Posted inଜାତୀୟ

ନନ୍ଦିଗ୍ରାମରେ ରଣହୁଙ୍କାର

କୋଲକାତା/ନୂଆଦିଲ୍ଲୀ,୧୪।୩: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଶହେ ଦିନରୁ ଊର୍ଦ୍ଧ୍ୱ ହେଲା ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିଛି। ବିବାଦୀୟ ଆଇନ ପ୍ରତ୍ୟାହାର କରିନେବା ପାଇଁ କୃଷକ ସଂଗଠନଗୁଡ଼ିକ ଦାବି କରୁଥିବାବେଳେ ସରକାର ନିଜ ଜିଦ୍‌ରେ ଅଟଳ ରହିଥିବାରୁ ସମାଧାନର ପନ୍ଥା ବାହାରି ପାରୁନାହିଁ। ତେଣୁ ଆଗାମୀ ଦିନରେ ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି କୃଷକ ନେତାମାନେ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଚାଲିଥିବାବେଳେ କୃଷକ ନେତା ରାକେଶ ଟିକାଏତ୍‌ ନନ୍ଦିଗ୍ରାମ ଯାଇ ସେଠାରେ ମହାପଞ୍ଚାୟତ ଆୟୋଜନ କରିଛନ୍ତି। ଆଗାମୀ ନିର୍ବାଚନରେ ଭାଜପାକୁ ଭୋଟ ନ ଦେବା ପାଇଁ ଭାରତୀୟ କିଷାନ ୟୁନିୟନ ନେତା ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ଯେଉଁ ପ୍ରାର୍ଥୀ ଭାଜପାକୁ ହରାଇପାରିବେ ତାଙ୍କୁ ଭୋଟ ଦେବା ନିମନ୍ତେ ସେ ନିବେଦନ କରିଛନ୍ତି। ସମାବେଶରେ ସାମାଜିକ କର୍ମୀ ମେଧା ପାଟେକରଙ୍କ ସମେତ ଅନ୍ୟ କୃଷକ ନେତାମାନେ ଉପସ୍ଥିତ ଥିଲେ।
ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ଭାଜପାରୁ ଶୁଭେନ୍ଦୁ ଅଧିକାରୀ ଲଢ଼ୁଛନ୍ତି। ଟିକାଏତ୍‌ ନନ୍ଦିଗ୍ରାମ ସମାବେଶରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିବା ସହ ଭାଜପାକୁ ଭୋଟ ନ ଦେବା ପାଇଁ ଚାଷୀମାନଙ୍କୁ ଅନୁରୋଧ କରିଥିଲେ। ନନ୍ଦିଗ୍ରାମ ଯିବା ପୂର୍ବରୁ ସେ କୋଲକାତାରେ ଟିଏମ୍‌ସି ନେତାମାନଙ୍କୁ ଭେଟିବା ସହ ଅନ୍ୟ ଏକ ସଭାରେ ଯୋଗଦେଇଥିଲେ। ପଶ୍ଚିମବଙ୍ଗ ଗସ୍ତ ଅବସରରେ ଟିକାଏତ୍‌ ରାଜ୍ୟର କୃଷକମାନଙ୍କ ସହ ଏମ୍‌ଏସ୍‌ପି ଏବଂ ତିନି ବିବାଦୀୟ କୃଷି ଆଇନ ସମ୍ପର୍କରେ ଆଲୋଚନା କରିବେ। ତିନିଦିନ ତଳେ ଟିଏମ୍‌ସି ଅଧ୍ୟକ୍ଷା ମମତା ନାମାଙ୍କନପତ୍ର ଦାଖଲ କରିବାକୁ ନନ୍ଦିଗ୍ରାମ ଯାଇଥିବାବେଳେ ସେଠାରେ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଏଥିରେ ତାଙ୍କ ଗୋଡ଼, ହାତ ଓ କାନ୍ଧରେ ଆଘାତ ଲାଗିଥିଲା। ଆକ୍ରମଣ ପଛରେ ଗୈରିକ ଦଳର ଷଡ଼ଯନ୍ତ୍ର ଥିବା ଟିକାଏତ୍‌ ଅଭିଯୋଗ କରିଛନ୍ତି। କୋଲକାତା ସମାବେଶରେ ଉଦ୍‌ବୋଧନ ଦେଇ ଟିକାଏତ୍‌ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ରାଜନୈତିକ ଦଳ ନୁହେଁ, ବଡ଼ କମ୍ପାନୀ ସରକାରଙ୍କୁ ଚଳାଉଥିବା ସେ ଅଭିଯୋଗ କରିଥିଲେ। ପ୍ରତି ଜିଲାରେ ଚାଷୀ ଆନ୍ଦୋଳନ ହେବ ବୋଲି ସେ କହିଥିଲେ।
୩ କୃଷି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ କୃଷକମାନେ ଦିଲ୍ଲୀ ସୀମାରୁ ହଟିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ମାର୍ଚ୍ଚ ୨୩ ଶହୀଦ ଦିବସରେ ଛାତ୍ରୀଛାତ୍ରଙ୍କୁ ଦିଲ୍ଲୀ ସୀମାକୁ ଡାକିବା ଲାଗି ଚାଷୀମାନେ ଯୋଜନା କରୁଛନ୍ତି। ଏହା ବ୍ୟତୀତ ମାର୍ଚ୍ଚ ୨୬ରେ ଚାଷୀ ଆନ୍ଦୋଳନକୁ ୪ ମାସ ପୂରୁଥିବାରୁ ସେଦିନ ଭାରତ ବନ୍ଦ ପାଇଁ କୃଷକ ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ସେହିପରି ହୋଲି ଅବସରରେ ମାର୍ଚ୍ଚ ୨୮ରେ ଦୁଷ୍ଟ ଦହନ ସ୍ବରୂପ ଚାଷୀମାନେ ୩ କୃଷି ଆଇନର ନକଲ ପୋଡ଼ିବେ। ରାକେଶ ଟିକାଏତ୍‌ଙ୍କ ସମେତ କୃଷକ ନେତାମାନେ ବିଭିନ୍ନ ରାଜ୍ୟରେ କିଷାନ ମହାପଞ୍ଚାୟତର ଆୟୋଜନ କରୁଛନ୍ତି। ଇତିମଧ୍ୟରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗରେ ୪୦ରୁ ଊର୍ଦ୍ଧ୍ୱ ମହାପଞ୍ଚାୟତର ଆୟୋଜନ କରାଗଲାଣି। ବିଭିନ୍ନ ଅଞ୍ଚଳର ଚାଷୀ ନେତାମାନଙ୍କୁ ମହାପଞ୍ଚାୟତରେ ଉଦ୍‌ବୋଧନ ଦେବା ଲାଗି ଆମନ୍ତ୍ରଣ କରାଯାଉଛି।
ଶହେ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବାବେଳେ ପ୍ରବଳ ଶୀତକୁ କୌଣସି ପ୍ରକାରେ ତମ୍ବୁ ଭିତରେ କଟାଇଦେଇଥିଲେ। ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ଆସୁଥିବାରୁ ଏଥିରୁ ବର୍ତ୍ତିବା ଲାଗି ସିଙ୍ଘୁ ସୀମାରେ ଚାଷୀମାନେ ଇଟା ସିମେଣ୍ଟରେ ଘର ତିଆରି ଆରମ୍ଭ କରିଛନ୍ତି। ଏହି ଘରେ ୧୫୦ ଚାଷୀ ରହିପାରିବେ। ତେଣୁ ଏତେଶୀଘ୍ର ଚାଷୀ ଆନ୍ଦୋଳନରୁ ହଟୁ ନ ଥିବା ସ୍ପଷ୍ଟ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri