Posted inଗଜପତି

ପାଣି, ରାସ୍ତା ପାଇଁ ମୁନିସିଙ୍ଗିବାସୀ ହନ୍ତସନ୍ତ

ଆର.ଉଦୟଗିରି,୧୯ ।୬(ଡି.ଏନ.ଏ.): ଆର.ଉଦୟଗିରି ବ୍ଲକ ଛେଳିଗଡ଼ ପଞ୍ଚାୟତ ନିକଟସ୍ଥ ୱାର୍ଡ ନଂ ୧ ମୁନିସିଙ୍ଗି ଗ୍ରାମ ଅବହେଳିତ ହୋଇରହିଛି। ଗାଁରେ ପାନୀୟ ଜଳ ଓ ରାସ୍ତା ସୁବିଧା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ସାତସପନ ହୋଇଛି। ସିମେଣ୍ଟ କଂକ୍ରିଟ ରୋଡ ଖାଲଖମାରେ ଭର୍ତ୍ତି ହୋଇଛି। ଗାଁରେ ୪୫ରୁ ୫୦ ପରିବାର ବସବାସ କରନ୍ତି। କିନ୍ତୁ କୌଣସି ମୌଳିକ ସୁବିଧା ଠିକରେ ପାଉ ନଥିବା ଅଭିଯୋଗ ହେଉଛି। ଛେଳିଗଡ଼ ପଞ୍ଚାୟତକୁ ଯିବାକୁ ହେଲେ ୨ରୁ୩ କିଲୋମିଟର ହେବ। ବର୍ଷା ଦିନ ଆସିଲେ ପିଲାମାନେ କାଦୁଅରେ ଯା’ ଆସ କରୁଥିବା ଦେଖିବାକୁ ମିଳିଛି। ଗାଁରେ ଗୋଟିଏ ନଳକୂପ ଅଛି, ସେଥିରୁ ବି ପାଣି କଳଙ୍କି ଓ ହଳଦିଆ ରଙ୍ଗର ବାହାରୁଛି। ଗାଁକୁ ଲାଗି ରହିଥିବା ପୋଖରୀ ଉପରେ ଗ୍ରାମବାସୀ ନିର୍ଭର କରୁଛନ୍ତି। ସେହି ପୋଖରୀକୁ ଲୋକେ ଗାଧୋଉଥିବା ବେଳେ ପଶୁପକ୍ଷୀ ମଧ୍ୟ ଶୋଷ ମେଣ୍ଟାନ୍ତି। ସମସ୍ୟା ନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ମହିଳା ଓ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ କରାଯାଉନି। ଆଗାମୀ ଦିନରେ ସମସ୍ୟା ସମାଧାନ ନ ହେଲେ ବ୍ଲକକୁ ଯାଇ ଧାରଣା ଦେବୁ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ

ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?