ପାଣି ଦେଉଛି ଦାନା

ଜାମଟିକ୍ରା,୨୨।୩: ନାଁ ତାଙ୍କର ପରମାନନ୍ଦ ନାୟକ । ବୟସ ପାଖାପାଖି ୬୦ ହେବ। ସେ ବଲାଙ୍ଗୀର ଜିଲା ଟିଟିଲାଗଡ ଘୁଡାର ଗାଁର ମୂଳବାସିନ୍ଦା। ପରମାନନ୍ଦ ଅତାବିରା ସହରରେ ପ୍ରାୟ ୪୦ ବର୍ଷ ହେବ ରହିଆସୁଛନ୍ତି। ସହରରେ ଥିବା ଏକାଧିକ ଜଳଖିଆ ଦୋକାନକୁ ପାନୀୟ ଜଳ ଯୋଗାଇବା ତାଙ୍କ କାମ । ସେହି କାମ ହିଁ ତାଙ୍କୁ ପରିଚୟ ଦେଇଛି ବୋଲି ପରମାନନ୍ଦ କୁହନ୍ତି। ତାଙ୍କ ପରିବାର କହିଲେ ସ୍ତ୍ରୀ ଅହଲ୍ୟା ଓ ଗୋଟିଏ ଝିଅ। ଝିଅକୁ ସେ ବିବାହ ଦେଇ ସାରିଛନ୍ତି। ପରମାନନ୍ଦ ୨୦ବର୍ଷ ବୟସରୁ ଟିଟିଲାଗଡରୁ ଅତାବିରାକୁ ଆସିଥିଲେ କାମଧନ୍ଦା ଉଦ୍ଦେଶ୍ୟରେ। ସେହି ଦିନଠାରୁ ସେ ଅତାବିରାରେ ରହିଆସୁଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଅନ୍ୟ ଲୋକଙ୍କ ଘରେ କାମ କରନ୍ତି। ସେଥିରୁ ମିଳୁଥିବା ପାରିଶ୍ରମିକରେ ଉକ୍ତ ଦମ୍ପତି ଚଳୁଥିଲେ। କିନ୍ତୁ କିଛି ଦିନ ତଳେ ସ୍ତ୍ରୀ ଅହଲ୍ୟାଙ୍କ ଗୋଡରେ ପଥର ପଡିଯିବାରୁ ସେ ଆଉ କାମ କରିପାରୁ ନାହାନ୍ତି। ଏବେ ପରମାନନ୍ଦ ସହରର ୧୦ଟି ଦୋକାନରେ ପାନୀୟ ଜଳ ଯୋଗାଇ ପାଉଥିବା ପାରିଶ୍ରମିକରେ ଉକ୍ତ ଦମ୍ପତି ଚଳୁଛନ୍ତି। ପରମାନନ୍ଦ ପ୍ରତିଦିନ ଭୋରସମୟରେ ଭାରରେ ପାଣି ବୋହି ବିଭିନ୍ନ ଦୋକାନକୁ ଯୋଗାନ୍ତି । ଏମିତି ଦିନ ୧୧ଟା ପର୍ଯ୍ୟନ୍ତ ଚାଲେ। ଉପର ବେଳା ବି ସାଢ଼େ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଣି ଯୋଗାଇଥାନ୍ତି। ଗୋଟିଏ ଭାର ପାଣିରେ ତାଙ୍କୁ ମାତ୍ର ୧୦ ଟଙ୍କା ମିଳେ। ପାନୀୟ ଜଳ ଯୋଗାଇ ଦିନକୁ ୨ଶହରୁ ୩ ଶହ ଟଙ୍କା ରୋଜଗାର କରୁଥିବା ପରମାନନ୍ଦ କୁହନ୍ତି। ଅର୍ଥାଭାବରୁ ସେ ଘରଟିଏ ତିଆରି କରି ପାରିନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଲେ ଭଲ ହୁଅନ୍ତା ବୋଲି ପରମାନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri