Posted inଫୁରସତ

ଜଳ-ସମସ୍ୟା ଜଣଙ୍କର ନୁହେଁ

‘ଭବିଷ୍ୟତରେ ଜଳ ପାଇଁ ଯୁଦ୍ଧ ହେବ’- ଏକଥା ଆଜିର ନୁହେଁ। ୧୯୯୫ ମସିହାରେ ବିଶ୍ୱବ୍ୟାଙ୍କର ଉପସଭାପତି ଡ. ଇସ୍ମାଇଲ୍‌ ସେରାଗେଲଡିନ୍‌ ଏକଥା କହିଥିଲେ। କିନ୍ତୁ ଆଜି ଏଇ କଥାର ଯଥେଷ୍ଟ ଯଥାର୍ଥତା ରହିଛି। ସତ କଥା, ଆଜି ଯଦି ଦେଶ-ଦେଶ, ରାଜ୍ୟ-ରାଜ୍ୟ, ଜିଲା-ଜିଲା, ଏପରିକି ଗ୍ରାମ-ଗ୍ରାମ ଭିତରେ ଜଳ ସମସ୍ୟାର ସମାଧାନ ନ ହୁଏ, ତେବେ ଆସନ୍ତାକାଲି ଯୁଦ୍ଧ ହେବ, ଏଥିରେ ସନ୍ଦେହ ନାହିଁ। ତେଣୁ ଆଜି ସାରା ପୃଥିବୀରେ ଏହି ସମାଧାନର ଆବଶ୍ୟକତା ରହିଛି ଏବଂ ସାରା ବିଶ୍ୱବାସୀଙ୍କୁ ଜଳସଙ୍କଟ ସମ୍ପର୍କରେ ଅବଗତ କରାଇବା ଜରୁରୀ ହୋଇପଡ଼ିଛି। ଜଳସମ୍ପଦର ସଦ୍‌ବ୍ୟବହାର ଦିଗରେ ବିଶ୍ୱବାସୀ ସଚେତନ ହେଲେ ଜଳ ସଂରକ୍ଷଣ ସମ୍ଭବ ହୋଇପାରିବ। ଆଜି ଖଣିଜତୈଳ ତୁଳନାରେ ଜଳର ମୂଲ୍ୟ ଅଧିକ। ଯେମିତି ତେଲର ପ୍ରତ୍ୟେକ ବିନ୍ଦୁକୁ ଆମେ ସତର୍କତାର ସହିତ ବ୍ୟବହାର କରୁ, ସେମିତି ପ୍ରତ୍ୟେକ ଜଳବିନ୍ଦୁର ବ୍ୟବହାର ମଧ୍ୟ ବିବେକାନୁମୋଦିତ ହେବାର ସମୟ ଆସିଛି। ଏଥିପାଇଁ ସାରା ପୃଥିବୀବାସୀ ଏକମନ ଓ ଏକପ୍ରାଣ ହେବା ଦରକାର। ତେବେ ଯାଇ ଜଳସମ୍ପଦର ଆଶାନୁରୂପ ସୁବିନିଯୋଗ ସମ୍ଭବ ହେବ।
ବିଶ୍ୱସ୍ତରୀୟ ସମାଧାନ ପରିପ୍ରେକ୍ଷୀରେ ଜାତିସଙ୍ଘର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପୃଥିବୀର ୧୯୫ଟି ଦେଶ ମଧ୍ୟରୁ ୧୯୩ଟି ଦେଶକୁ ନେଇ ଗଠିତ ମିଳିତ ଜାତିସଙ୍ଘ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ପୃଥିବୀବାସୀଙ୍କର ମଙ୍ଗଳ ଦିଗରେ କାର୍ଯ୍ୟ କରିଆସୁଛି। ଜଳ ସମସ୍ୟାର ଭୟାବହତାକୁ ଦୂର କରିବା ଦିଗରେ ମଧ୍ୟ ମିଳିତ ଜାତିସଙ୍ଘର ଉଦ୍ୟମ ସ୍ବାଗତଯୋଗ୍ୟ। ଜଳସମ୍ପଦର ସୁପରିଚାଳନା ଦିଗରେ ଜାତିସଂଘର ପ୍ରୟାସ ପୂର୍ବକ ୧୯୯୨ ମସିହାରେ ଏହାର ପ୍ରସ୍ତାବ ଅନୁସାରେ ୧୯୯୩ ମସିହାରୁ ମାର୍ଚ୍ଚ ୨୨ ତାରିଖକୁ ‘ବିଶ୍ୱ ଜଳ ଦିବସ’ ହିସାବରେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କୁ ଜଳସମସ୍ୟାର କାରଣ ସମ୍ପର୍କରେ ସଚେତନ କରିବା ଓ ଏହାର ସମାଧାନ ଦିଗରେ ସମସ୍ତଙ୍କୁ ଉତ୍ସାହିତ କରିବା। ସମସ୍ତେ ଅନୁଭବ କରନ୍ତୁ- ସମସ୍ୟାର ସମାଧାନ କେବଳ ବୈଜ୍ଞାନିକମାନଙ୍କର କାମ ନୁହେଁ, ବରଂ ଆମେ ସମସ୍ତେ ଚିନ୍ତା କରିବା ଉଚିତ। ଜଳ-ସମସ୍ୟା ଜଣକର ନୁହେଁ, ବରଂ ଏହା ସମସ୍ତଙ୍କର ସମସ୍ୟା।
ଯଦି କୌଣସି ଅଞ୍ଚଳରେ ଜଳ ପ୍ରଦୂଷଣ ହେତୁ ଜଳକଷ୍ଟ ଦେଖାଯାଏ ଓ ଲୋକମାନେ ବ୍ୟବହାର ଉପଯୋଗୀ ଜଳ ପାଇବାରୁ ବଞ୍ଚତ୍ତ ହୁଅନ୍ତି, ତେବେ ଅସ୍ଥିରତା ଉପୁଜିବ। ସେମାନଙ୍କର ସାମୂହିକ ଉନ୍ନତି ମଧ୍ୟ ସମ୍ଭବ ହୋଇପାରିବ ନାହିଁ। ଜଳାଭାବ ଓ ଜଳର ଅସମ ବଣ୍ଟନ ଘଟିଲେ ସେହି ଅଞ୍ଚଳରେ ଆନ୍ଦୋଳନ ଓ ଗୋଷ୍ଠୀକନ୍ଦଳ ଆରମ୍ଭ ହେବ। ସେହି କନ୍ଦଳ ଭବିଷ୍ୟତରେ ରାଜ୍ୟ କିମ୍ବା ରାଷ୍ଟ୍ରସ୍ତରୀୟ ଅସ୍ଥିରତା ସୃଷ୍ଟିର ପ୍ରତ୍ୟକ୍ଷ ବା ପରୋକ୍ଷ କାରଣ ସାଜିବ। ଠିକ୍‌ ଯେମିତି ଅଦୃଶ୍ୟ ଜଳୀୟବାଷ୍ପରୁ ଦୃଶ୍ୟମାନ ଘନୀଭୂତ ଜଳକଣିକା, ଘନୀଭୂତ ଜଳକଣିକାରୁ ବର୍ଷାବିନ୍ଦୁ, ବର୍ଷାବିନ୍ଦୁରୁ ନଦୀର ପ୍ରବାହ ଓ ଶେଷରେ ନଦୀଜଳରୁ ବିଶାଳ ସମୁଦ୍ର ସୃଷ୍ଟି ହୁଏ। ବିଶାଳ ସିନ୍ଧୁକୁ ଦେଖିଲେ ଜଣେ ବିଶ୍ୱାସ କରିବନି ଯେ, କ୍ଷୁଦ୍ର ଜଳବିନ୍ଦୁ ହିଁ ଏହାର ଜନନୀ। ଠିକ୍‌ ସେମିତି ପୃଥିବୀର ବିଭିନ୍ନ ଅଞ୍ଚଳର ଜଳ ସମ୍ପର୍କିତ ସ୍ଥାନୀୟ କନ୍ଦଳ ଦିନେ ବିଶ୍ୱଯୁଦ୍ଧର କାରଣ ହୋଇପାରେ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଏକାଧିକ କାରକ ରହିଛି। ଜଳ-ସମସ୍ୟାର ସମାଧାନ ଏକ ବଡ଼ କାରକ। ଯଦି ପୃଥିବୀ ଗ୍ରହରେ ଅନୁଭୂତ ସମୁଦାୟ ଜଳ ସମ୍ପଦର ସମାନ ବଣ୍ଟନ ହୋଇପାରିବ, ତାହା ସ୍ଥିରତା ସୃଷ୍ଟିରେ ସହାୟକ ହେବ।
– ଡ. କମଳାକାନ୍ତ ଜେନା
ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri