‘ପାଣି ଏଠି ଜୀବନ ନୁହେଁ, ଜହର’

ବିନିକା,୨୮ା୬(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିଲେଇମାଳ ଗାଁ। ଏହି ରାଜସ୍ବ ଗ୍ରାମର ଲୋକସଂଖ୍ୟା ୪ଶହ। ମୁଖ୍ୟତଃ ପଛୁଆ ବର୍ଗ ଏବଂ ଆଦିବାସୀ, ହରିଜନ ଶ୍ରେଣୀର ଲୋକେ ବସବାସ କରୁଥିବା ଏହି ଗ୍ରାମର ଚତୁଃପାର୍ଶ୍ୱରେ ଚାଷ ଜମି ଘେରି ରହିଛି। ଗୋଟିଏ ଓ୍ବାର୍ଡକୁ ନେଇ ଗଠିତ ଏହି ଗ୍ରାମରେ ବିକାଶ ସାତସପନ। ବିଭିନ୍ନ କ୍ଷେତ୍ରରେ ବହୁ ପଛରେ ରହିଥିବା ଏହି ଗ୍ରାମବାସୀ ମୌଳିକ ସେବାରୁ ବଞ୍ଚିତ।
କୁହାଯାଏ ଜଳ ହିଁ ଜୀବନ। କିନ୍ତୁ ଏଠି ଜଳ ଜହ। ମାଟି ତଳୁ ବାହାରୁଥିବା ପାଣି ମଧ୍ୟ ପାନୀୟ ଜଳ ଉପଯୋଗୀ ନୁହଁ ବୋଲି ଗ୍ରାମବାସୀ କହିଛନ୍ତି। ସେମାନେ ଦର୍ଶାଇଛନ୍ତି, ଏହି ପାଣି ପିଇ ଗ୍ରାମର ବହୁ ଲୋକ କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି। ଗାଁରେ ସୌରଶକ୍ତି ଚାଳିତ ଏକ ପାନୀୟ ଜଳ ପ୍ରକଳ୍ପ ଥିଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ପାଣି ମିଳୁ ନାହିଁ। ସେହିପରି ଗାଁରେ ୩ଟି ନଳକୂପ ଅଛି। ମାତ୍ର ଗୋଟିଏ ନଳକୂପ କାର୍ଯ୍ୟକ୍ଷମ ରହିଛି। ମଝିପଡା ନଳକୂପ ଅଚଳ ହୋଇ ପଡିଥିବା ବେଳେ ତଳିପଡା ନଳକୂପରୁ ଲୌହ ମିଶ୍ରିତ ପାଣି ବାହାରୁଛି। ତଥାପି ଆବଶ୍ୟକ ପାଣି ମିଳୁ ନ ଥିବାରୁ ଗାଁ ଲୋକେ ବାଧ୍ୟ ହୋଇ ସେହି ଲୌହମିଶ୍ରିତ ପାଣି ବ୍ୟବହାର କରୁଛନ୍ତି। ଏହି ଦୂଷିତ ପାଣି ପିଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଗ୍ରାମର ରଞ୍ଜୁ ଛତର(୨୫), ରାଜକୁମାର ଜାଳ (୪୦), ପ୍ରତିମା ମଲ୍ଲିକ (୪୮)ଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଭାନୁମତି ବାଘ (୬୦), ବ୍ରଜମୋହନ କୁଦେଇ(୪୮), ଲମ୍ବୋଦର ବିହାର(୫୦), ଲକ୍ଷ୍ମଣ ମଲ୍ଲିକ(୪୮) ସେହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ା ହେଲେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁ ନ ପାଇ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗ ଫୁଲି ଯାଇଛି ବୋଲି ଗ୍ରାମବାସୀ କହିଛନ୍ତି।
ଏନେଇ ସରପଞ୍ଚ ଚନ୍ଦ୍ର କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ପଞ୍ଚାୟତର ନିଜସ୍ବ ପାଣ୍ଠିରେ ତିଲେଇମାଳ-ରାମପୁର କେନାଲ ରାସ୍ତା ନିର୍ମାଣ ଚାଲିଛି। ଖୁବ୍‌ଶୀଘ୍ର ସେହି କାମ ଶେଷ ହେବ। ତିଲେଇମାଳ-ତାଳମୁଣ୍ଡା ମୁଖ୍ୟରାସ୍ତା ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଆଗାମୀ ଦିନରେ ଗାଁରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା, ଶିକ୍ଷା, ଗମନାଗମନ ଏବଂ ବେକାରୀ ସମସ୍ୟା ସମାଧାନ ପାଇଁ ଗୁରୁତ୍ୱ ଦିଆଯାଇଛି।

ବର୍ଷାଜଳରେ ହଜିଯାଏ ରାସ୍ତା
ବହୁ ବର୍ଷ ଧରି ଗ୍ରାମର ତିଲେଇମାଳ-ତାଳମୁଣ୍ଡା ୪ କି.ମି. ମୁଖ୍ୟରାସ୍ତା ନିର୍ମାଣ କାର୍ଯ୍ୟ ହୋଇନାହିଁ। ଯାହାକୁ ଗ୍ରାମବାସୀ ରାସ୍ତା ବୋଲି କହିଥାନ୍ତି ତାହା ଧାନ ବିଲ ଦେଇ ଯାଇଛି। ବର୍ଷାଦିନେ ସେହି ବାଟ ଦେଇ ଯିବାଆସିବା କରିବା କଷ୍ଟକର, କାଦୁଅ ପଚପଚ। ଏପରିକି ଅଧିକ ବର୍ଷା ହେଲେ ସେହି ରାସ୍ତା ସେତେ ଯେମିତି ହଜିଯାଏ। ବର୍ଷାଜଳରେ ତାହା ବୁଡି ରହିଥିବାରୁ ଖୋଜିବା କଷ୍ଟକର ହୋଇପଡେ।

ଭୋଟ ବର୍ଜନ ପାଇଁ ଚେତାବନୀ
ଏହି ଗ୍ରାମରେ ସାକ୍ଷରତା ହାର ବହୁତ କମ୍‌। ଯେଉଁ କେତେଜଣ ପାଠ ପଢିଛନ୍ତି ଗାଁରେ ଚଳିବାକୁ ସୁବିଧା ନ ଥିବାରୁ ଗାଁ ଛାଡିଛନ୍ତି। ଶ୍ରୀଧର ଦ୍ୱୀପ (୨୮), ସୁଶାନ୍ତ ଜାଳ (୨୩), କାହ୍ନା ଭୁଏ(୨୧), ଶୁଭଲେଖ ଭୋଇ (୨୦), ବୀର ଜାଳ(୩୦), ପଳଉ ଜାଳ (୩୦), ଶିବ କୁଦେଇ (୩୦) ପ୍ରମୁଖ ବହୁବର୍ଷ ହେଲା ଅନ୍ୟ ସ୍ଥାନରେ ରହୁଛନ୍ତି। ଏ ନେଇ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଲୋକ ପ୍ରତିନିଧି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ଫଳରେ ଆଗାମୀ ଦିନରେ ଭୋଟ ବର୍ଜନ କରିବା ପାଇଁ ଗ୍ରାମର ନୃପ ବାଘ, ବିଚିତ୍ରାନନ୍ଦ ପାଢୀ, ବିମଳ କୁଦେଇ, ଟିକିଲାଲ କୁଦେଇ, ବିଦେଶୀ ମଲ୍ଲିକ, ସୀତାରାମ ସା, ହାଡୁ କୁଦେଇ, ସୁରେନ୍ଦ୍ର ବାଘ, କରୁଣାକର ଜାଳ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri