ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ନର୍ଦ୍ଦମା ପାଣି

ପୁରୀ ଅଫିସ,୧୭ା୧୦: ପୁରୀ ସହରରେ ରବିବାର ପ୍ରବଳ ବର୍ଷା ପରେ ଦୁର୍ବଳ ସ୍ବେରେଜ ବ୍ୟବସ୍ଥା ପଦାରେ ପଡ଼ିଛି। ଶ୍ରୀମନ୍ଦିର, ସ୍ବର୍ଗଦ୍ୱାର ଅଞ୍ଚଳ ସମେତ ସାହି ଗଳିକନ୍ଦିରେ ବର୍ଷାଜଳ ସହ ଉଦ୍‌ବୃତ୍ତ ଡ୍ରେନ୍‌ ପାଣି ମିଶି ରାସ୍ତାରେ ଲହଡ଼ି ଭାଙ୍ଗୁଛି। ନିଷ୍କାସନ ସୁବିଧା ନ ଥିବାରୁ ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖରେ ନର୍ଦ୍ଦମାପାଣି ସହ ବର୍ଷାଜଳ ଜମିରହି ଏକ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଛି। ଏହି ଅପରିଷ୍କାର ପାଣିରେ ପଶି ସ୍ଥାନୀୟ ଲୋକଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଯାତାୟତ କରିବାକୁ ପଡ଼ୁଛି। ଫଳରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ରବିବାର ଅପରାହ୍ନ ପ୍ରାୟ ୨ଟାରୁ ୪୦ ମିନିଟ୍‌ ଧରି ପ୍ରବଳ ବର୍ଷା ହୋଇଥିଲା। ଫଳରେ ସହରର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଥିଲା। ସେହିପରି ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖରେ ବର୍ଷାଜଳ ସାଙ୍ଗକୁ ସ୍ଥାନୀୟ ଡ୍ରେନ୍‌ରୁ ଉଦ୍‌ବୃତ୍ତ ପାଣି ମିଶି ଜମି ରହିବାରୁ ଯାତାୟାତରେ ସମସ୍ୟା ଉପୁଜିଥିଲା। ଶ୍ରୀମନ୍ଦିରକୁ ସେବାୟତମାନେ ଖାଲିପାଦରେ ଯାଇଥାଆନ୍ତି। ଏଭଳି ସ୍ଥିତିରେ ସେମାନେ ଏହି ଅପରିଷ୍କାର ପାଣିରେ ପଶି ଯାତାୟତ କରିବାକୁ ବାଧ୍ୟ ହୋଇଥିଲେ। ସେହିଭଳି ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଯୋଗୁ ରାସ୍ତା ସଙ୍କୁଚିତ ହୋଇ ଅଧିକ ସମସ୍ୟା ସୃଷ୍ଟି କରୁଛି। ସ୍ବର୍ଗଦ୍ୱାର ସମ୍ମୁଖ ବେଳାଭୂମି ରାସ୍ତାରେ ମଧ୍ୟ ପାଣି ନିଷ୍କାସନ ହେଉନାହିଁ। ସ୍ବର୍ଗଦ୍ୱାର ସଂଶ୍ଳିଷ୍ଟ ରୋଡ୍‌ ବେଳାଭୂମିର ସବୁଠାରୁ ଗହଳଚହଳ ସ୍ଥାନ ହୋଇଥିବା ବେଳେ ସ୍ବେରେଜରେ ପାଣି ନ ଯିବା ସମସ୍ୟା ବଢ଼ାଉଛି। ସ୍ବର୍ଗଦ୍ୱାର ନିକଟ ସ୍ବେରେଜ ଫାଟିଯାଇଛି। ଏହାକୁ ପ୍ରଶାସନ ଏପର୍ଯ୍ୟନ୍ତ ମରାମତି କରିନାହିଁ। ସାରା ସହରରେ ସ୍ଥିତି ପ୍ରାୟତଃ ଏହିଭଳି ରହିଥିଲେ ମଧ୍ୟ ପୌରସଂସ୍ଥା ଧ୍ୟାନ ଦେଉନାହିଁ। ସ୍ବେରେଜ ପାଇଁ ରାସ୍ତା ଥାଇ ମଧ୍ୟ ପାଣି କାହିଁକି ନିଷ୍କାସନ ହେଉନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରୁଛନ୍ତି। ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି, କେବଳ ସ୍ବେରେଜ କରି ରାସ୍ତା ଛାଡ଼ିଦେଲେ ଜଳବନ୍ଦୀ ସମସ୍ୟା ଦୂର ହେବ ନାହିଁ। ସ୍ବେରେଜକୁ ନିୟମିତ ବ୍ୟବଧାନରେ ସଫା କରାଯିବା ଦରକାର। ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ସ୍ବେରେଜ ମୁହଁଠାରୁ ଆରମ୍ଭ କରି ନିଷ୍କାସନସ୍ଥଳୀ ପର୍ଯ୍ୟନ୍ତ ରାସ୍ତା ସଫା କରାଯିବା ଦରକାର। ତାହା ଠିକ ଭାବେ ନ ହୋଇପାରିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ। ପାର୍ବଣ ଋତୁରେ ପୁରୀ ସହରରେ ଗହଳି ସାଙ୍ଗକୁ ଏଭଳି ଅପରିଷ୍କାର ପରିବେଶ ପ୍ରଶାସନର ବିଫଳତାକୁ ଦର୍ଶାଉଛି। କେବଳ ସହରର ପ୍ରମୁଖ ଅଞ୍ଚଳ ନୁହେଁ ବରଂ ସାହି ଗଳିକନ୍ଦିରେ ବର୍ଷାପାଣି ଜମିରହୁଛି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, କିଛି ସ୍ଥାନରେ ପାଣି ଜମି ରହୁଥିବା ଖବର ମିଳିଛି। ସମ୍ପୃକ୍ତ ସ୍ବେରେଜକୁ ସଫା କରାଯାଇ କିଭଳି ଜଳ ନିଷ୍କାସନ କରାଯିବ ସେଥିଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri