‘ପାଣି ଏଠି ଜୀବନ ନୁହେଁ, ଜହର’

ବିନିକା,୨୮ା୬(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିଲେଇମାଳ ଗାଁ। ଏହି ରାଜସ୍ବ ଗ୍ରାମର ଲୋକସଂଖ୍ୟା ୪ଶହ। ମୁଖ୍ୟତଃ ପଛୁଆ ବର୍ଗ ଏବଂ ଆଦିବାସୀ, ହରିଜନ ଶ୍ରେଣୀର ଲୋକେ ବସବାସ କରୁଥିବା ଏହି ଗ୍ରାମର ଚତୁଃପାର୍ଶ୍ୱରେ ଚାଷ ଜମି ଘେରି ରହିଛି। ଗୋଟିଏ ଓ୍ବାର୍ଡକୁ ନେଇ ଗଠିତ ଏହି ଗ୍ରାମରେ ବିକାଶ ସାତସପନ। ବିଭିନ୍ନ କ୍ଷେତ୍ରରେ ବହୁ ପଛରେ ରହିଥିବା ଏହି ଗ୍ରାମବାସୀ ମୌଳିକ ସେବାରୁ ବଞ୍ଚିତ।
କୁହାଯାଏ ଜଳ ହିଁ ଜୀବନ। କିନ୍ତୁ ଏଠି ଜଳ ଜହ। ମାଟି ତଳୁ ବାହାରୁଥିବା ପାଣି ମଧ୍ୟ ପାନୀୟ ଜଳ ଉପଯୋଗୀ ନୁହଁ ବୋଲି ଗ୍ରାମବାସୀ କହିଛନ୍ତି। ସେମାନେ ଦର୍ଶାଇଛନ୍ତି, ଏହି ପାଣି ପିଇ ଗ୍ରାମର ବହୁ ଲୋକ କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି। ଗାଁରେ ସୌରଶକ୍ତି ଚାଳିତ ଏକ ପାନୀୟ ଜଳ ପ୍ରକଳ୍ପ ଥିଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ପାଣି ମିଳୁ ନାହିଁ। ସେହିପରି ଗାଁରେ ୩ଟି ନଳକୂପ ଅଛି। ମାତ୍ର ଗୋଟିଏ ନଳକୂପ କାର୍ଯ୍ୟକ୍ଷମ ରହିଛି। ମଝିପଡା ନଳକୂପ ଅଚଳ ହୋଇ ପଡିଥିବା ବେଳେ ତଳିପଡା ନଳକୂପରୁ ଲୌହ ମିଶ୍ରିତ ପାଣି ବାହାରୁଛି। ତଥାପି ଆବଶ୍ୟକ ପାଣି ମିଳୁ ନ ଥିବାରୁ ଗାଁ ଲୋକେ ବାଧ୍ୟ ହୋଇ ସେହି ଲୌହମିଶ୍ରିତ ପାଣି ବ୍ୟବହାର କରୁଛନ୍ତି। ଏହି ଦୂଷିତ ପାଣି ପିଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଗ୍ରାମର ରଞ୍ଜୁ ଛତର(୨୫), ରାଜକୁମାର ଜାଳ (୪୦), ପ୍ରତିମା ମଲ୍ଲିକ (୪୮)ଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଭାନୁମତି ବାଘ (୬୦), ବ୍ରଜମୋହନ କୁଦେଇ(୪୮), ଲମ୍ବୋଦର ବିହାର(୫୦), ଲକ୍ଷ୍ମଣ ମଲ୍ଲିକ(୪୮) ସେହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ା ହେଲେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁ ନ ପାଇ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗ ଫୁଲି ଯାଇଛି ବୋଲି ଗ୍ରାମବାସୀ କହିଛନ୍ତି।
ଏନେଇ ସରପଞ୍ଚ ଚନ୍ଦ୍ର କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ପଞ୍ଚାୟତର ନିଜସ୍ବ ପାଣ୍ଠିରେ ତିଲେଇମାଳ-ରାମପୁର କେନାଲ ରାସ୍ତା ନିର୍ମାଣ ଚାଲିଛି। ଖୁବ୍‌ଶୀଘ୍ର ସେହି କାମ ଶେଷ ହେବ। ତିଲେଇମାଳ-ତାଳମୁଣ୍ଡା ମୁଖ୍ୟରାସ୍ତା ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଆଗାମୀ ଦିନରେ ଗାଁରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା, ଶିକ୍ଷା, ଗମନାଗମନ ଏବଂ ବେକାରୀ ସମସ୍ୟା ସମାଧାନ ପାଇଁ ଗୁରୁତ୍ୱ ଦିଆଯାଇଛି।

ବର୍ଷାଜଳରେ ହଜିଯାଏ ରାସ୍ତା
ବହୁ ବର୍ଷ ଧରି ଗ୍ରାମର ତିଲେଇମାଳ-ତାଳମୁଣ୍ଡା ୪ କି.ମି. ମୁଖ୍ୟରାସ୍ତା ନିର୍ମାଣ କାର୍ଯ୍ୟ ହୋଇନାହିଁ। ଯାହାକୁ ଗ୍ରାମବାସୀ ରାସ୍ତା ବୋଲି କହିଥାନ୍ତି ତାହା ଧାନ ବିଲ ଦେଇ ଯାଇଛି। ବର୍ଷାଦିନେ ସେହି ବାଟ ଦେଇ ଯିବାଆସିବା କରିବା କଷ୍ଟକର, କାଦୁଅ ପଚପଚ। ଏପରିକି ଅଧିକ ବର୍ଷା ହେଲେ ସେହି ରାସ୍ତା ସେତେ ଯେମିତି ହଜିଯାଏ। ବର୍ଷାଜଳରେ ତାହା ବୁଡି ରହିଥିବାରୁ ଖୋଜିବା କଷ୍ଟକର ହୋଇପଡେ।

ଭୋଟ ବର୍ଜନ ପାଇଁ ଚେତାବନୀ
ଏହି ଗ୍ରାମରେ ସାକ୍ଷରତା ହାର ବହୁତ କମ୍‌। ଯେଉଁ କେତେଜଣ ପାଠ ପଢିଛନ୍ତି ଗାଁରେ ଚଳିବାକୁ ସୁବିଧା ନ ଥିବାରୁ ଗାଁ ଛାଡିଛନ୍ତି। ଶ୍ରୀଧର ଦ୍ୱୀପ (୨୮), ସୁଶାନ୍ତ ଜାଳ (୨୩), କାହ୍ନା ଭୁଏ(୨୧), ଶୁଭଲେଖ ଭୋଇ (୨୦), ବୀର ଜାଳ(୩୦), ପଳଉ ଜାଳ (୩୦), ଶିବ କୁଦେଇ (୩୦) ପ୍ରମୁଖ ବହୁବର୍ଷ ହେଲା ଅନ୍ୟ ସ୍ଥାନରେ ରହୁଛନ୍ତି। ଏ ନେଇ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଲୋକ ପ୍ରତିନିଧି ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ଫଳରେ ଆଗାମୀ ଦିନରେ ଭୋଟ ବର୍ଜନ କରିବା ପାଇଁ ଗ୍ରାମର ନୃପ ବାଘ, ବିଚିତ୍ରାନନ୍ଦ ପାଢୀ, ବିମଳ କୁଦେଇ, ଟିକିଲାଲ କୁଦେଇ, ବିଦେଶୀ ମଲ୍ଲିକ, ସୀତାରାମ ସା, ହାଡୁ କୁଦେଇ, ସୁରେନ୍ଦ୍ର ବାଘ, କରୁଣାକର ଜାଳ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri