ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ନର୍ଦ୍ଦମା ପାଣି

ପୁରୀ ଅଫିସ,୧୭ା୧୦: ପୁରୀ ସହରରେ ରବିବାର ପ୍ରବଳ ବର୍ଷା ପରେ ଦୁର୍ବଳ ସ୍ବେରେଜ ବ୍ୟବସ୍ଥା ପଦାରେ ପଡ଼ିଛି। ଶ୍ରୀମନ୍ଦିର, ସ୍ବର୍ଗଦ୍ୱାର ଅଞ୍ଚଳ ସମେତ ସାହି ଗଳିକନ୍ଦିରେ ବର୍ଷାଜଳ ସହ ଉଦ୍‌ବୃତ୍ତ ଡ୍ରେନ୍‌ ପାଣି ମିଶି ରାସ୍ତାରେ ଲହଡ଼ି ଭାଙ୍ଗୁଛି। ନିଷ୍କାସନ ସୁବିଧା ନ ଥିବାରୁ ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖରେ ନର୍ଦ୍ଦମାପାଣି ସହ ବର୍ଷାଜଳ ଜମିରହି ଏକ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଛି। ଏହି ଅପରିଷ୍କାର ପାଣିରେ ପଶି ସ୍ଥାନୀୟ ଲୋକଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଯାତାୟତ କରିବାକୁ ପଡ଼ୁଛି। ଫଳରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ରବିବାର ଅପରାହ୍ନ ପ୍ରାୟ ୨ଟାରୁ ୪୦ ମିନିଟ୍‌ ଧରି ପ୍ରବଳ ବର୍ଷା ହୋଇଥିଲା। ଫଳରେ ସହରର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଥିଲା। ସେହିପରି ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖରେ ବର୍ଷାଜଳ ସାଙ୍ଗକୁ ସ୍ଥାନୀୟ ଡ୍ରେନ୍‌ରୁ ଉଦ୍‌ବୃତ୍ତ ପାଣି ମିଶି ଜମି ରହିବାରୁ ଯାତାୟାତରେ ସମସ୍ୟା ଉପୁଜିଥିଲା। ଶ୍ରୀମନ୍ଦିରକୁ ସେବାୟତମାନେ ଖାଲିପାଦରେ ଯାଇଥାଆନ୍ତି। ଏଭଳି ସ୍ଥିତିରେ ସେମାନେ ଏହି ଅପରିଷ୍କାର ପାଣିରେ ପଶି ଯାତାୟତ କରିବାକୁ ବାଧ୍ୟ ହୋଇଥିଲେ। ସେହିଭଳି ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଯୋଗୁ ରାସ୍ତା ସଙ୍କୁଚିତ ହୋଇ ଅଧିକ ସମସ୍ୟା ସୃଷ୍ଟି କରୁଛି। ସ୍ବର୍ଗଦ୍ୱାର ସମ୍ମୁଖ ବେଳାଭୂମି ରାସ୍ତାରେ ମଧ୍ୟ ପାଣି ନିଷ୍କାସନ ହେଉନାହିଁ। ସ୍ବର୍ଗଦ୍ୱାର ସଂଶ୍ଳିଷ୍ଟ ରୋଡ୍‌ ବେଳାଭୂମିର ସବୁଠାରୁ ଗହଳଚହଳ ସ୍ଥାନ ହୋଇଥିବା ବେଳେ ସ୍ବେରେଜରେ ପାଣି ନ ଯିବା ସମସ୍ୟା ବଢ଼ାଉଛି। ସ୍ବର୍ଗଦ୍ୱାର ନିକଟ ସ୍ବେରେଜ ଫାଟିଯାଇଛି। ଏହାକୁ ପ୍ରଶାସନ ଏପର୍ଯ୍ୟନ୍ତ ମରାମତି କରିନାହିଁ। ସାରା ସହରରେ ସ୍ଥିତି ପ୍ରାୟତଃ ଏହିଭଳି ରହିଥିଲେ ମଧ୍ୟ ପୌରସଂସ୍ଥା ଧ୍ୟାନ ଦେଉନାହିଁ। ସ୍ବେରେଜ ପାଇଁ ରାସ୍ତା ଥାଇ ମଧ୍ୟ ପାଣି କାହିଁକି ନିଷ୍କାସନ ହେଉନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରୁଛନ୍ତି। ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି, କେବଳ ସ୍ବେରେଜ କରି ରାସ୍ତା ଛାଡ଼ିଦେଲେ ଜଳବନ୍ଦୀ ସମସ୍ୟା ଦୂର ହେବ ନାହିଁ। ସ୍ବେରେଜକୁ ନିୟମିତ ବ୍ୟବଧାନରେ ସଫା କରାଯିବା ଦରକାର। ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ସ୍ବେରେଜ ମୁହଁଠାରୁ ଆରମ୍ଭ କରି ନିଷ୍କାସନସ୍ଥଳୀ ପର୍ଯ୍ୟନ୍ତ ରାସ୍ତା ସଫା କରାଯିବା ଦରକାର। ତାହା ଠିକ ଭାବେ ନ ହୋଇପାରିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ। ପାର୍ବଣ ଋତୁରେ ପୁରୀ ସହରରେ ଗହଳି ସାଙ୍ଗକୁ ଏଭଳି ଅପରିଷ୍କାର ପରିବେଶ ପ୍ରଶାସନର ବିଫଳତାକୁ ଦର୍ଶାଉଛି। କେବଳ ସହରର ପ୍ରମୁଖ ଅଞ୍ଚଳ ନୁହେଁ ବରଂ ସାହି ଗଳିକନ୍ଦିରେ ବର୍ଷାପାଣି ଜମିରହୁଛି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, କିଛି ସ୍ଥାନରେ ପାଣି ଜମି ରହୁଥିବା ଖବର ମିଳିଛି। ସମ୍ପୃକ୍ତ ସ୍ବେରେଜକୁ ସଫା କରାଯାଇ କିଭଳି ଜଳ ନିଷ୍କାସନ କରାଯିବ ସେଥିଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

ଦୁଇ ପ୍ରକାର କଥା କହୁଛନ୍ତି ଟ୍ରମ୍ପ, ଗୋଟିଏ ପଟେ ଆକ୍ରମଣର ଚେତାବନୀ, ଅନ୍ୟପଟେ ଚୁକ୍ତି କଥା ବି ଉଠାଇଛନ୍ତି

ଓ୍ବାଶିଂଟନ,୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ସମୟ ସୀମାକୁ – ହରମୁଜ ପ୍ରଣାଳୀକୁ ପୁନଃ ଖୋଲିବା ସମ୍ପର୍କରେ – ଆହୁରି ୨୪…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri