ଜଳ ସଙ୍କଟ ଓ ନିବେଶ ସୁଯୋଗ

ବାୟୁ ଭଳି ଜଳ ମଧ୍ୟ ପୃଥିବୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଉତ୍ସ। ତେବେ ବହୁ ସମୟରେ ଜଳ ପ୍ରଣାଳୀର କାର୍ଯ୍ୟପଦ୍ଧତି ଗମ୍ଭୀର ସଙ୍କଟ ସ୍ଥିତି ସୃଷ୍ଟିକରେ ଯାହା ଜୀବନ ଜୀବିକାକୁ ପ୍ରଭାବିତ କରିଥାଏ। ଏବେ ପୃଥିବୀରେ ପ୍ରାୟ ୨ ବିଲିୟନ ଲୋକ ସୁରକ୍ଷିତ ପାନୀୟ ଜଳ ପାଇବାରୁ ବଞ୍ଚିତ। ବିଶ୍ୱ ଜନସଂଖ୍ୟାର ପାଖାପାଖି ଅଧା ଅତି କମ୍‌ରେ ବର୍ଷର କିିଛି ସମୟ ଗମ୍ଭୀର ଜଳାଭାବକୁ ସାମ୍‌ନା କରନ୍ତି। ସାମ୍ପ୍ରତିକ ସ୍ଥିତିରେ ଜନସଂଖ୍ୟ ବୃଦ୍ଧି ସହ ଅଭିବୃଦ୍ଧି ପାଇଁ ଜଳ ଉପରେ ଅଧିକ ନିର୍ଭରଶୀଳ ଅର୍ଥ ବ୍ୟବସ୍ଥା ଆମ ନିିକଟରେ ଥିବା ସୀମିତ ମଧୁରଜଳ ଉପରେ ଅଧିକ ଚାପ ସୃଷ୍ଟି କରୁଛିି। ୨୦୩୦ ସୁଦ୍ଧା ବିଶ୍ୱ ସ୍ତରରେ ଜଳ ଚାହିଦା ବଢ଼ିବା ସହ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଶସ୍ତାରେ ବିଶୁଦ୍ଧ ଜଳ ଯୋଗାଣ ଏବକା ତୁଳନାରେ ୪୦% ଅଧିକ ହେବ। ଜଳ ଚାହିଦା ଓ ତାପମାତ୍ରା ବୃଦ୍ଧି ଯୋଗୁ ଜଳାଭାବ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି କରିବ। କେବଳ ଏତିକି ନୁହେଁ, ଏହା ସମାଜର ସ୍ଥିରତା ପ୍ରତି ବି ବିପଦ ବଢ଼ାଇବ।
ଏବକାର କାର୍ଯ୍ୟଧାରାକୁ କେମିତି ବଦଳାଇଲେ ଜଳ ସମାଜକୁ ସଶକ୍ତ କରିବ,ଅର୍ଥ ବ୍ୟବସ୍ଥାକୁ ସୁରକ୍ଷିତ ରଖିପାରିବ ଓ ପୃଥିବୀକୁ ବାସୋପଯୋଗୀ କରିପାରିବ ସେ ବିଷୟରେ ଚିନ୍ତା କରିବା ଦରକାର। ସ୍ବଚ୍ଛ ପରିବେଶ ଭଳି ବହୁ କ୍ଷେତ୍ରର ଲାଭ ଲୋକମାନଙ୍କୁ ମିଳୁଥିବାରୁ ଏବେ ସେଗୁଡ଼ିକର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଅନ୍ୟପକ୍ଷରେ ପ୍ରାକୃତିକ ଉତ୍ସର ସଂରକ୍ଷଣ କ୍ଷେତ୍ରରେ ନିବେଶର ଅଧିକ ତଥା ଦୀର୍ଘମିଆଦୀ ଲାଭ ଉପରେ ଧ୍ୟାନ ଦିଆଯାଉନାହିଁ। ଏବେ ଜଳ କ୍ଷେତ୍ରକୁ କମ୍‌ ଅର୍ଥ ଯୋଗାଯାଉଛି ଏବଂ ଲଗାତର ଚାହିଦା ପୂରଣର କ୍ଷମତା କମିବାରେ ଲାଗିଛି। କିନ୍ତୁ ଆମେ ଯଦି ପ୍ରତ୍ୟେକଙ୍କ ପାଇଁ ସ୍ବଚ୍ଛ ଜଳ ଓ ପରିମଳ ନିଶ୍ଚିତ କରୁଥିବା ଶତତ ବିକାଶ ଲକ୍ଷ୍ୟ(ଏସ୍‌ଡିଜି) ହାସଲ କରିବାକୁ ଚାହଁୁ, ତେବେ ଏବେ ଜଳ ଉପରେ ହେଉଥିବା ଖର୍ଚ୍ଚକୁ ୪ଗୁଣ ବୃଦ୍ଧି କରି ୧ ଟ୍ରିଲିୟନ ଡଲାର( ଯାହା ବୈଶ୍ୱିକ ମୋଟ ଘରୋଇ ଉପତ୍ାଦର ୧.୨୧%)ରୁ ଅଧିକ କରିବାକୁ ହେବ। ଏହା ସହ ପ୍ରତିବର୍ଷ ବନ୍ୟା ଓ ଦୁର୍ବଳ ଜଳସେଚେନ ଦ୍ୱାରା କ୍ଷତି ହେଉଥିବା ୪୭୦ ବିଲିୟନ ଡଲାରକୁ ମଧ୍ୟ ଭରଣା କରିବାକୁ ପଡ଼ିବ। ପରିବେଶ ଓ ଜଳବାୟୁର ସୁରକ୍ଷା କରି ଜଳ କ୍ଷେତ୍ରରେ ନିବେଶ କରାଯାଉଥିବା ପ୍ରତ୍ୟେକଟି ମୁଦ୍ରା ଆମ ଅର୍ଥ ବ୍ୟବସ୍ଥାଗୁଡ଼ିକୁ ବର୍ତ୍ତମାନ ଏବଂ ଭବିଷ୍ୟତରେ ଶକ୍ତି ଯୋଗାଇବ। ଗତବର୍ଷ ଡିସେମ୍ବରରେ ୟୁରୋପିଆନ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଜୋର୍ଡାନକୁ ଲୋହିତ ସାଗରରେ ଏକ ଏକ ଡିସାଲିନେଶନ ପ୍ଲାଣ୍ଟ ଓ ରାଜଧାନୀ ଅମାନକୁ ଏକ ପାଇପ ଲାଇନ ନିର୍ମାଣ ଲାଗି ୨୦୦ ମିଲିୟନ ୟୁରୋ (୨୧୫ ମିଲିୟନ ଡଲାର) ଋଣ ଆକାରରେ ଯୋଗାଇ ଦେଇଛି। ତେବେ ଜୋର୍ଡାନର ଯୋଜନା ଓ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଜିନା ଟୌକାନ ଏହି ପ୍ରୋଜେକ୍ଟଗୁଡ଼ିକୁ ଉଭୟ ଜଳ ସୁରକ୍ଷା ଏବଂ ବ୍ୟାପକ ଆର୍ଥିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ। ଜଳର ଗୁରୁତ୍ୱକୁ ବୁଝି ତାହାର ଠିକ୍‌ ପରିଚାଳନା କରିବା ପାଇଁ ଆମେ ସମସ୍ତେ ଏଭଳି ଚିନ୍ତାଧାରା ଗ୍ରହଣ କରିବା ଆବଶ୍ୟକ।
ପବ୍ଲିକ ସେକ୍ଟର ସାମ୍‌ନାରେ ଅନେକ ଆହ୍ବାନ ଥିବାରୁ ଏହା ଏକାକୀ ନିବେଶର ଅଭାବ ପୂରଣ କରିପାରିବ ନାହିଁ। ଜଳ କ୍ଷେତ୍ରରେ ବିଜ୍‌ନେସ ସେକ୍ଟରର ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ପରିବେଶଗତ ପ୍ରଭାବ ଜନିତ ତଥ୍ୟ ସଂଗ୍ରହ କରୁଥିବା ଏକ ବେସରକାରୀ ସଂସ୍ଥା ସିଡିପି ଅନୁଯାୟୀ, ଯଦି ଜଳାଭାବର ସମାଧାନ କରିବା ପାଇଁ ପଦକ୍ଷେପ ନିଆ ନ ଯାଏ ତେବେ ବିଶ୍ୱରେ ୩୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ବିଜ୍‌ନେସ ବିପଦରେ ପଡ଼ିବ। ତେବେ ଏହି ସମସ୍ୟା ସମାଧାନ କରିବା ଲାଗି ବିପଦରେ ଥିବା ମୋଟ ବିଜ୍‌ନେସ ମୂଲ୍ୟର କେବଳ ଏକ ପଞ୍ଚମାଂଶ ଅର୍ଥାତ୍‌ ପାଖାପାଖି ୫୫ ବିଲିୟନ ଡଲାର ଲାଗିବ। ଯଦି ବିଜ୍‌ନେସଗୁଡ଼ିକ ସେମାନଙ୍କ ଜଳ ବିନିଯୋଗ କମ୍‌ କରିବା ନିମନ୍ତେ ନୂଆ ଟେକ୍‌ନୋଲୋଜି ଲାଗୁ କରନ୍ତି ଏବଂ ଶକ୍ତି, ତାପ, ନ୍ୟୁଟ୍ରିଣ୍ଟର ଉତ୍ସ ଭାବେ ବର୍ଜ୍ୟଜଳକୁ ଉପଯୋଗ କରନ୍ତି, ସେମାନେ ପରିବେଶଗତ ପ୍ରଭାବ ହ୍ରାସ କରିବା ସହ ଅନ୍ୟମାନଙ୍କ ବ୍ୟବହାର ପାଇଁ ଅଧିକ ଜଳ ଉପଲବ୍ଧ କରାଇପାରିବେ। ଏଭଳି ଜଳ ସମ୍ପର୍କିତ ସୁଯୋଗଗୁଡ଼ିକ ସୃଷ୍ଟି କରିବା ଲାଗି ୭୧୧ ବିଲିୟନ ଡଲାର ଲାଗିବ ବୋଲି ସିଡିପି ନିର୍ଦ୍ଧାରଣ କରିଛି। ଏହା କେବଳ ବ୍ୟବହାର ହେଉଥିବା ଜଳ ସଞ୍ଚୟ ନୁହେଁ, ବରଂ ଓ୍ବାଟର ସ୍ମାର୍ଟ ଟେକ୍‌ନୋଲୋଜି କ୍ଷେତ୍ରରେ ଦୀର୍ଘମିଆଦୀ ଶକ୍ତିଶାଳୀ ମାର୍କେଟର ଅଭିବୃଦ୍ଧି କରିବା ସହ ଉତ୍ତମ ସାମାଜିକ ସମ୍ପର୍କକୁ ଲାଭଦାୟକ ହେବ।
ବିଶ୍ୱର ଅଧିକାଂଶ ଭାଗରେ ଶସ୍ତାରେ ଜଳ ମିଳୁଥିବାରୁ ବହୁ ସମୟରେ ବିଜ୍‌ନେସଗୁଡ଼ିକ ଜଳ ବଞ୍ଚାଇବା ଏବଂ ଓ୍ବାଟର ଇଣ୍ଟେନସିଭ ଉପତ୍ାଦ ପ୍ରକ୍ରିୟାର ଦକ୍ଷତା ବଢ଼ାଇବା ପାଇଁ ନିବେଶ କରିବାକୁ କମ୍‌ ପଦକ୍ଷେପ ନେଉଛନ୍ତି। ପ୍ରଥମେ ଜଳ ପ୍ରଣାଳୀର ସଂରକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରାଇଭେଟ ସେକ୍ଟରକୁ ମନାଇବା ସକାଶେ ଜଳ ସମ୍ପର୍କିତ ଖର୍ଚ୍ଚକୁ ଏକ ବାସ୍ତବ ନିବେଶ ଭାବେ ବିଚାର କରିବାକୁ ପଡ଼ିବ। ଏଭଳି ଖର୍ଚ୍ଚକୁ ଏକ କ୍ଷତି ମନେକରିବା ଏବଂ ଏହା କେବେ ବି ଆଦାୟ ହୋଇପାରିବ ନାହିଁ ବୋଲି ଭାବବା ଉଚିତ ନୁହେଁ। ଦ୍ୱିତୀୟରେ, ଜଳର ପ୍ରଭାବୀ ଉପଯୋଗ କରିବା ଏବଂ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେଉଥିବା ଜଳ ସଂରକ୍ଷଣ ଲାଗି ବ୍ୟବହାରକାରୀ ଓ ବିଜ୍‌ନେସଗୁଡ଼ିକ ପାଇଁ ଆବଶ୍ୟକୀୟ ପଦକ୍ଷେପସବୁ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଶସ୍ତାରେ ପାନୀୟ ଜଳ ଓ ପରିମଳ ପାଇବା ଏକ ସ୍ବୀକୃତ ମାନବୀୟ ଅଧିକାର ହୋଇଥିବାରୁ ଜଳ କ୍ଷେତ୍ରରେ ଏକ କୌଶଳପୂର୍ଣ୍ଣ ସନ୍ତୁଳନ ରକ୍ଷାକାରୀ ପଦକ୍ଷେପ ନେବା ଆବଶ୍ୟକ। ତୃତୀୟରେ ଜଳ କ୍ଷେତ୍ରରେ ଅଧିକ ନିବେଶକୁ ଗତିଶୀଳ କରିବାକୁ ବୈଶ୍ୱିକ ସହଯୋଗ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମଗୁଡ଼ିକ ଗ୍ରହଣ କରାଗଲେ ତାହା ମାର୍କେଟ ବିଫଳତାକୁ ଦୂରକରିବା ସହ ଜଳକୁ ନେଇ ଚାଲୁଥିବା ରାଜନୀତି ଓ ଯୁଦ୍ଧକୁ ରୋକିପାରିବ।
୧୯୭୭ ପରେ ଚଳିତ ସପ୍ତାହରେ ଜାତିସଂଘର ଜଳ ସମ୍ମିଳନୀ, ୨୦୨୩ ଅନୁଷ୍ଠିତ ହେଉଛି। ଏଥିରେ ବହୁ ଦେଶର ପ୍ରତିନିଧିମାନେ ଏକାଠି ହୋଇଛନ୍ତି। ଜଳ ସୁରକ୍ଷା ଓ ଜଳ ସଙ୍କଟକୁ ଆୟତ୍ତ କରିବା ଉପରେ ଆଲୋଚନା କରିବା ପାଇଁ ଏହା ଏକ ଅପୂର୍ବ ସୁଯୋଗ। ଏକ ସ୍ଥାୟୀ ତଥା ନ୍ୟାୟପୂର୍ଣ୍ଣ ଅର୍ଥ ବ୍ୟବସ୍ଥା ପାଇଁ ଜଳ ନିବେଶକୁ ସ୍ବଚ୍ଛ ଶକ୍ତି ନିବେଶ ଭଳି ଗୁରୁତ୍ୱପୂର୍ଣ୍ଣ ବୋଲିି ସ୍ବୀକାର କରିବାକୁ ଏହି ସମ୍ମିଳନୀ ସୁଯୋଗ ଆଣିବ। ଆମେ ସେଠାରେ ଜଳ ଚକ୍ର ବା ପ୍ରଣାଳୀ ଉପରେ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରିପାରିବା ଏବଂ ନେଦରଲାଣ୍ଡଠାରୁ ଆରମ୍ଭ କରି ଲକ୍‌ସେବର୍ଗ ଏବଂ ନାଇଜେରିଆଠାରୁ ଆରମ୍ଭ କରି ଲାଓସ ପର୍ଯ୍ୟନ୍ତ,ସବୁଠାରେ ସ୍ଥାୟୀ କିମ୍ବା ସହନୀୟ ବିକାଶ ପାଇଁ ଅଧିକ ସାମଗ୍ରିକ ଦୃଷ୍ଟିକୋଣ ନିଶ୍ଚିତ କରିପାରିବା। ଜଳ କ୍ଷେତ୍ରରେ ପାଣ୍ଠି ଯୋଗାଇ ସେଥିରୁ ଲାଭ ପାଇବା ପାଇଁ ଇଚ୍ଛାପ୍ରକାଶ କରୁଥିବା ତଥା ଅପେକ୍ଷାରେ ଥିବା ସରକାରୀ ଓ ଘରୋଇ ଉତ୍ସଗୁଡ଼ିକୁ ପ୍ରୋତ୍ସାହିତ କରିବା ସକାଶେ ଅଧିକ ଉପାୟ ଖୋଜିବା ଦରକାର। ଜଳ ହିଁ ଶତତ ବିକାଶର ଲକ୍ଷ୍ୟର ଶେଷ ସ୍ତରରେ ଆମକୁ ପହଞ୍ଚାଇପାରିବ। ଶେଷରେ ଆମ ବ୍ୟକ୍ତିଗତ ଓ ସଂସ୍ଥାଗତ ନିବେଶଗୁଡ଼ିକର ଏକ ମୌଳିକ ଅଂଶ ଭାବେ ଜଳ ନିବେଶକୁ ସ୍ବୀକାର କରିବାକୁ ପଡ଼ିବ ଏବଂ ଏହାକୁ ଆର୍ଥିକ ନୀତିର କେନ୍ଦ୍ର ଭାବେ ଗ୍ରହଣ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri