Posted inଖେଳ

୩୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଏହି ଦୁଇ ଭାରତୀୟ କ୍ରିକେଟର: ଡେବ୍ୟୁ ମ୍ୟାଚ୍‌ରେ…

ବ୍ରିସବେନ୍‌,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଚାଲୁଥିବା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ପାଳିରେ ଘରୋଇ ଟିମ୍‌ ୩୬୯ରନ୍‌ କରିଥିବା ବେଳେ ଭାରତ ୩୩୬ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ହେଲେ ଖେଳକୁ ଦେଖିଲେ ୧୮୬ ରନ୍‌ରେ ଭାରତୀୟ ଦଳ ୬ ଉଇକେଟ୍‌ ହରାଇଥିଲା। ଏଣୁ ଘରୋଇ ଟିମ୍‌ ଅଧିକ ରନ୍‌ରେ ଆଗୁଆ ରହିବ ବୋଲି କୁହାଯାଉଥିଲା। ମାତ୍ର ଏହି ଆଶଙ୍କାକୁ ଭୁଲ ପ୍ରମାଣିତ କରିଛନ୍ତି ଭାରତୀୟ ଦଳର ଦୁଇ ଯୁବ ଖେଳାଳି। ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ଓ୍ବାଶିଂଟନ ସୁନ୍ଦର ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ସହ ମିଶି ଶତକୀୟ ପାଳି ଖେଳିଛନ୍ତି। ଫଳରେ ବାଜି ପାଲଟିଯାଇଛି। ଉଭୟ ୧୨୩ରନ୍‌ର ଭାଗିଦାରୀ ଯୋଗୁ ୩୦ ବର୍ଷ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛି।

ଓ୍ବାଶିଂଟନ-ଶାର୍ଦ୍ଦୁଳ ସପ୍ତମ ଉଇକେଟ ପାଇଁ ସବୁଠାରୁ ବଡ଼ ଭାଗିଦାରୀ କରିବାର ଭାରତୀୟ ରେକର୍ଡ କରିଛନ୍ତି। ଉଭୟଙ୍କ ପୂର୍ବରୁ କପିଲ ଦେବ ଏବଂ ମନୋଜ ପ୍ରଭାକର ସପ୍ତମ ଉଇକେଟ ପାଇଁ ୫୮ ରନ୍‌ କରିପାରିଥିଲେ।

ଦଳୀୟ ସ୍କୋର ୧୮୬/୬ ଥିବା ବେଳେ ଶାର୍ଦ୍ଦୁଳଙ୍କ ସହ ପଡ଼ିଆରେ ଥିଲେ ଓ୍ବାଶିଂଟନ। ଉଭୟଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ଦଳର ସ୍କୋର ୩୦୯ରେ ପହଞ୍ଚିଥିଲା। ପରେ ପ୍ୟାଟ୍‌ କମିନ୍ସ ଶାର୍ଦ୍ଦୁଳଙ୍କୁ ବୋଲ୍ଡ କରିବା ପରେ ଯୋଡ଼ି ଭାଙ୍ଗିଥିଲା। ତେବେ ସେତେବେଳକୁ ସେ ବ୍ୟକ୍ତିଗତ ଭାବେ ୧୧୫ ବଲ୍‌ ଖେଳି ୯ ଚଉକା ଏବଂ ୨ ଛକା ସହ ୬୭ ରନ୍‌ କରିସାରିଥିଲେ।

ଅପରପକ୍ଷେ ଓ୍ବାଶିଂଟନ୍‌ ୧୪୪ ବଲ୍‌ ଖେଳି ୬୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଡେବ୍ୟୁ ଟେଷ୍ଟରେ ପ୍ରଥମ ପାଳିରେ ୩ ଉଇକେଟ ସହ ଅର୍ଦ୍ଧଶତକ କରିଥିବା ଦ୍ୱିତୀୟ ବୋଲର୍‌ ପାଲଟିଛନ୍ତି ସେ। ୧୯୪୭ରେ ଦତ୍ତୁ ଫାଡକରଙ୍କ ଏଭଳି କାରନାମା କରିଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri