତ୍ର ଅଦ୍ୟାବଧି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବାଧ୍ୟ ହୋଇ ନାଳ, ଝରଣା ପାଣି ପିଇ ଜୀବନ ବଞ୍ଚାଇବାକୁ ପଡୁଛି ବୋଲି ଗ୍ରାମର ସରସ୍ବତୀ ଟୁଡୁ, ମାଳତୀ ମହାନ୍ତ ପ୍ରକାଶ କରିଛନ୍ତି ା ସଂକ୍ରାନ୍ତରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଶିଶିର କୁମାର କରଙ୍କୁ ପଚାରିବାରୁ ଗ୍ରାମରେ ଏକ ସୋଲାର ଟ୍ୟାଙ୍କି ରହଛି। ଓଭର ହେଡ୍‌ ପାଣି ଟାଙ୍କି ଜରିଆରେ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ପ୍ରସ୍ତାବ ପଠାଯାଇଛି ବୋଲି ସେ କହିଛନ୍ତି। ତେବେ ଜଳକଷ୍ଟ ସମସ୍ୟା ଦୂର କରିବା ଲାଗି ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri