ଜଳ ଉତ୍ସ ପ୍ରଦୂଷଣ ବଢ଼ୁଛି

କେନ୍ଦ୍ରାପଡ଼ା, ୧୬ା୯ (ଜଗନ୍ନାଥ ଧଳ): ରାଜ୍ୟର ଅଧିକାଂଶ ଜଳଉତ୍ସ ପ୍ରଦୂଷିତ। ସାଧାରଣ ଲୋକଙ୍କ ପାଇଁ ଏହାର ଜଳ ବ୍ୟବହାର ଉପଯୋଗୀ ନୁହେଁ। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିକଟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଏପରି ରିପୋର୍ଟ ପ୍ରକାଶ କରିଛି। ଏଥିରେ କେନ୍ଦ୍ରାପଡ଼ା ଜିଲା ଅଛି। ଜିଲାରେ ପ୍ରବାହିତ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ୭ ନଦୀ ଓ ୨୭ ନାଳ ବିଭିନ୍ନ କାରଣରୁ ପ୍ରଦୂଷିତ ହୋଇଛି। ସେହିପରି ଗରଦପୁର ବ୍ଲକ ଅଞ୍ଚଳରେ ଭୂଗର୍ଭ ଜଳ ଦ୍ରୁତଗତିରେ ହ୍ରାସ ପାଇଥିବା ନେଇ ରାଜ୍ୟ ଭୂତଳ ଜଳ ବିଶେଷଜ୍ଞ ସୂଚନା ଦେଇଥିବା ବେଳେ ଓଡ଼ିଶାର ଏକମାତ୍ର ଜଳ ସଙ୍କଟ ଜିଲା ଭାବେ ଏହି ଜିଲାକୁ କେନ୍ଦ୍ର ସରକାର ଚିହ୍ନଟ କରି ୨୦୧୯ରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଏବେ କାଗଜପତ୍ରରେ ସୀମିତ ରହିଛି। ଜଳ ଉତ୍ସ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉ ନ ଥିବା ନେଇ ଜିଲା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଚିଠି ହୋଇଛି। ଏହାକୁ ଜିଲାର ବହୁ ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି।
ସମ୍ପର୍କରେ ମଞ୍ଚର ସଭାପତି ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଜଳ ହିଁ ଜୀବନ। ଏହାର ସୁରକ୍ଷା ଆବଶ୍ୟକ। ହିନ୍ଦୁ ସଂସ୍କୃତିରେ ସାଧାରଣ ଚଳଣିଠାରୁ ପୂଜା ପାର୍ବଣରେ ଜଳର ଗୁରୁତ୍ୱ ଅଧିକ। ଦ୍ରୁତ ଜନସଂଖ୍ୟା ବୃଦ୍ଧି ଜଳ ଉତ୍ସର ପରିସମାପ୍ତି ଘଟାଉଛି। ପୂର୍ବରୁ ଥିବା ଜଳପଥ ଓ ଉତ୍ସକୁ ପୋତାଯାଇ ଏବେ ଗୃହ ନିର୍ମାଣ ହେଉଛି। ସେହିପରି ପୂଜା ପାର୍ବଣରେ ମୂର୍ତ୍ତି ଓ ଅନ୍ୟ ପୂଜା ସାମଗ୍ରୀ ଜଳ ଉତ୍ସକୁ ପ୍ରଦୂଷିତ କରୁଛି। ଏହାବ୍ୟତୀତ ଅତ୍ୟାଧୁନିକ ଜୀବନଯାପନ ପାଇଁ ଦ୍ରୁତ ଶିଳ୍ପାୟନ ଯୋଗୁ ବର୍ଜ୍ୟବସ୍ତୁ ଜଳ ଉତ୍ସକୁ ନଷ୍ଟ କରୁଛି। ସହରରେ ଥିବା ୨୪ଟି ବଡ ପୋଖରୀ ମଧ୍ୟରୁ ପ୍ରାୟ ୧୮ଟିକୁ ଏବେ ପୋତି ଦିଆଯାଇଛି। ଏ ନେଇ ସ୍ଥାନୀୟ ଅଧିବାସୀ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କୌଣସି ସୁଫଳ ମିଳିପାରୁନାହିଁ। ଯାହା ଆଗାମୀ ଦିନରେ କେନ୍ଦ୍ରାପଡ଼ା ସହରବାସୀଙ୍କ ଜଳ ବ୍ୟବହାର ଉପରେ ପ୍ରଭାବ ପକାଇବ। ଏଥିପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତି, ଏହି ଜିଲାରେ କୌଣସି ଖଣି ଅଥବା ଶିଳ୍ପ ନାହିଁ। ତେବେ ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ଏବେ ପ୍ରଦୂଷିତ ଜଳ ପ୍ରବାହିତ ହେଉଛି। ଏପରି କି ଏହି ପ୍ରଦୂଷିତ ଜଳ ସାମୁଦ୍ରିକ ଜୀବ ଉପରେ ପ୍ରଭାବ ପକାଇଛି। ପଡୋଶୀ ଜଗତ୍‌ସିଂହପୁର, ଯାଜପୁର ଓ ଭଦ୍ରକ ଜିଲାର ଶିଳ୍ପ ଅନୁଷ୍ଠାନ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ୱ ଦେଉନାହାନ୍ତି। ଶିଳ୍ପ ବର୍ଜ୍ୟ ସାମଗ୍ରୀକୁ ନଦୀ ଜଳକୁ ଛାଡୁଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଚାଷ ଉପାନ୍ତ ଅଞ୍ଚଳରେ କୁଟୀର ଶିଳ୍ପ ପାଲଟିଛି। ଚିଙ୍ଗୁଡ଼ି ଘେରିରୁ ନିର୍ଗତ ବର୍ଜ୍ୟ ଓ ରାସାୟନିକ ସାମଗ୍ରୀ ନାଳ, କେନାଲ ଓ ନଦୀ ମାଧ୍ୟମରେ ଛଡ଼ା ଯିବା ଫଳରେ ସମୁଦ୍ରାଞ୍ଚଳ ପ୍ରଦୂଷିତ ହେଉଛି। ପୂଜା ପାର୍ବଣ ସମୟରେ ଏକ ସ୍ବତନ୍ତ୍ର ପୋଖରୀରେ ମୂର୍ତ୍ତି ଓ ପୂଜା ସାମଗ୍ରୀକୁ ପକାଯାଉ। ସେହିପରି ମୂର୍ତ୍ତି ଗଠନରେ ରାସାୟନିକ ଦ୍ରବ୍ୟ ବଦଳରେ ପରିବେଶ ଅନୂକୂଳ ଉପାଦାନ ବ୍ୟବହାର ହେଉ ବୋଲି ସେ ମତ ଦେଇଛନ୍ତି। ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ଜଳ ଉତ୍ସ ସଂରକ୍ଷଣ ଜରୁରୀ। ଏଥିପାଇଁ ଜିଲାର ଜଳ ସଙ୍କଟ ଦୂର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଶକ୍ତି ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ପୁରୁଣା ଜଳ ଉତ୍ସର ପୁନରୁଦ୍ଧାର, ଭୂଗର୍ଭକୁ ବର୍ଷା ଓ ଉଦ୍‌ବୃତ୍ତ ଜଳ ପ୍ରେରଣ ସହିତ ବ୍ୟାପକ ଭାବେ ବୃକ୍ଷରୋପଣକୁ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନ କେନ୍ଦ୍ରାପଡ଼ା ଜିଲାରେ କେବଳ କାଗଜପତ୍ରରେ ସୀମିତ ହୋଇଛି। ଅଭିଯାନର ଉଦ୍‌ଘାଟନ ପରେ ଏ ନେଇ ସଚେତନତା ସୃଷ୍ଟି ହୋଇପାରିନାହିଁ। ସହରଠାରୁ ଗ୍ରାମ ପର୍ଯ୍ୟନ୍ତ ଜଳ ଉତ୍ସଗୁଡ଼ିକ ନଷ୍ଟ ହୋଇଛି ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜଳଉତ୍ସ ପ୍ରଦୂଷଣ ମୁକ୍ତ ପାଇଁ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛିି। ଚିଙ୍ଗୁଡି ଘେରି ଉଚ୍ଛେଦ ସହ ବିଭିନ୍ନ ଯୋଜନାରେ ବନୀକରଣ ଓ ପୋଖରୀର ପୁନରୁଦ୍ଧାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri