କମୁଛି ଜଳ, ବଢୁଛି ଦୁଃଖ

ଖଇରା, ୨୯।୫ (ଡି.ଏନ.ଏ.)-ବାତ୍ୟା ୟାସ୍‌ ପ୍ରଭାବରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ ବ୍ୟାପକ କ୍ଷତି ଘଟିଛି। କେଉଁଠି ବ୍ୟବସାୟୀଙ୍କ ଦୋକାନରେ ପାଣି ପଶି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି ତ ଆଉ କେଉଁଠି ଘରେ ପାଣି ପଶି ବର୍ଷକର ଭାତ ହାଣ୍ଡି ଉଜୁଡିଯାଇଛି । ରାସ୍ତା ଧୋଇଯିବା ଯୋଗୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ପରିବା, ଆମ୍ବ, ମାଛ, ଧାନ, ବିରି ଚାଷ କରିଥିବା ଚାଷୀ ଶତ ପ୍ରତିଶତ ନଷ୍ଟ ହୋଇଯାଇଥିବାରୁ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ତୁରନ୍ତ ସରକାରୀ ସ୍ତରରେ ରିପୋର୍ଟ ପ୍ରସ୍ତୁତ କରି ଯଥାଶୀଘ୍ର ସହାୟତା ପ୍ରଦାନ କରିବାକୁ ଚାଷୀ, ବ୍ୟବସାୟୀମାନେ ଦାବି କରିଛନ୍ତି । ବାତ୍ୟା ଯୋଗୁ ଖଇରା ବ୍ଲକର ବ୍ୟବସାୟୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ବିନା ସୂଚନାରେ ଆମ୍ବହତା କେନାଲକୁ ବିଭିନ୍ନ ସ୍ଥାନରେ ହାଣି ଦିଆଯିବା ତଥା ଖଇରା ବଜାରରେ ଡ୍ରେନଗୁଡିକୁ ବ୍ୟକ୍ତିଗତ ଦଖଲରେ ରଖାଯାଇଥିବା କାରଣରୁ ପାଣି ଦୋକାନ ତଥା ଘରେ ପଶିଥିଲା । ଜଣେ ହେଲେ ବ୍ୟବସାୟୀ ଜିନିଷ ଉଦ୍ଧାର ପାଇଁ ସମୟ ପାଇ ନ ଥିଲେ । ସେହିଭଳି ଗଣ୍ଡିବେଡ, ତୁଡିଗଡିଆ ବଜାରରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ନନ୍ଦୁର ପଞ୍ଚାୟତର ଉସୁରିଆ ରୁଢିଙ୍ଗିଆ ରାସ୍ତା, ନନ୍ଦୁର-ସୁଙ୍ଗୁଡା ରାସ୍ତା, ଗଡପୋଖରୀ ପଞ୍ଚାୟତର ପାରିଖମା-ସୁନ୍ଦରପୁର ରାସ୍ତା, ତୁଡିଗଡିଆ-ମାଖନପୁର, ସୋରକୁପାରିଠାରୁ ଗୋପାଳବେଢା ଗ୍ରାମ ରାସ୍ତା ନଷ୍ଟ ହୋଇପଡିଥିବା କାରଣରୁ ଯାତାୟାତ ବନ୍ଦ ହୋଇରହିଛ। ଏହାଛଡା ବିଦ୍ୟୁତଖୁଣ୍ଟ ଏବଂ ତାର ନଷ୍ଟ ହେବା କାରଣରୁ ଭୋଗୁପୁର, ଗୁଆପାଳ ସମେତ ଖଇରା ଉପଖଣ୍ଡର ୫୦ରୁ ଊର୍ଦ୍ଧ୍ୱ ଗ୍ରାମ ଅନ୍ଧାରରେ ଷଢୁଛନ୍ତି। ଶୁକ୍ରବାର ସହକାରୀ ଉଦ୍ୟାନ ଅଧିକାରୀ ରମେଶ ଚନ୍ଦ୍ର ମଲ୍ଲିକ ଉଦ୍ୟାନ ରକ୍ଷକ ତାରାକାନ୍ତ ମହାପାତ୍ରଙ୍କ ସହ ଗନ୍ଧାଳି ଗ୍ରାମକୁ ଯାଇ ରାମଚନ୍ଦ୍ର ଶତପଥି ତଥା ଅନ୍ୟାନ୍ୟ ଚାଷୀଙ୍କ ଉଜୁଡା ଆମ୍ବ କ୍ଷେତ ପରିଦର୍ଶନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri