କାରଖାନା ଫେରାଉଛି ଗରଳପାଣି

ଯାଜପୁର ଅଫିସ,୧୮।୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଳ ପ୍ରଦୂଷଣ ଉତ୍କଟ ହୋଇଛି। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତାରୁ କାରଖାନାଗୁଡିକ ନିର୍ମଳ ପାଣି ନେଇ ସ୍ଥାନୀୟ ଅଞ୍ଚଳକୁ ଫେରାଉଛନ୍ତି ଗରଳ। ଏଥିଯୋଗୁ ଗଣ୍ଡାନାଳର ପାଣିରେ ଅତି ବିଷାକ୍ତ ସାଏନାଇଡ୍‌ ପ୍ରାୟ ୨ ଗୁଣ ଓ ଫେନୋଲିକ୍‌ କମ୍ପାଉଣ୍ଡ ୧୫ ଗୁଣ ଅଧିକ ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ୧ା୭ା୨୦୨୧ ଓ ୨ା୭ା୨୦୨୧ରେ କଳିଙ୍ଗନଗର ଅଞ୍ଚଳସ୍ଥିତ ବ୍ରାହ୍ମଣୀ, ଖରସ୍ରୋତା ଓ ଗଣ୍ଡାନାଳ ପାଣି ନମୁନା ପରୀକ୍ଷାରେ ଏହା ସ୍ପଷ୍ଟ ହୋଇଛି। ଏହି ମର୍ମରେ ଏସ୍‌ପିସିବିର ଚିଫ୍‌ ଏନ୍‌ଭାଇରନ୍‌ମେଣ୍ଟାଲ୍‌ ଇଞ୍ଜିନିୟରଙ୍କୁ ସେଣ୍ଟ୍ରାଲ ଲାବରେଟୋରିର ବରିଷ୍ଠ ପରିବେଶ ବୈଜ୍ଞାନିକ ୯ା୭ା୨୦୨୧ରେ ସୂଚିତ କରିଛନ୍ତି। ଏଭଳି ପ୍ରଦୂଷିତ ଜଳ ଯୋଗୁ ଫସଲ ନଷ୍ଟ ସହିତ ମଣିଷ ଓ ପ୍ରାଣୀ ସମ୍ପଦ ପାଇଁ ବିଶାଳ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଚାଲିଥିବା ସ୍ଥାନୀୟ ଅଞ୍ଚଳବାସୀ, ପରିବେଶ କର୍ମୀମାନେ ଅଭିଯୋଗ କରି ଆସୁଛନ୍ତି। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ମାମଲା ଚାଲୁଛି। କିନ୍ତୁ କାରଖାନାର ପାଣି ବିଶୋଧିତ ହୋଇ ବାହାରୁଥିବା ନେଇ ରିପୋର୍ଟ ଦେଇ ଆସୁଥିବା ସରକାରୀ ଅଧିକାରୀମାନେ କିଭଳି କମ୍ପାନୀ ଖୁଣ୍ଟରେ ବନ୍ଧା ହୋଇଛନ୍ତି ତାହା ଜଳନମୁନା ପରୀକ୍ଷାରୁ ସ୍ପଷ୍ଟ ହେଉଛି।

ମିଳିଥିବା ରିପୋର୍ଟ ଅନୁସାରେ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌), ଜିନ୍ଦଲ ଷ୍ଟେନଲେସ୍‌ ପ୍ରାଇଭେଟ ଲିମିଟେଡ୍‌(ଜେଏସ୍‌ପିଏଲ୍‌), ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌), ମେସ୍କୋ ଷ୍ଟିଲ, ଟାଟା ଷ୍ଟିଲର ବର୍ଜ୍ୟଜଳ ମିଶୁଥିବା ଗଣ୍ଡାନାଳର କୁସୁନପୁରଠାରୁ ଗତ ଜୁନ ୩୦ରେ ଜଳନମୁନା ସଂଗ୍ରହ ହୋଇଥିଲା। ଏହି ନମୁନା ପରୀକ୍ଷା ପରେ ଅନୁମତି ସୀମା (ପର୍‌ମିସ୍‌ବୁଲ୍‌ ଲିମିଟ୍‌) ୦.୦୦୫ (ମିଲିଗ୍ରାମ/ଲିଟର)ଠାରୁ ହାରାହାରି ୦.୦୭୮ (ମିଲିଗ୍ରାମ/ଲିଟର) ଫେନୋଲିକ୍‌ କମ୍ପାଉଣ୍ଡ ଏବଂ ପର୍‌ମିସିବୁଲ୍‌ ଲିମିଟ୍‌ ୦.୦୫ (ମିଲିଗ୍ରାମ/ଲିଟର)ଠାରୁ ୦.୦୯୭(ମିଲିଗ୍ରାମ/ଲିଟର) ସାଏନାଇଡ୍‌ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହାବାଦ ବ୍ରାହ୍ମଣୀ ନଦୀର କବାଟବନ୍ଧଠାରୁ ସଂଗୃହୀତ ନମୁନାରେ ଲିଟର ପିଛା ୦.୦୨୩ ମିଲିଗ୍ରାମ ଫେନୋଲିକ୍‌ ଏବଂ ୦.୦୩୫ ମିଲିଗ୍ରାମ ସାଏନାଇଡ୍‌, ଖରସ୍ରୋତା ନଦୀର ଟିସ୍କୋ ଇନ୍‌ଟେକ୍‌ ପଏଣ୍ଟରୁ ସଂଗୃହୀତ ଜଳ ନମୁନାରେ ୦.୦୩୨ ମିଲିଗ୍ରାମ ଫେନୋଲିକ୍‌ ଓ ୦.୦୪୦ ମିଲିଗ୍ରାମ ସାଏନାଇଡ୍‌, ଗଣ୍ଡାନାଳର ଓଳଲଠାରେ ୦.୦୨୯ ମିଲିଗ୍ରାମ ଫେନୋଲିକ୍‌୍‌ ଓ ୦.୦୩୦ ମିଲିଗ୍ରାମ ସାଏନାଇଡ୍‌୍‌ ରହିଛି। ସେହିପରି ଗଣ୍ଡାନାଳର ମାର୍ଥାପୁର ପାଖରୁ ସଂଗୃହୀତ ଜଳନମୁନାରେ ଲିଟର ପିଛା ୦.୦୪୪ ମିଲିଗ୍ରାମ ଫେନୋଲିକ୍‌ ଓ ୦.୦୪୫ ମିଲିଗ୍ରାମ ସାଇନାଇଡ, ଖରସ୍ରୋତା ନଦୀର ଜୋକଡିଆ ବ୍ରିଜ ନିକଟ ସଂଗୃହୀତ ପାଣିରୁ ୦.୦୩୧ ମିଲିଗ୍ରାମ ଫେନୋଲିକ୍‌ ଓ ୦.୦୩୩ ମିଲିଗ୍ରାମ ସାଏନାଇଡ୍‌ ଏବଂ ଖରସ୍ରୋତା ନଦୀ ଖଣ୍ଡିତର ନିକଟରୁ ସଂଗୃହୀତ ଜଳନମୁନାରେ ୦.୦୨୫ ମିଲିଗ୍ରାମ ଫେନୋଲିକ୍‌ ଓ ୦.୦୨୨ ମିଲିଗ୍ରାମ ସାଏନାଇଡ୍‌ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଗଣ୍ଡାନାଳର କୁସୁନପୁରଠାରେ ଅନୁମତି ସୀମାଠାରୁ ଅଧିକ ସାଏନାଇଡ୍‌ ରହିଥିବାରୁ ଏସ୍‌ପିସିବି ଚିନ୍ତାବ୍ୟକ୍ତ କରିଛି।

ବିଶେଷକରି ବିଆର୍‌ପିଏଲର ବର୍ଜ୍ୟପାଣି ଏଠାରେ ଅଧିକ ମିଶୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଏନେଇ ବିଆର୍‌ପିଏଲ୍‌ ବିରୋଧରେ ଏନ୍‌ଜିଟିରେ ଏକ ମାମଲା ବିଚାରାଧୀନ ମଧ୍ୟ ରହିଛି। ତେବେ ଏସ୍‌ପିସିବିର ଏହି ରିପୋର୍ଟକୁ ଅବଲୋକନ କଲେ ବିଆର୍‌ପିଏଲ୍‌ ବାହାରକୁ ବର୍ଜ୍ୟଜଳ ଛାଡୁଥିବା ପ୍ରମାଣିତ କରୁଛି। ଏହାବାଦ କେତେକ କାରଖାନାର ବର୍ଜ୍ୟଜଳ ଚାଷଜମି ଦେଇ ଗଣ୍ଡାନାଳରେ ମିଶୁଛି।
ଅନ୍ୟପକ୍ଷେ କାରଖାନାର ବର୍ଜ୍ୟଜଳ ମିଶୁଥିବା ନଦୀ ତଟବର୍ତ୍ତୀ ଅଞ୍ଚଳରେ ଅନ୍‌ଲାଇନ ୱାଟର କ୍ବାଲିଟି ମନିଟରିଂ ସିଷ୍ଟମ୍‌ ଲଗାଇବାକୁ ପୂର୍ବରୁ ହୋଇଥିବା ନିଷ୍ପତ୍ତି କେବଳ କାଗଜପତ୍ରରେ ସୀମିତ ରହିଛି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ, ସେ କହିଛନ୍ତି ଫେନୋଲିକ୍‌ ପଦାର୍ଥ ପାଇଁ କାରଖାନା ଦାୟୀ ନୁହେଁ। ସେହି ଅଞ୍ଚଳର ମାଟି, ଗଛ, ପତ୍ର ଆଦି ପ୍ରାକୃତିକ ସ୍ଥିତି ଅନୁସାରେ ଫେନୋଲିକ୍‌ ନିର୍ଭର କରିଥାଏ। ତେବେ ସାଏନାଇଡ୍‌ ଯେଉଁ ପରିମାଣରେ ବାହାରୁଛି ତାକୁ ନିୟନ୍ତ୍ରଣ କରିବାକୁ ଗଣ୍ଡାନାଳରେ ସେତିକି ପାଣି ପ୍ରଭାବିତ ହେଉନାହିଁ। କାରଖାନାରୁ ବାହାରୁଥିବା ପାଣି ବିଶୋଧନ କରି ଗଣ୍ଡାନାଳରେ ଛଡ଼ାଯାଉଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri