ଗଞ୍ଜାମ, ୩।୧୦(ବିଦ୍ୟାଧର ସାହୁ ): ଲଗାଣ ବର୍ଷା ପାଇଁ ଗଞ୍ଜାମ ଜିଲାକୁ ପୂର୍ବରୁ ରେଡ ୱାନିର୍ଂ ଜାରି କରାଯାଇଥିବା ବେଳେ ବର୍ତ୍ତମାନ ୟେଲୋ ଜୋନ ଘୋଷଣା କରାଯାଇଛ। ବେଳକୁ ବେଳ ଋଷିକୂଲ୍ୟା ଜଳସ୍ତର ବୃଦ୍ଧି ପାଉଥିବା ଜଣାପଡିଛି। ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ ଦାମୋଦରପୁର ସ୍ଥିତ ଋଷିକୂଲ୍ୟା ନଦୀ କୁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ ବୋଲି ଜିଲାପାଳ କହିଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସାମନ୍ୟ ଜଲସ୍ତର ବୃଦ୍ଧି ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି । ପବନର ବେଗ ଟିକେ ଅଧିକ ରହିଛି। ଘୋଡ଼ାହାଡ଼ ଡ୍ୟାମରେ ଅଧିକ ପାଣି ଯୋଗୁ ଋଷିକୂଲ୍ୟା ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି l ତଟବର୍ତ୍ତୀ ଅଞ୍ଚଳ ଲୋକମାନେ ନଦୀ ସମୁଦ୍ରକୁ ନ ଯିବା ଲାଗି ବାରଣ କରାଯାଇଛି। ନଦୀ କୂଳିଆ ଅଞ୍ଚଳରେ ଟିମକୁ ଆଲର୍ଟ ରହିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତ। ବର୍ତ୍ତମାନ ବିପଦ ନାହିଁ ଯଦି ଉପର ମୁଣ୍ଡରୁ ପାଣି ଆସେ ତା’ହେଲେ ନଦୀ କୂଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗକୁ ସଚେତନ ରହିବା ପାଇଁ କୁହାଯାଇଛି । କୌଣସି ଅଧିକାରୀ ବିନା ଅନୁମତିରେ ଯେପରି ହେଡ଼ କ୍ୱାର୍ଟର ଛାଡିପାରିବେନି ସେଥିଲାଗି ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ନଦୀର ଜଳ ସ୍ତର ବୃଦ୍ଧି ପାଇଥିବାରୁ ନଦୀ କୂଳକୁ ଯିବା ପାଇଁ ଓ ନଦୀରେ ଗାଧେଇବାକୁ ନ ଯିବାକୁ ଜିଲାପଳ ନିର୍ଦ୍ଦେଶ ଦେଇଛନ୍ତି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏହି ସମୟରେ ଜିଲାପାଳଙ୍କ ସମେତ ଜଳ ସେଚନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାହାକ ଉପସ୍ଥିତ ଥିଲେ।


