ପାଣି ପାଇଁ ଡହଳବିକଳ

ରାଉରକେଲା,୨୪।୬(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା ଶିଳ୍ପାଞ୍ଚଳ ତଥା ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଅଧୀନ ସେକ୍ଟର-୧ ଖରିଆବାହାଲ ବସ୍ତିରେ ପାଣି ସମସ୍ୟା ଉତ୍କଟ ହୋଇଛି। ଖରାଦିନ ଆରମ୍ଭ ହେଲେ ପାଣି ପାଇଁ ବସ୍ତିବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ସେକ୍ଟର-୧ ଖରିଆବାହାଲ ବସ୍ତିର ଜନସଂଖ୍ୟା ପ୍ରାୟ ୭ ହଜାର। ଏହି ବସ୍ତି ଅଞ୍ଚଳ ଆର୍‌ଏମ୍‌ସି କି ପଞ୍ଚାୟତ ଅଧୀନରେ ଯାଉନାହିଁ। ଫଳରେ ବସ୍ତିକୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ମିଳିପାରୁନାହିଁ। ବସ୍ତିବାସୀଙ୍କର କେବଳ ଭୋଟ୍‌ଦାନ ଅଧିକାର ଥିବାବେଳେ ସେମାନେ ସବୁକ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ଅବହେଳିତ ଅବସ୍ଥାରେ ରହିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବସ୍ତିରେ ନଳକୂପ ଖନନ କରାଯାଇଥିଲା। ବର୍ତ୍ତମାନ ସେହି ନଳକୂପରୁ ପାଣି ବାହାରୁନାହିଁ। ବସ୍ତିରେ ଥିବା କୂଅ ଶୁଖିଲା ପଡିଛି। ଏଭଳି ସ୍ଥିତିରେ ୧୦କିମି ଦୂର ଏକ ଟ୍ୟାପ୍‌ରୁ ବସ୍ତିବାସୀ ଦୈନିକ ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ବସ୍ତିରେ ଜଳ ସମସ୍ୟାକୁ ନେଇ ସ୍ଥାନୀୟ ବାସିନ୍ଦା ଅଶୋକ ଦାସ କୁହନ୍ତି, ବାହାରୁ ଅଟୋ ଯୋଗେ ପାଣି ସଂଗ୍ରହ କରିବାକୁ ପଡୁଛି। ପାଣି ପାଇଁ କାମକୁ ଯାଇପାରୁନାହୁଁ। ଘରକୁ ସଂଯୋଗ ହୋଇଥିବା ପାଇପ୍‌ ଜଳଯୋଗାଣ କାର୍ଯ୍ୟକାରୀ ହେଉନି। ଜଣେ ଭିନ୍ନକ୍ଷମ ମହିଳା ଦୁଃଖିନୀ ବାର୍ଲା କୁହନ୍ତି, ବସ୍ତିରେ ପାଣି ସମସ୍ୟା ସବୁଦିନିଆ। ଲୋକେ ନଦୀ, ନାଳ ଓ କମ୍ପାନୀ କ୍ୱାର୍ଟର ଗୁଡ଼ିକରୁ ମାଗିଯାଚି ପାଣି ଆଣୁଛନ୍ତି। କିନ୍ତୁ ମୋତେ ଖରାମାସରେ ପାଣି କିଣିବାକୁ ପଡୁଛି। ସହଦେବ ଲାକ୍ରା କହିଛନ୍ତି, ନିର୍ବାଚନ ସମୟରେ ଏଠାରେ ରାଜନେତାଙ୍କ ପାଦ ପଡ଼େ। ଭିନ୍ନ ଭିନ୍ନ ଦଳର ରାଜନେତାଙ୍କୁ ଗୁହାରି କରାଯାଇଛି ହେଲେ ସମସ୍ୟାର ସମାଧାନ ହୋଇନି। କେବଳ ଆଶ୍ୱାସନା ମିଳୁଛି। ବସ୍ତିରେ ଦୈନିକ ଭାବେ ପାଣି ପାଇଁ ଗଣ୍ଡଗୋଳର ସୂତ୍ରପାତ ହେଉଛି। ଏପରିକି ଥାନାର ଦ୍ୱାରସ୍ଥ ହେବାକୁ ମଧ୍ୟ ପଡ଼ୁଛି। ଅନୁରୂପ ଭାବେ ସୁଷମା ଦାସ, ସୋମବାରୀ ହେମ୍ବ୍ରମ, ରଶ୍ମି ଦାସ, ମହାଦେବ ଲାକ୍ରା, ଫୁକଲି ଦାସ, ମନିତା ଭଗତ, ମଧୁ ଦାସ ପ୍ରମୁଖ ଅନୁରୂପ ଅଭିଯୋଗ କରିଛନ୍ତି। ଖରିଆବାହାଲ ବସ୍ତିର କିଛି ଅଞ୍ଚଳକୁ ବେଳେବେଳେ ଆରଏସପି ପକ୍ଷରୁ ପାନୀୟ ଜଳଯୋଗାଣ କରାଯାଉଛି। ହେଲେ ଆମ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ ବୋଲି ସେମାନେ କହିଥିଲେ। ଏ ନେଇ ରଘୁନାଥପାଲୀ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ପ୍ରଶାନ୍ତ ସେଠୀ କୁହନ୍ତି, ପାଣି ଯୋଗାଣ ପାଇଁ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କୁ ପାଣି ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପ୍ରାୟ ୧ମାସ ତଳେ ପାଣି ପାଇଁ ଆର୍‌ଏସ୍‌ପି ସହରସେବା ବିଭାଗ ଘେରାଉ କରାଯାଇଥିଲା। ତେବେ ବସ୍ତିବାସୀଙ୍କ ଅଧିକାର ପାଇଁ ପୁନଃ ଲଢ଼େଇ କରାଯିବ। ଆରଏସପି କର୍ତ୍ତୃପକ୍ଷଙ୍କୁ ସମାଧାନ ପାଇଁ କୁହାଯିବ ବୋଲି ସେଠୀ କହିଛନ୍ତି। ଏ ସମ୍ପର୍କରେ ମତାମତ ପାଇଁ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୮୧୩୧୦୨୫ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ ରିସିଭ ନ କରିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri