ସକାଳ ହେଲେ ସଙ୍କଟ

ବଇଣ୍ଡା, ୧୫ା୪ (ଡି.ଏନ.ଏ.) ରାତି ପାହିବାଠାରୁ ରାତି ହେବା ଯାଏ ପାଣି ବିନା ଜୀବନଚର୍ଯ୍ୟା ଅଚଳ। ହେଲେ ଏହି ବାସ୍ତବତାକୁ ବୁଝିପାରୁନି କିଶୋରନଗର ବ୍ଲକ ପ୍ରଶାସନ। କାରଣ ହଣ୍ଡପା ପଞ୍ଚାୟତର ୯ ଗ୍ରାମକୁ ଏଯାଏ ପାଇପ୍‌ ପାଣିର ବ୍ୟବସ୍ଥା ହୋଇ ନ ଥିବାବେଳେ ପୁରୁଣା ନଳକୂଅଗୁଡ଼ିକର ମରାମତି ମଧ୍ୟ କରାଯାଉ ନାହିଁ। ଫଳରେ ସକାଳ ହେଲେ ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ନଳକୂଅ ନିକଟରେ ଲଗାଉଛନ୍ତି ଲମ୍ବା ଲାଇନ।
ହଣ୍ଡପା ପଞ୍ଚାୟତରେ ମୋଟ୍‌ ୭୬ ନଳକୂଅ ରହିଛି। ସେଥିରୁ ୫ଟି ଅଚଳ ଥିବାବେଳେ ଖରାଦିନେ ଜଳସ୍ତର ହ୍ରାସ କାରଣରୁ ୧୦ଟି ନଳକୂଅରୁ ପାଣି ବାହାରୁ ନାହିଁ। ଫଳରେ ପଞ୍ଚାୟତର ବଣିନାଳୀ, ଗୁଣ୍ଡୁରୀମୁଣ୍ଡା, ପ୍ରତାପପୁର, ହଣ୍ଡପା (ଗାଁ), ଚାକୁଣ୍ଡାମୁଣ୍ଡା, ବାଲିଖମଣ, ଖୋଲାରେଗେଡା, ନୁଆଁଖୋଲାରେଗେଡ଼ା, ଅର୍ଜୁନଧରା ଆଦି ଗ୍ରାମବାସୀ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସରକାର ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ଜଳ ପ୍ରକଳ୍ପମାନ ନିର୍ମାଣ କରୁଥିଲେ ହେଁ ହଣ୍ଡପା ପଞ୍ଚାୟତ ଏହି ଯୋଜନାରୁ ଏଯାଏ ବାଦ୍‌ ପଡ଼ିଛି। ଏପରି କି ପଞ୍ଚାୟତରେ ଥିବା ଜଙ୍ଗଲ ଅଧ୍ୟୁଷିତ ୪ଟି ଗ୍ରାମ ବାଲିଖମଣ, ଖୋଲାରେଗେଡ଼ା, ନୂଆଁ ଖୋଲାରେଗେଡା, ଅର୍ଜୁନଧରାର ସମସ୍ୟା ପ୍ରତି ଆଦୌ ଦୃଷ୍ଟି ଦିଆଯାଉ ନାହିଁ। ପଞ୍ଚାୟତର ଏହି ୪ଟି ଗ୍ରାମରେ ପାନୀୟ ସଙ୍କଟ ଅତି ଉତ୍କଟ। କାରଣ ଜଙ୍ଗଲାଞ୍ଚଳ ହୋଇଥିବାରୁ ଏଠାରେ ଥିବା ନଳକୂଅଗୁଡ଼ିକର ଜଳସ୍ତର ଅତି ତଳକୁ ଖସିଯାଉଛି। ଆବଶ୍ୟକ ପାଣି ମିଳୁ ନ ଥିବାରୁ ଗ୍ରାମବାସୀ ନିକଟରେ ଥିବା ନାଳ ଓ ଖୋଲା କୂଅରୁ ପାଣି ନେଇ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ ମଧ୍ୟ କୌଣସି ବିକଳ୍ପ ନ ଥିବାରୁ ବାଧ୍ୟ ହୋଇ ଦୂଷିତ ପାଣି ପିଉଛନ୍ତି। ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅଧିକ ନଳକୂଅ ଖୋଲିବା ପାଇଁ ବାରମ୍ବାର ବ୍ଲକ ପ୍ରଶାସନକୁ ଅଭିଯୋଗ କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଜୁନଧରା ଗ୍ରାମବାସୀ ବହୁବାର ପଞ୍ଚାୟତଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକଙ୍କୁ ଅଭିଯୋଗ କରିଛନ୍ତି। ହେଲେ ଆଠମଲ୍ଲିକ ଉପଖଣ୍ଡର ସମସ୍ତ ପଞ୍ଚାୟତକୁ ମେଗା ଜଳ ପ୍ରକଳ୍ପ ଜରିଆରେ ମହାନଦୀରୁ ପାଣି ଯୋଗାଇ ଦିଆଯିବ ବୋଲି କୁହାଯାଇ ବର୍ଷ ପରେ ବର୍ଷ ଗଡ଼ାଇ ଦିଆଯାଉଛି। କେବେ ପ୍ରକଳ୍ପ ନିର୍ମାଣ ହେବ ଓ ଏହି ପାନୀୟ ସଙ୍କଟର ସମାଧାନ ହେବ ତାହା ହଣ୍ଡପା ପଞ୍ଚାୟତବାସୀଙ୍କ ମନରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁରନ୍ତ ଜଳଯୋଗାଣ ବିଭାଗ ପକ୍ଷରୁ ଅଚଳ ନଳକୂଅଗୁଡିକର ମରାମତି ଏବଂ ନୂତନ ପ୍ରକଳ୍ପ ନିର୍ମାଣ ସହିତ ଅଧିକ ନଳକୂଅ ଖୋଳିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଟ୍ୟାଙ୍କର ଯୋଗେ ଜଳଯୋଗାଣ ହେଉ
ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ନଳକୂଅରୁ ପାଣି ଠିକ୍‌ ଭାବେ ମିଳୁ ନ ଥିବା ଯୋଗୁ ଅଞ୍ଚଳବାସୀ ଡହଳ ବିକଳ ହେଉଛନ୍ତି। ଏ ନେଇ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନ ଯାଏ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ତୁରନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉ।
-ଅନିଲ କୁମାର ସାହୁ, ଗ୍ରାମବାସୀ

ପ୍ରଶାସନ ବ୍ୟବସ୍ଥା କରୁନାହିଁ
ହଣ୍ଡପା ପଞ୍ଚାୟତର କେତୋଟି ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି। କିନ୍ତୁ ପ୍ରଶାସନ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରୁନାହିଁ। ଏ ନେଇ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଛି। ବ୍ଲକ ପ୍ରଶାସନ ବିଶୁଦ୍ଧ ପାଣି ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଅନ୍ତୁ।
-ରଶ୍ମିତା ପ୍ରଧାନ, ସରପଞ୍ଚ, ହଣ୍ଡପା

ହଣ୍ଡପା ପ୍ରତି ଅବହେଳା କରାଯାଉଛି
ହଣ୍ଡପା ଗ୍ରାମରେ ପାଇପ୍‌ ବିଛା ହୋଇଛି। ହେଲେ ଜଳ ଯୋଗାଣ କରାଯାଉ ନାହିଁ। ଫଳରେ ସକାଳ ହେଲେ ଲୋକଙ୍କୁ ପିଇବା ପାଣି ଚିନ୍ତା ଘାରୁଛି। ନଳକୂଅ ଗୁଡିକରୁ ମଧ୍ୟ ଆବଶ୍ୟକ ପାଣି ବାହାରୁ ନାହିଁ। ଅନ୍ୟ ଗ୍ରାମକୁ ଜଳଯୋଗାଣ ହେଉଥିଲେ ମଧ୍ୟ ହଣ୍ଡପାକୁ ଅବହେଳା କରାଯାଉଛି।
-ଉଗ୍ରସେନ ଦେହୁରୀ, ହଣ୍ଡପା

ନଳକୂଅ ନିକଟରେ ଭିଡ଼ ହେଉଛିଅର୍ଜୁନଧରା ଗ୍ରାମରେ ୧୫୦ରୁ ଅଧିକ ପରିବାର ବସବାସ କରୁଥିଲେ ମଧ୍ୟ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଉନାହିଁ। ଫଳରେ ଗ୍ରାମରେ ଥିବା ନଳକୂଅ ନିକଟରେ ଦୈନିକ ଭିଡ଼ ହେଉଛି। ତୁରନ୍ତ ବ୍ଲକ ପ୍ରଶାସନ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଉ।
-ଦିଲୀପ କୁମାର ସାହୁ, ଅର୍ଜୁନଧରା


Enter your email to get our daily news in your inbox.

All Right Reserved By Dharitri.Com

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ବ୍ରେକ୍‌ ଫେଲ୍‌ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ଜଣଙ୍କ ଜୀବନ

ବଣାଇଁ, ୧।୫ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା କେ ବଲାଙ୍ଗ ଥାନା ଚୁନାଘାଟିରେ ଏକ ଦୁର୍ଘଟଣା ଘଟିଛନ୍ତି। ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

ସାନମାଛ କାନ୍ଦଣା ଡ୍ୟାମ୍‌ରେ ଜଳାଭାବ

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ବିଭିନ୍ନ ଜଳଭଣ୍ଡାର, ନଦୀନାଳର ଜଳସ୍ତର ହ୍ରାସ ପାଇଛି। ବର୍ଷା ହେଉ ନ...

ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ

ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ...

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri