ରାମନଦୀରେ ବନ୍ୟା: ଲଗାଣ ବର୍ଷାରେ ଦିଗପହଣ୍ଡି-ସାନଖେମୁଣ୍ଡିରେ ସ୍ଥିତି ବେହାଲ

ଦିଗପହଣ୍ଡି,୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ରାମନଦୀରେ ବନ୍ୟା ଯୋଗୁ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦାଠାରେ କାମ ଚାଲିଥିବା ବ୍ୟାରେଜ ଓ ଆନିକଟ ସ୍ପିଲ ୱେର ଅର୍ଦ୍ଧାଧିକ ଅଂଶ ଭାସିଯାଇଛି।
ବଡ଼ପଦା ଗ୍ରାମ ଶ୍ରୀ ଉଦୟନାଥେଶ୍ୱର ଶିବ ମନ୍ଦିର ଅଳ୍ପକେ ବର୍ତ୍ତି ଯାଇଛି। କେନାଲ ଭାଙ୍ଗି ବନ୍ୟାଜଳ ସିନ୍ଧବା, ଚଷାନିମଖଣ୍ଡି,ନିମଖଣ୍ଡିପେଣ୍ଠ, ଶ୍ୟାମସୁନ୍ଦର ପୁର ପଲ୍ଲୀ ପ୍ରଭୃତି ଗ୍ରାମର ରାସ୍ତା ଉପରେ ପାଣି ସୁଅ ଛୁଟୁଛି। ରାମନଦୀ ଜଳସେଚନ ପ୍ରକଳ୍ପ ପାର୍ଶ୍ୱରେ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ଡାକବଙ୍ଗଳା ନିର୍ମିତ ହୋଇଥିଲେ ମଧ୍ୟ ସେଠାରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ଉପସ୍ଥିତ ନ ଥିବାରୁ ନଦୀ ଉପରେ ଥିବା ଗେଟ ଖୋଲା ଯାଇ ନଥିଲା। ଫଳରେ ସ୍ପିଲ ୱେର ଅର୍ଦ୍ଧାଧିକ ଅଂଶ ବନ୍ୟା ଜଳରେ ଭାସି ଯାଇଥିବା ଜଣାପଡିଛି। ଶୁକ୍ରବାର ସକାଳ ସୁଦ୍ଧା ରାମନଦୀ ଜଳସେଚନ କାର୍ଯ୍ୟାଳୟର କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀ ବୃନ୍ଦ ବ୍ୟାରେଜ ନିକଟରେ ପହଞ୍ଚି ନ ଥିବା ଚଷାନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ଼ ଜଣାଇଛନ୍ତି।

ଚଳିତବର୍ଷ ଖରିଫ ଧାନ ଚାଷ ରେ ଚାଷୀଙ୍କୁ କେନାଲ ଯୋଗେ ପାଣି ଯୋଗାଣ ରେ ଗୁରୁତର ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଉପୁଜିଛି। ରାମ ନଦୀରୁ କେନାଲ ଯୋଗେ ଚାଷୀଙ୍କ ଜମିକୁ ପାଣି ଯୋଗାଇ ଦିଆନଗଲେ ବିଶାଳ ଚାଷୀ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏନେଇ ରାମନଦୀ ପ୍ରକଳ୍ପ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଛେଳିଗଡ କେନାଲ ଡିଭିଜନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଇଂ.ସରୋଜ ନାୟକଙ୍କୁ ପଚାରିବାରୁ ରାମନଦୀ ସେଚ ପ୍ରକଳ୍ପର ସମସ୍ତ କ୍ଷୟକ୍ଷତି ଅତିଶୀଘ୍ର ଅନୁଧ୍ୟାନ କରାଯାଇ ମରାମତି ଓ ପୁନଃ ନିର୍ମାଣ କରାଯିବ। ଚାଷୀଙ୍କୁ ଆବଶ୍ୟକ ଜଳ ଯୋଗାଣରେ କୌଣସି ଅବହେଳା କରାଯିବ ନାହିଁ ବୋଲି ଜଣାଇଛନ୍ତି।

ପ୍ରବଳ ବର୍ଷା ଯୋଗୁ ସମସ୍ତ ଚାଷ ଜମିରେ ବ୍ୟାପକ ଧାନ ଫସଲ ଓ ପନିପରିବା ଫସଲ ନଷ୍ଟ ହୋଇଛି। ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଧିନ ଅଧିକାଂଶ ଗ୍ରାମର ଧାନ ଚାଷ ପ୍ରଭାବିତ ହୋଇଛି। ବହୁ ସଂଖ୍ୟକ ଜମିର ଧାନ ଫସଲ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି। ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ନିକଟ ବ୍ରିଜ ରାସ୍ତା ଧୋଇ ଯିବାରୁ ଖାରିଆଗୁଡ଼ା ଏବଂ ତୁରୁବୁଡ଼ି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।ସେହିପରି ଫାସିଗୁଡ଼ା ଗ୍ରାମ ନିକଟ କୃଷ୍ଣସାଗରରେ ପାଣି ଭର୍ତ୍ତି ହୋଇଯିବାରୁ ଉଦବୃତ ପାଣି ଗାଁ ମଧ୍ୟକୁ ମାଡ଼ି ଆସିଲା ରାସ୍ତା ଉପରେ ପ୍ରାୟ ୫ ଫୁଟ ପାଣି ପ୍ରବାହିତ ହେବାରୁ ଫାସିଗୁଡ଼ା – ଭୀଷ୍ମଗିରି ଗ୍ରାମକୁ ଚଳପ୍ରଚଳ ବନ୍ଦ ହୋଇଯାଇଥିଲା।

ଫାସିଗୁଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ଏନେଇ ପ୍ରଶାସନକୁ ଜଣାଇବା ପରେ ରାତି ପ୍ରାୟ ସାଢ଼େ ୧୦ଟାରେ ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି .ବ୍ରହ୍ମପୁର ଉପ ଜିଲାପାଳ ଅବିନାଶ କୁମାର,ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,ବିଡ଼ିଓ ଅନାମିକା ପାଣ୍ଡେ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ପରେ ଜିଲାପାଳଙ୍କ ସମେତ ଅନ୍ୟ ପଦାଧିକାରୀ ବୃନ୍ଦ ଜକମେରୀପଲ୍ଲୀ ଗ୍ରାମ ନିକଟ ନଦୀ ଉପରେ ନିର୍ମିତ ବ୍ୟାରେଜ ଅଞ୍ଚଳ ପରିଦର୍ଶନ କରି ଫେରିଥିଲେ। ଧାନ ଫସଲ କ୍ଷତି ସମ୍ପର୍କରେ ଜିଲାପାଳଙ୍କୁ ପଚାରିବାରୁ ଏନେଇ ଜିଲା କୃଷି ଅଧିକାରୀଙ୍କୁ ସେ ଅବଗତ କରାଇଛନ୍ତି। କୃଷି ବିଭାଗ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବାପରେ ଚାଷୀଙ୍କୁ କ୍ଷତିପୂରଣ ପାଇଁ ସରକାରଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି। ଅପରପକ୍ଷରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ନାଳ ପାଣି ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ବିଦ୍ୟାଳୟରେ ପଶିଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?