ପେଟ୍ରୋଲରେ ପାଣି ଅପମିଶ୍ରଣ ଘଟଣା: ପମ୍ପ ସିଲ୍‌

ଭୁବନେଶ୍ୱର,୪।୩(ବୂ୍ୟରୋ): ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପରେ ପେଟ୍ରୋଲରେ ପାଣି ମିଶାଇ ଅପମିଶ୍ରଣ କରାଯାଉଥିବା ଜଣାପଡ଼ିବାପରେ ବୁଧବାର ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶହଶହ ଲୋକ ପାଣି ମିଶା ପେଟ୍ରୋଲ ବୋତଲ ଧରି ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିବା ସହ ଅପମିଶ୍ରଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ତେବେ ଗୁରୁବାର ଏ ନେଇ ଖଣ୍ଡଗିରି ପୋଲିସ ଉକ୍ତ ପେଟ୍ରୋଲ ପମ୍ପଙ୍କୁ ସିଲ୍‌ କରିଛି। ପରେ ଫୋରେନ୍ସିକ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍‌ ଓ ଏଚ୍‌ପି କମ୍ପାନି ସାଇଣ୍ଟିଫିକ ଟିମ ଆସି ନମୁନା ସଂଗ୍ରହ କରିଛି । ଯଦି ଅପମିଶ୍ରଣ କରାଯାଉଥିବାର ପ୍ରମାଣ ମିଳେ, ତେବେ ଲାଇସେନ୍ସ ରଦ୍ଦ ହେବ ବୋଲି ଏଚ୍‌ପିର ଏରିଆ ଇନଚାର୍ଜ ଶୁଭବ୍ରତ ଖାନ କହିଛନ୍ତି।