ସିକପାଟାରେ ଜଳ ସମସ୍ୟା, ସୋଲାର ପମ୍ପ କାର୍ଯ୍ୟ ଅଧାରେ ଅଟକିଲା: ବର୍ଷା ଦିନରେ ପାଣି ପାଇଁ ଡହଳବିକଳ

ଦାରିଙ୍ଗବାଡି, ୧୪ /୧୦ (ଅରୁଣ ସାହୁ ): ବର୍ଷା ଦିନରେ ପିଇବା ପାଣି ପାଇଁ ଡହଳବିକଳ। ଗତ ୪ ମାସ ହେଲା ବର୍ଷା ଲାଗିରଗିଥିବାବେଳେ ଗାଁ ରେ ପିଇବା ପାଣି ପାଇଁ ଗ୍ରାମବାସୀ କସରତ କରୁଛନ୍ତି ।
ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ ସିକପାଟା ଗ୍ରାମରେ।
ପ୍ରକାଶ ଯେ, ସରକାର ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରଥମେ ପାଇପ ଯୋଗେ ଜଳ ଯୋଗାଣ ପାଇଁ ପାଇପ ବିଛାଇଲେ। ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ସରକାରଙ୍କ ଖର୍ଚ୍ଚ ହେଲା ।କିନ୍ତୁ ଆଜିକୁ ପ୍ରାୟ ୫ ବର୍ଷ ବିତିଗଲାଣି କିନ୍ତୁ ଲୋକଙ୍କୁ ପାଣି ଟୋପାଏ ମିଳିଲା ନାହିଁ। କୁହାଗଲା ସିକପାଟାରେ ଜଳ ଉତ୍ସ ନାହିଁ। ଏବେ ଗତ କିଛି ମାସ ହେଲା ସରକାରଙ୍କ ପକ୍ଷରୁ ଉକ୍ତ ଗ୍ରାମରେ ସୋଲାର ପମ୍ପ ମାଧ୍ୟମରେ ଜଳ ଯୋଗାଣ ପାଇଁ ପ୍ରକଳ୍ପ ପାଇଁ ଅନୁଦାନ ଆସିଲା। କିନ୍ତୁ ତାକୁ ଅଧପନ୍ତରିଆ କାର୍ଯ୍ୟ କରି ଛାଡିଦିଆଯାଇଛି। ଫଳରେ ସିକପାଟା ଗ୍ରାମରେ ଏହି ବର୍ଷା ଦିନରେ ମଧ୍ୟ ଜଲଭାବ ରହିଛି।

ଗାଁ ମଝିରେ ୨ ଟି ସୋଲାର ଜଳ ପ୍ରକଳ୍ପକୁ ଅଧାରେ କାର୍ଯ୍ୟ ଛାଡି ଠିକା ସଂସ୍ଥାର ଆଉ ଦେଖାମିଳୁନି। ଗାଁ ଲୋକ ବାରମ୍ବାର ଫୋନ କରି ଉକ୍ତ ସଂସ୍ଥାକୁ ଶୀଘ୍ର କାର୍ଯ୍ୟ ସାରିବାକୁ ନିବେଦନ କରିଥିଲେ ମଧ୍ୟ ଫଳ ଶୂନ ବୋଲି ଗ୍ରାମର ଅକ୍ଷୟ ପରିଛାଙ୍କ ସମେତ ରାଜେନ୍ଦ୍ର ଦିଗାଲ, ସୁମଳ ମନ୍ତ୍ରୀ,ନବତୀ ମନ୍ତ୍ରୀ, ରୀନା ସିଂ, ମୋହନଲାଲ ନାୟକ ବରୁଣ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି।

ଗାଁରେ ବୈଠକ କରି ସେମାନେ ନିଷ୍ପତି ନେଇଛନ୍ତି ଶୀଘ୍ର କାର୍ଯ୍ୟ କରା ନ ଗଲେ ରାଜରାସ୍ତାକୁ ଗରା ମାଠିଆ ଧରି ଶତାଧିକ ମହିଳା ପୁରୁଷ ଆନ୍ଦୋଳନ କରିବୁ ବୋଲି କହିଛନ୍ତି। ସେମାନଙ୍କ ଅଭିଯୋଗ ଯେ, ବ୍ଲକ କାର୍ଯ୍ୟାଳୟ ଏବଂ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟଠାରୁ ସିକପାଟା ଗ୍ରାମ ମାତ୍ର ୧ କିମି ମଧ୍ୟରେ ରହିଛି। କିନ୍ତୁ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ଆମେ ଆନ୍ଦୋଳନ ଏକ ମାତ୍ର ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ବୋଲି ଚେତାବନୀ ଦେଇଛନ୍ତି । ଗାଁରେ ଜଳକଷ୍ଟ ଯୋଗୁ ଅସନ୍ତୋଷ ବୃଦ୍ଧି ପାଉଥିବା ଜଣାପଡିଛି। ଏନେଇ ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ କ୍ଷୀରୋବ୍ଦ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ପୂଜା ଛୁଟି ପରେ ଠିକା ସଂସ୍ଥାର ଶ୍ରମିକମାନେ ଆସିନାହାନ୍ତି। ସେମାନେ ଆସିଲେ ଆମେ ଉକ୍ତ କାର୍ଯ୍ୟ ଶୀଘ୍ର ସାରିଦେବୁ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?