Posted inଗଜପତି

ପାଣି, ରାସ୍ତା ପାଇଁ ମୁନିସିଙ୍ଗିବାସୀ ହନ୍ତସନ୍ତ

ଆର.ଉଦୟଗିରି,୧୯ ।୬(ଡି.ଏନ.ଏ.): ଆର.ଉଦୟଗିରି ବ୍ଲକ ଛେଳିଗଡ଼ ପଞ୍ଚାୟତ ନିକଟସ୍ଥ ୱାର୍ଡ ନଂ ୧ ମୁନିସିଙ୍ଗି ଗ୍ରାମ ଅବହେଳିତ ହୋଇରହିଛି। ଗାଁରେ ପାନୀୟ ଜଳ ଓ ରାସ୍ତା ସୁବିଧା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ସାତସପନ ହୋଇଛି। ସିମେଣ୍ଟ କଂକ୍ରିଟ ରୋଡ ଖାଲଖମାରେ ଭର୍ତ୍ତି ହୋଇଛି। ଗାଁରେ ୪୫ରୁ ୫୦ ପରିବାର ବସବାସ କରନ୍ତି। କିନ୍ତୁ କୌଣସି ମୌଳିକ ସୁବିଧା ଠିକରେ ପାଉ ନଥିବା ଅଭିଯୋଗ ହେଉଛି। ଛେଳିଗଡ଼ ପଞ୍ଚାୟତକୁ ଯିବାକୁ ହେଲେ ୨ରୁ୩ କିଲୋମିଟର ହେବ। ବର୍ଷା ଦିନ ଆସିଲେ ପିଲାମାନେ କାଦୁଅରେ ଯା’ ଆସ କରୁଥିବା ଦେଖିବାକୁ ମିଳିଛି। ଗାଁରେ ଗୋଟିଏ ନଳକୂପ ଅଛି, ସେଥିରୁ ବି ପାଣି କଳଙ୍କି ଓ ହଳଦିଆ ରଙ୍ଗର ବାହାରୁଛି। ଗାଁକୁ ଲାଗି ରହିଥିବା ପୋଖରୀ ଉପରେ ଗ୍ରାମବାସୀ ନିର୍ଭର କରୁଛନ୍ତି। ସେହି ପୋଖରୀକୁ ଲୋକେ ଗାଧୋଉଥିବା ବେଳେ ପଶୁପକ୍ଷୀ ମଧ୍ୟ ଶୋଷ ମେଣ୍ଟାନ୍ତି। ସମସ୍ୟା ନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ମହିଳା ଓ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ କରାଯାଉନି। ଆଗାମୀ ଦିନରେ ସମସ୍ୟା ସମାଧାନ ନ ହେଲେ ବ୍ଲକକୁ ଯାଇ ଧାରଣା ଦେବୁ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ଶୌଚାଳୟରେ ତାଲା, ଅସନ୍ତୋଷ ବୃଦ୍ଧି

ନୂଆଗଡ଼,୧୩।୬: ଗଜପତି ଜିଲା ନୂଆଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆମ ଶୌଚାଳୟ ଲୋକଙ୍କ ସୁବିଧା ଲାଗି ନିର୍ମାଣ କରାଯାଇଛି। ଏହା ୨୦୨୦ ନଭେମ୍ବର ୨୫...

କେରଳ, ସୁରଟରୁ ଫେରିଲେ ମୋହନାର ୧୨ପ୍ରବାସୀ

ଆର.ଉଦୟଗିରି,୯।୫(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକକୁ କେରଳ ଓ ସୁରତରୁ ୧୨ଜଣ ପ୍ରବାସୀ ଓଡ଼ିଆ ଆସିଥବା ଜଣାପଡିଛି। ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେସନରେ...

୪୮୭ ଏକର ଜମିରେ ଚାଷ ହୋଇଥିଲା ଗଞ୍ଜେଇ

ଆର୍‌.ଉଦୟଗିରି,୨୮ା୧୧(ଡି.ଏନ.ଏ.): ଗଜପତି ଜିଲାର ଆର୍‌.ଉଦୟଗିରି, ମୋହନା ଏବଂ ଅଡବା ଥାନା ଅଞ୍ଚଳରେ ୪୮୭ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରି ଦିଆଯାଇଛି।...

ଲୋପପାଉଛି ପାରଳାର ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ କହିଲେ ମନକୁ ଆସିଯାଉଥିଲା ଗଜପତି ଜିଲା ପାରଳାଖେମୁଣ୍ଡି ସହର। ସହରର ରାଜଦାଣ୍ଡ ସାହିରେ ମାଳ ମାଳ ଶିଙ୍ଗ ଦୋକାନ ସବୁ...

ଗଜପତି ଗସ୍ତରେ ମୁଖ୍ୟମନ୍ତ୍ରୀ: ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ

ଗଜପତି,୪ା୧୦(ଡି.ଏନ୍‌.ଏ.): ଆଜି ଗଜପତି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ଗଜପତିର ୧ ଲକ୍ଷ ୩୭...

ଗଜପତିରେ ଅର୍ନାମେଣ୍ଟାଲ ମାଛଚାଷ ଆରମ୍ଭ

ପାରଳାଖେମୁଣ୍ଡି,୮ା୮(ଡି.ଏନ୍‌.ଏ): ଗଜପତି ଜିଲା ପ୍ରଶାସନ ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ଦୁଃଖସୁଖ ବୁଝିବା ସହ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ରୋଜଗାରର ବ୍ୟବସ୍ଥା କରିଛି।...

ମକା ବିକ୍ରି ପାଇଁ ମଣ୍ଡି ନାହିଁ, ଚାଷୀ ହତାଶ

ଆର.ଉଦୟଗିରି,୧୪ା୧୨(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି, ନୂଆଗଡ ଓ ମୋହନା ବ୍ଲକ ଅଞ୍ଚଳରେ ବ୍ୟାପକ ମକା ଚାଷ ହେଉଛି। ସରକାର ଚାଷୀମାନଙ୍କଠାରୁ ମକା କ୍ରୟ କରୁ ନ ଥିବାବେଳେ...

ପିଆଜ ଟ୍ରକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଧରାପଡ଼ିବା ପରେ…

ଆର.ଉଦୟଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ପକ୍ଷରୁ ଚଢାଉ କରାଯାଇ ଶନିବାର ଏକ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌ରୁ ୧୦ କ୍ୱିଣ୍ଟାଲ ୭୫ କିଲୋ...

Advertisement
Archives

Model This Week