Posted inଫୁରସତ

ଜଳ-ସମସ୍ୟା ଜଣଙ୍କର ନୁହେଁ

‘ଭବିଷ୍ୟତରେ ଜଳ ପାଇଁ ଯୁଦ୍ଧ ହେବ’- ଏକଥା ଆଜିର ନୁହେଁ। ୧୯୯୫ ମସିହାରେ ବିଶ୍ୱବ୍ୟାଙ୍କର ଉପସଭାପତି ଡ. ଇସ୍ମାଇଲ୍‌ ସେରାଗେଲଡିନ୍‌ ଏକଥା କହିଥିଲେ। କିନ୍ତୁ ଆଜି ଏଇ କଥାର ଯଥେଷ୍ଟ ଯଥାର୍ଥତା ରହିଛି। ସତ କଥା, ଆଜି ଯଦି ଦେଶ-ଦେଶ, ରାଜ୍ୟ-ରାଜ୍ୟ, ଜିଲା-ଜିଲା, ଏପରିକି ଗ୍ରାମ-ଗ୍ରାମ ଭିତରେ ଜଳ ସମସ୍ୟାର ସମାଧାନ ନ ହୁଏ, ତେବେ ଆସନ୍ତାକାଲି ଯୁଦ୍ଧ ହେବ, ଏଥିରେ ସନ୍ଦେହ ନାହିଁ। ତେଣୁ ଆଜି ସାରା ପୃଥିବୀରେ ଏହି ସମାଧାନର ଆବଶ୍ୟକତା ରହିଛି ଏବଂ ସାରା ବିଶ୍ୱବାସୀଙ୍କୁ ଜଳସଙ୍କଟ ସମ୍ପର୍କରେ ଅବଗତ କରାଇବା ଜରୁରୀ ହୋଇପଡ଼ିଛି। ଜଳସମ୍ପଦର ସଦ୍‌ବ୍ୟବହାର ଦିଗରେ ବିଶ୍ୱବାସୀ ସଚେତନ ହେଲେ ଜଳ ସଂରକ୍ଷଣ ସମ୍ଭବ ହୋଇପାରିବ। ଆଜି ଖଣିଜତୈଳ ତୁଳନାରେ ଜଳର ମୂଲ୍ୟ ଅଧିକ। ଯେମିତି ତେଲର ପ୍ରତ୍ୟେକ ବିନ୍ଦୁକୁ ଆମେ ସତର୍କତାର ସହିତ ବ୍ୟବହାର କରୁ, ସେମିତି ପ୍ରତ୍ୟେକ ଜଳବିନ୍ଦୁର ବ୍ୟବହାର ମଧ୍ୟ ବିବେକାନୁମୋଦିତ ହେବାର ସମୟ ଆସିଛି। ଏଥିପାଇଁ ସାରା ପୃଥିବୀବାସୀ ଏକମନ ଓ ଏକପ୍ରାଣ ହେବା ଦରକାର। ତେବେ ଯାଇ ଜଳସମ୍ପଦର ଆଶାନୁରୂପ ସୁବିନିଯୋଗ ସମ୍ଭବ ହେବ।
ବିଶ୍ୱସ୍ତରୀୟ ସମାଧାନ ପରିପ୍ରେକ୍ଷୀରେ ଜାତିସଙ୍ଘର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପୃଥିବୀର ୧୯୫ଟି ଦେଶ ମଧ୍ୟରୁ ୧୯୩ଟି ଦେଶକୁ ନେଇ ଗଠିତ ମିଳିତ ଜାତିସଙ୍ଘ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ପୃଥିବୀବାସୀଙ୍କର ମଙ୍ଗଳ ଦିଗରେ କାର୍ଯ୍ୟ କରିଆସୁଛି। ଜଳ ସମସ୍ୟାର ଭୟାବହତାକୁ ଦୂର କରିବା ଦିଗରେ ମଧ୍ୟ ମିଳିତ ଜାତିସଙ୍ଘର ଉଦ୍ୟମ ସ୍ବାଗତଯୋଗ୍ୟ। ଜଳସମ୍ପଦର ସୁପରିଚାଳନା ଦିଗରେ ଜାତିସଂଘର ପ୍ରୟାସ ପୂର୍ବକ ୧୯୯୨ ମସିହାରେ ଏହାର ପ୍ରସ୍ତାବ ଅନୁସାରେ ୧୯୯୩ ମସିହାରୁ ମାର୍ଚ୍ଚ ୨୨ ତାରିଖକୁ ‘ବିଶ୍ୱ ଜଳ ଦିବସ’ ହିସାବରେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କୁ ଜଳସମସ୍ୟାର କାରଣ ସମ୍ପର୍କରେ ସଚେତନ କରିବା ଓ ଏହାର ସମାଧାନ ଦିଗରେ ସମସ୍ତଙ୍କୁ ଉତ୍ସାହିତ କରିବା। ସମସ୍ତେ ଅନୁଭବ କରନ୍ତୁ- ସମସ୍ୟାର ସମାଧାନ କେବଳ ବୈଜ୍ଞାନିକମାନଙ୍କର କାମ ନୁହେଁ, ବରଂ ଆମେ ସମସ୍ତେ ଚିନ୍ତା କରିବା ଉଚିତ। ଜଳ-ସମସ୍ୟା ଜଣକର ନୁହେଁ, ବରଂ ଏହା ସମସ୍ତଙ୍କର ସମସ୍ୟା।
ଯଦି କୌଣସି ଅଞ୍ଚଳରେ ଜଳ ପ୍ରଦୂଷଣ ହେତୁ ଜଳକଷ୍ଟ ଦେଖାଯାଏ ଓ ଲୋକମାନେ ବ୍ୟବହାର ଉପଯୋଗୀ ଜଳ ପାଇବାରୁ ବଞ୍ଚତ୍ତ ହୁଅନ୍ତି, ତେବେ ଅସ୍ଥିରତା ଉପୁଜିବ। ସେମାନଙ୍କର ସାମୂହିକ ଉନ୍ନତି ମଧ୍ୟ ସମ୍ଭବ ହୋଇପାରିବ ନାହିଁ। ଜଳାଭାବ ଓ ଜଳର ଅସମ ବଣ୍ଟନ ଘଟିଲେ ସେହି ଅଞ୍ଚଳରେ ଆନ୍ଦୋଳନ ଓ ଗୋଷ୍ଠୀକନ୍ଦଳ ଆରମ୍ଭ ହେବ। ସେହି କନ୍ଦଳ ଭବିଷ୍ୟତରେ ରାଜ୍ୟ କିମ୍ବା ରାଷ୍ଟ୍ରସ୍ତରୀୟ ଅସ୍ଥିରତା ସୃଷ୍ଟିର ପ୍ରତ୍ୟକ୍ଷ ବା ପରୋକ୍ଷ କାରଣ ସାଜିବ। ଠିକ୍‌ ଯେମିତି ଅଦୃଶ୍ୟ ଜଳୀୟବାଷ୍ପରୁ ଦୃଶ୍ୟମାନ ଘନୀଭୂତ ଜଳକଣିକା, ଘନୀଭୂତ ଜଳକଣିକାରୁ ବର୍ଷାବିନ୍ଦୁ, ବର୍ଷାବିନ୍ଦୁରୁ ନଦୀର ପ୍ରବାହ ଓ ଶେଷରେ ନଦୀଜଳରୁ ବିଶାଳ ସମୁଦ୍ର ସୃଷ୍ଟି ହୁଏ। ବିଶାଳ ସିନ୍ଧୁକୁ ଦେଖିଲେ ଜଣେ ବିଶ୍ୱାସ କରିବନି ଯେ, କ୍ଷୁଦ୍ର ଜଳବିନ୍ଦୁ ହିଁ ଏହାର ଜନନୀ। ଠିକ୍‌ ସେମିତି ପୃଥିବୀର ବିଭିନ୍ନ ଅଞ୍ଚଳର ଜଳ ସମ୍ପର୍କିତ ସ୍ଥାନୀୟ କନ୍ଦଳ ଦିନେ ବିଶ୍ୱଯୁଦ୍ଧର କାରଣ ହୋଇପାରେ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଏକାଧିକ କାରକ ରହିଛି। ଜଳ-ସମସ୍ୟାର ସମାଧାନ ଏକ ବଡ଼ କାରକ। ଯଦି ପୃଥିବୀ ଗ୍ରହରେ ଅନୁଭୂତ ସମୁଦାୟ ଜଳ ସମ୍ପଦର ସମାନ ବଣ୍ଟନ ହୋଇପାରିବ, ତାହା ସ୍ଥିରତା ସୃଷ୍ଟିରେ ସହାୟକ ହେବ।
– ଡ. କମଳାକାନ୍ତ ଜେନା
ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri