୭ ଦିନ ହେଲା ଜଳ ଯୋଗାଣ ବନ୍ଦ

ଲାଞ୍ଜିଗଡ଼,୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ସହରରେ ଆଜକୁ ୭ ଦିନ ହେଲା ପୁଣି ଜଳ ସଙ୍କଟ ଦେଖା ଦେଇଛି। ପାଇପରେ ଆସୁଥିବା ପାଣି ସମ୍ପୂର୍ଣ୍ଣ ବନ୍ଦ ହେବା ଫଳରେ ସହରର ବିଭିନ୍ନ ପଡାର ହଜାର ହଜାର ଲୋକ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଗତ ଜାନୁୟାରୀରେ ମୋଟର ପୋଡ଼ିଯାଇଥିବା ଯୋଗୁ ୨୭ ଦିନ ପାଣି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଗଣମାଧ୍ୟମରେ ପ୍ରସାରଣ ପରେ ୨୯ ଦିନରେ ପାଣି ଯୋଗାଣ ହୋଇଥିଲା। ଯଦି ଏହାର କୌଣସି ସମାଧାନ କରା ନ ଯାଏ ତାହାହେଲେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଲାଞ୍ଜିଗଡ଼ବାସୀ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ଠାରେ ଜଳ ସଙ୍କଟ ଦୂର ପାଇଁ ୨୦୧୦ରେ ୧ କୋଟି ୩୦ ଲକ୍ଷ ଅଟକଳ ମୂଲ୍ୟରେ ନିକଟସ୍ଥ ବଂଶଧାରା ନଦୀରେ ୨ଟି ଷ୍ଟକ ଟାଙ୍କି ନିର୍ମାଣ ହୋଇଥିଲା। କିନ୍ତୁ ଠିକାଦାରଙ୍କ ନିମ୍ନମାନର କାମ ଓ ଦାୟିତ୍ୱରେ ଥିବା ପ୍ରଶାସନନିକ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁ ପାଇପଗୁଡିକ ନିମ୍ନମାନର ହୋଇଥିବାରୁ ନିର୍ମାଣର ୮ ମାସ ମଧ୍ୟରେ ସହରରେ ଜଳ ଯୋଗାଣରେ ବ୍ୟାହତ ହୋଇଥିଲା। ଏ ନେଇ ପ୍ରଥମରୁ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ ଲୋକଙ୍କ କଥାକୁ ଠିକାଦାର କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଶୁଣି ନ ଥିଲେ। ଫଳରେ ନିର୍ମାଣର ୮ ମାସ ପରେ ବିଛାଯାଇଥିବା ପାଇପ ବିଭିନ୍ନ ସ୍ଥାନରେ ଫାଟି ଯାଇଥିଲା। ଫଳରେ ଆଜିକୁ ୧୧ ବର୍ଷ ହେଲା ନିମ୍ନମାନର ପାଇପ ଫାଟିବା ଫଳରେ ମାସକୁ କଷ୍ଟେମଷ୍ଟେ ୧୦ ଦିନ ପାଣି ମିଳୁଥିବା ବେଳେ ୨୦ଦିନ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି। ଜଳ ଯୋଗାଣ ପାଇଁ ଅଭିଯୋଗ କଲେ ଦାୟିତ୍ୱରେ ଥିବା ପଞ୍ଚାୟତ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଅଞ୍ଚଳବାସୀଙ୍କୁ ଅଣଦେଖା କରୁଥିବା ଲୋକେ କହିଛନ୍ତି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। ଏ ନେଇ ଅଭିଯୋଗ ପରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ବିଭିନ୍ନ ବାହାନା ଦେଖାଇ ଗୁରୁତ୍ୱ ଦେଉ ନ ଥିବାରୁ ଆଜକୁ ୭ ଦିନ ହେଲା ଲାଞ୍ଜିଗଡ଼ ସହରର ପୂଜାରିପଡା, ଡ଼ମ୍ବିଶିପଡା, ଗଉଡ଼ପଡା, କଲୋନୀପଡା, ପ୍ରଧାନୀପଡା, ରଜାପଡା ଓ ମହାଦେବ ପଡାକୁ ଜଳଯୋଗାଣ ବନ୍ଦ ରହିଥିବା ଯୋଗୁ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏ ନେଇ ଲୋକେ ବାରମ୍ବାର ପଞ୍ଚାୟତ ତଥା ବ୍ଲକସ୍ତରୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ପ୍ରକାଶ କରିଛନ୍ତି। ଏ ନେଇ ବ୍ଲକ ଜଳଯୋଗାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝିଙ୍କୁ ପଚାରିବାରୁ ବିଭିନ୍ନ ଜାଗାରେ ପାଇପ ଫାଟି ଯାଇଥିବାରୁ ଜଳ ଯୋଗାଣ ବନ୍ଦ ଅଛି। ଆଜି ଆମ ଷ୍ଟାଫମାନଙ୍କୁ ପାଇପ ଫାଟିଥିବା ସ୍ଥାନରେ ଖୋଳି ୱେଲଡିଂ କରିବାକୁ କୁହାଯାଉଛି, ତାହା ଠିକ ହେଲେ ପାଣି ଯୋଗାଣ ହୋଇଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri