କେନ୍ଦ୍ରାପଡ଼ା ପାଇଁ ଜଳ ହେବ ମହରଗ

କେନ୍ଦ୍ରାପଡ଼ା ଅଫିସ, ୧୨ା୩: ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳ ସଙ୍କଟ ଦେଖାଦେଇଛି। ବୈତରଣୀ ନଦୀର ଜୋକଡିଆଠାରେ ଦ୍ୱିତୀୟ ବ୍ୟାରେଜ କାର୍ଯ୍ୟକାରୀ ପରେ ଏହି ଜଳସଙ୍କଟ କେନ୍ଦ୍ରାପଡ଼ା ଜିଲା ପାଇଁ ମହରଗ ହେବ। ଖରା ଆରମ୍ଭରୁ ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ ଥିବା ନଦୀ ଶୁଖିଲା ପଡ଼ିବାରୁ ଜାତୀୟ ଉଦ୍ୟାନ ଭିତରକନିକାକୁ ଆବଶ୍ୟକ ମୁତାବକ ଜଳ ମିଳୁନାହିଁ। ଏହା ଆଗକୁ ଭୟଙ୍କର ହେବ। ନଦୀର ଉପରମୁଣ୍ଡରେ ହେଉଥିବା ପ୍ରକଳ୍ପ ଜିଲାବାସୀଙ୍କ ଚିନ୍ତା ବଢାଇଛି। କେନ୍ଦ୍ରାପଡ଼ା ଜିଲାରେ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ୭ ନଦୀ ପ୍ରବାହିତ ହେଉଛି। ଏହାର ଜଳ ଦୈନନ୍ଦିନ ନିତ୍ୟକର୍ମ ସହ କୃଷି ପାଇଁ ବ୍ୟବହାର ହେଉଛି। ଏଥିସହିତ ଏହାର ମଧୁର ଜଳ ଜାତୀୟଉଦ୍ୟାନ ଭିତରକନିକାର ଜୈବ ବିବିଧତାକୁ ରକ୍ଷା କରୁଛି। ତେବେ ନଦୀ ପରିଚାଳନା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ଆଗାମୀ ୩ ଦଶନ୍ଧିରେ ଜଳସଙ୍କଟ ମହରଗରୁ ଯାଇ କାନ୍ତାରରେ ପରିଣତ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ଶିକ୍ଷାବିତ ଭୁବନମୋହନ ଜେନା, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, କ୍ଷିତୀଶ କୁମାର ସିଂହ, ଶ୍ରୀକାନ୍ତ ନାୟକ ପ୍ରମୁଖ ନଦୀ ଜଳ ପରିଚାଳନାକୁ ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ ସରକାର ମହାନଦୀର ଜଳ ପ୍ରବାହ ବିବାଦକୁ ତୁରନ୍ତ ସମାଧାନ କରିବା ଦରକାର। ତଳ ମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲା ଏଥିନେଇ ବହୁ ଭାବେ ପ୍ରଭାବିତ ହେଉଥିବା ବେଳେ ଆଗାମୀଦିନରେ ହେବାକୁ ଥିବା ଷ୍ଟିଲ ପ୍ଲାଣ୍ଟ ଓ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଉପରେ ପ୍ରଭାବ ପଡିବ। ସେହିପରି ଯାଜପୁରଠାରେ ବ୍ୟାରେଜ ନିର୍ମାଣ ପରେ ଜାତୀୟ ଉଦ୍ୟାନ ଭିତରକନିକାକୁ ବୈତରଣୀ ନଦୀର ଜଳ ପ୍ରବାହ କମିବ। ବ୍ରାହ୍ମଣୀ ନଦୀ ଉପର ମୁଣ୍ଡରେ ରେଙ୍ଗାଲି ପ୍ରୋଜେକ୍ଟ ନିର୍ମାଣ ଚାଲିଛି। ଏହା ଚାଷ ପାଇଁ ବ୍ୟବହାର ହେବ। ସେହିପରି ଏହି ନଦୀ ଜଳ ଉପରେ କଳିଙ୍ଗ ନଗର ଶିଳ୍ପାଞ୍ଚଳ ନିର୍ଭର କରୁଛି। ଏହି ଶିଳ୍ପାଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ଶିଳ୍ପ ପାଇଁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ୧୨୦ କ୍ୟୁସେକ ପାଣି ଉତ୍ତୋଳନ ହେଉଛି। ପଙ୍କପାଳସ୍ଥିତ ବ୍ରାହ୍ମଣୀ ନଦୀ ମୁହାଣରେ ଇଡ୍‌କୋ ପକ୍ଷରୁ ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପ ହାଉସ ନିର୍ମାଣ କରାଯାଇଛି। ସେହିପରି ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତାରୁ ମାର୍ଥାପୁରଠାରେ ଶିଳ୍ପକୁ ପାଣି ଯୋଗାଣ ହେଉଛି। ଆଗାମୀଦିନରେ ମେସ୍କୋ, ମୈଥାନ ଆଦି ଶିଳ୍ପ ବ୍ରାହ୍ମଣୀ ନଦୀକୁ ଉପଯୋଗ କରିବେ। ଶିଳ୍ପ ପରି ରାଜ୍ୟ ସରକାର କୃଷି ଓ ପାନୀୟ ଜଳକୁ ଗୁରୁତ୍ୱ ଦେଉଛନ୍ତି। ସୁକିନ୍ଦା, ଦାନଗଦୀ ବ୍ଲକ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଘୋଷଣା ହୋଇଥିବା ବେଳେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ବିଞ୍ଝାରପୁର, ଯାଜପୁର, କୋରେଇ ଓ ରସୁଲପୁର ବ୍ଲକ ଅଞ୍ଚଳର ୨୮୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ମଞ୍ଜୁରୀ ଦିଆଯାଇଛି। ଏଥିସହ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାରେ ଖରସ୍ରୋତା ନଦୀରୁ ଭଦ୍ରକର ୪ ବ୍ଲକ ଅଞ୍ଚଳ ପାଇଁ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ନିକଟରେ ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୬୫ ପଞ୍ଚାୟତରେ ପିଇବା ପାଣି ଯୋଗାଇବାକୁ ଜଳ ଜୀବନ ମିଶନରେ ବ୍ୟୟ ବରାଦ ହୋଇଛି। ଏହାବ୍ୟତୀତ କୃଷି ପାଇଁ ଜିଲାରେ ପ୍ରବାହିତ ବହୁ ନଦୀରେ ପ୍ରକଳ୍ପ ଅଛି। ଜିଲାର ଭୂତଳ ଜଳ ଚିନ୍ତାଜନକ ସ୍ଥିତିରେ ଥିବା ବିଭିନ୍ନ ସର୍ଭେ ରିପୋର୍ଟରୁ ଜଣାପଡିଛି। ୨୦୧୭ରେ ହୋଇଥିବା କେନ୍ଦ୍ର ଭୂତଳ ଜଳ ବୋର୍ଡ ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଆଗାମୀ ୩ ଦଶନ୍ଧିରେ ବ୍ରାହ୍ମଣୀରେ ଯେତିକି ଜଳ ପ୍ରବାହିତ ହେବ, ତାହାଠାରୁ ପ୍ରାୟ ୩ ହଜାର କ୍ୟୁବିକ ମିଟର ଅଧିକ ଜଳ ଆବଶ୍ୟକ କରିବ। ରାଜ୍ୟରେ ଉପଲବ୍ଧ ହେଉଥିବା ମୁଣ୍ଡପିଛା ହାରାହାରି ଜଳ ପରିମାଣ ଦ୍ରୁତ ବେଗରେ ହ୍ରାସ ପାଉଥିବା ବେଳେ ମହାନଦୀ, ବ୍ରାହ୍ମଣୀ ପରି ପ୍ରମୁଖ ନଦୀଗୁଡିକରେ ଯେଉଁ ଜଳାଭାବ ଦେଖାଦେବ, ସେଥିଯୋଗୁ ମୁଣ୍ଡ ପିଛା ଜଳ ଉପଲବ୍ଧତା ଆହୁରି ହ୍ରାସ ପାଇବ ବୋଲି ସେମାନେ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri