କମିବ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ନଦୀର ଜଳସ୍ରୋତ

ଜାତିସଂଘ, ୨୪ା୩:ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଦ୍ୱାରା ସାରା ବିଶ୍ୱ ଏବେ ପ୍ରଭାବିତ। ଆଗାମୀ ଦିନରେ ଏହା ସମଗ୍ର ଜୀବଜଗତ ପାଇଁ ବଡ଼ ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ଉପୁଜିଛି। ଜଳବାୟୁ ପରିବର୍ତ୍ତନ ଫଳରେ ହିମବାହ ବା ବିଶାଳ ବରଫ ଖଣ୍ଡ ତରଳିବାରେ ଲାଗିଛି। ସେହିପରି ତାପମାତ୍ରା ବୃଦ୍ଧି କାରଣରୁ ହିମାଳୟ ଗିରିଶୃଙ୍ଗର ହିମବାହର ଆୟତନ କମିଛି, ଯାହାଫଳରେ ଆଗାମୀ ଦିନରେ ଏଥିରୁ ବାହାରିଥିବା ସିନ୍ଧୁ, ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀର ଜଳସ୍ରୋତ ହ୍ରାସ ପାଇବାକୁ ଥିବା ଜାତିସଂଘ (ୟୁଏନ୍‌) ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଚେତାବନୀ ଦେଇଛନ୍ତ।
ବୁଧବାର ଇଣ୍ଟରନ୍ୟାଶନାଲ ଇୟର ଅଫ୍‌ ଗ୍ଲାସିଅର ଇଭେଣ୍ଟରେ ଯୋଗ ଦେଇ ଗୁଟେରସ କହିଛନ୍ତି, ବିଶ୍ୱର ୧୦% ଭାଗରେ ରହିଥିବା ହିମବାହ ସାରା ବିଶ୍ୱ ପାଇଁ ଓ୍ବାଟର ଟାଓ୍ବାର। ମନୁଷ୍ୟ କୃତ କିଛି କାରଣ ପାଇଁ ବାୟୁମଣ୍ଡଳ ତାପମାତ୍ରା ବୃଦ୍ଧି ପାଉଛି, ଫଳରେ ହିମବାହ ତରଳିବାରେ ଲାଗିଛି। ଅନ୍ୟପକ୍ଷେ ଜଳବାୟୁ ପରିବର୍ତ୍ତନ ପାଇଁ ମନୁଷ୍ୟକୁ ୟୁଏନ୍‌ ମହାସଚିବ ଗିଟେରସ୍‌ ଦାୟୀ କରିଛନ୍ତି। ପ୍ରତିବର୍ଷ ଆଣ୍ଟାର୍କଟିକାର ୧୫୦ ବିଲିୟନ୍‌ ଟନ୍‌ ହିମବାହ ତରଳୁଥିବାବେଳେ ଗ୍ରୀନ୍‌ଲାଣ୍ଡର ଆଇସ୍‌ କ୍ୟାପ୍‌ ଆୟତନ ବର୍ଷକୁ ୨୭୦ ବିଲିୟନ୍‌ ଟନ୍‌ ହ୍ରାସପାଇବାରେ ଲାଗିଛି।
ଏସିଆ ମହାଦେଶର ପ୍ରମୁଖ ୧୦ ନଦୀ ହିମାଳୟରୁ ବାହାରିଛି। ଏହି ନଦୀଜଳ ଉପରେ ବିଶ୍ୱର ୧.୩ ବିଲିୟନ୍‌ (୧୩୦ କୋଟି) ଲୋକ ନିର୍ଭରଶୀଳ। ଆଗାମୀ ୧୦ ବର୍ଷରେ ହିମାଳୟ ଗିରିଶୃଙ୍ଗର ହିମବାହ ତରଳିବା ନେଇ ଆଶଙ୍କା ଉପୁଜିଛି। ଫଳରେ ସିନ୍ଧୁ, ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀର ଜଳସ୍ରୋତ କ୍ରମାଗତ କମିବା ଆରମ୍ଭ କରିବ ବୋଲି ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଗତବର୍ଷ ହିମାଳୟ ହିମବାହ ତରଳିବା ଯୋଗୁ ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହୋଇଥିଲା, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ।
ଜଳଚକ୍ରକୁ ଭାଙ୍ଗିବା, ଜୈବବିବିଧତା ନଷ୍ଟ କରିବା ଏବଂ ଭୂତଳ ଜଳକୁ ପ୍ରଦୂଷିତ କରିବା ପଛରେ ମନୁଷ୍ୟ ଦାୟୀ। ଅନ୍ୟପକ୍ଷେ ୧୯୦୦ ପରଠାରୁ ସମୁଦ୍ର ପତ୍ତନ କ୍ରମାଗତ ବଢ଼ିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଓ ତାମପାତ୍ର ବୃଦ୍ଧି ବିରୋଧରେ ସାରା ବିଶ୍ୱ ଏକାଠି ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ସମୟ ପୂର୍ବରୁ ଏହାର ସମାଧାନ ନ କଲେ ସବୁଦେଶ ଉଭେଇଯିବ ବୋଲି ଗୁଟେରସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri