ପ୍ରକଳ୍ପ ହସ୍ତାନ୍ତର ନ ହେଉଣୁ ଟାଙ୍କିରୁ ଗଳୁଛି ପାଣି

ଉମରକୋଟ,୧୯ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଜଳ ଜୀବନ ମିଶନରେ ପାନୀୟ ଜଳ ପ୍ରକଳ୍ପ କରାଯାଉଛିି। ହେଲେ ତଳସ୍ତରରେ ଏଥିରେ ଦୁର୍ନୀତି କରାଯାଉଥିବା ଅଭିଯୋଗ ହେଉଛି। ନିମ୍ନମାନର କାମ ଯୋଗୁ ନିର୍ମାଣର ମାତ୍ର ୩ ମାସ ନ ପୂରୁଣୁ ପାଣିଟାଙ୍କିରୁ ପାଣି ଗଳୁଛି। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡ଼କୁମାରୀ ପଞ୍ଚାୟତର ୟୁଭି ୮ ଖୁଟୁଗୁଡ଼ା ଗ୍ରାମରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ପାଣିଟାଙ୍କି ନିର୍ମାଣ ସରିଥିବାବେଳେ ଏହା ପଞ୍ଚାୟତକୁ ହସ୍ତାନ୍ତର କରାଯିବା ପୂର୍ବରୁ ହିଁ ଷ୍ଟୋରେଜ ଟାଙ୍କିରୁ ପାଣି ଗଳୁଛି।
୨୦୦ରୁ ଊଦ୍ଧର୍‌ବ ପରିବାର ଥିବା ଗାଁଗୁଡ଼ିକ ଜଳ ଜୀବନ ମିଶନ ଅନ୍ତର୍ଭୁକ୍ତ ହୋଇପାରିବେ। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ପକ୍ଷରୁ ଏହି କାମ କରାଯାଉଛି। ତେବେ ପରିତାପର ବିଷୟ ହେଲା ଏଠାରେ କେଉଁ ବିଭାଗ କାମ କରୁଛି ଏବଂ ପ୍ରକଳ୍ପର ଅଟକଳ ମୂଲ୍ୟ କେତେ ତାହାର କୌଣସି ସୂଚନା ଫଳକ ଦେଖିବାକୁ ମିଳୁନି। ଫଳରେ ଗ୍ରାମବାସୀ ଏବଂ ଲୋକ ପ୍ରତିନିଧି ପ୍ରକଳ୍ପର ବ୍ୟୟ ଅଟକଳ ଜାଣିବା ସମ୍ଭବ ହେଉ ନ ଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀଙ୍କ ଅଭିଯୋଗ ହେଲା, ୮ ମାସ ତଳେ ଏହି ନିର୍ମାଣ କାମ ଆରମ୍ଭ ହୋଇଥିଲ। ୩ ମାସ ତଳେ କାମ ଶେଷ ହେବା ସହ ରଙ୍ଗ ମରାଯାଇଥିଲା। ଜଳ ଯୋଗାଣ ଠିକ୍‌ରେ ହୋଇପାରୁଛି କି ନାହିଁ ପରୀକ୍ଷା କରାଯିବା ପରେ ପ୍ରକଳ୍ପ ପଞ୍ଚାୟତକୁ ହସ୍ତାନ୍ତର କରାଯିବାର ଥିଲା। ହେଲେ ଟ୍ରାଏଲ୍‌ ସମୟରେ ହିଁ ଟାଙ୍କିରୁ ପାଣି ଗଳୁଥିବା ଜଣାପଡ଼ିଛି। ପ୍ରକଳ୍ପ କାମ ଚାଲିଥିବାବେଳେ ବିଭାଗୀୟ ଯନ୍ତ୍ରୀ, ବିଡିଓ କିମ୍ବା ଅନ୍ୟ ଅଧିକାରୀ ଠିକ୍‌ରେ ତଦାରଖ କରି ନ ଥିବାରୁ ଏଭଳି ସମସ୍ୟା ହୋଇଥିବା ଗ୍ରାମର ପ୍ରଣବ ମଣ୍ଡଳ, ସନ୍ତୋଷ ସୂତ୍ରଧର, ସୁକେଶ ମଣ୍ଡଳ, ସଞ୍ଜୟ ମିସ୍ତ୍ରି, ଉଦୟନ ବିଶ୍ୱାସ, ଶଙ୍କର ଗରାମି ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏବେ ବିଭାଗ ପକ୍ଷରୁ ମୋଟର ଲଗାଇ ପାଣି ଯୋଗାଇଲେ ଲୋକ ପାଣି ପାଉଥିବା ବେଳେ ଷ୍ଟୋରେଜ ଟାଙ୍କିର ପାଣି କାହାକୁ ମିଳୁନାହିଁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ପ୍ରାୟ କାମ ପାଇଁ ଠିକାଦାର ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ମୂଲ୍ୟରେ ଟେଣ୍ଡର ପାଇଥାନ୍ତି। ତଥାପି ଜନସାଧାରଣଙ୍କ ସ୍ବାର୍ଥକୁ ବେଖାତିର କରି କାମରେ ଅବହେଳା କାହିଁକି କରାଗଲା ବୋଲି ପ୍ରଶ୍ନ ଉଠିଛି। ଏଠାରେ ଅଧିକାରୀମାନଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏ ନେଇ କନିଷ୍ଠ ଯନ୍ତ୍ରୀ ସତ୍ୟପ୍ରକାଶ ସିଆଲଙ୍କୁ ପଚାରିବାରୁ କହିଛନ୍ତି, କିଏ କହିଲା ପାଣି ଗଳୁଛି। ଆମେ ଟ୍ରାଏଲ୍‌ କରିବା ସମୟରେ ଠିକ୍‌ ଥିଲା। ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ । ଏଭଳି ପରିସ୍ଥିତିରେ ଘଟଣାରେ ଜିଲାପାଳ ହସ୍ତକ୍ଷେପ କରନ୍ତୁ ଏବଂ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଖୁଟୁଗୁଡ଼ା ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଉମରକୋଟ ବ୍ଲକରେ ପ୍ରାୟ ୨୦ ଗ୍ରାମରେ ଏହି ମିଶନ ଅଧୀନରେ ହୋଇଥିବା ନିର୍ମାଣ କାମର ମଧ୍ୟ ଅନୁଧ୍ୟାନ କରିବା ନିମନ୍ତେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri