Posted inଜାତୀୟ

ନନ୍ଦିଗ୍ରାମରେ ରଣହୁଙ୍କାର

କୋଲକାତା/ନୂଆଦିଲ୍ଲୀ,୧୪।୩: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଶହେ ଦିନରୁ ଊର୍ଦ୍ଧ୍ୱ ହେଲା ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିଛି। ବିବାଦୀୟ ଆଇନ ପ୍ରତ୍ୟାହାର କରିନେବା ପାଇଁ କୃଷକ ସଂଗଠନଗୁଡ଼ିକ ଦାବି କରୁଥିବାବେଳେ ସରକାର ନିଜ ଜିଦ୍‌ରେ ଅଟଳ ରହିଥିବାରୁ ସମାଧାନର ପନ୍ଥା ବାହାରି ପାରୁନାହିଁ। ତେଣୁ ଆଗାମୀ ଦିନରେ ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି କୃଷକ ନେତାମାନେ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଚାଲିଥିବାବେଳେ କୃଷକ ନେତା ରାକେଶ ଟିକାଏତ୍‌ ନନ୍ଦିଗ୍ରାମ ଯାଇ ସେଠାରେ ମହାପଞ୍ଚାୟତ ଆୟୋଜନ କରିଛନ୍ତି। ଆଗାମୀ ନିର୍ବାଚନରେ ଭାଜପାକୁ ଭୋଟ ନ ଦେବା ପାଇଁ ଭାରତୀୟ କିଷାନ ୟୁନିୟନ ନେତା ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ଯେଉଁ ପ୍ରାର୍ଥୀ ଭାଜପାକୁ ହରାଇପାରିବେ ତାଙ୍କୁ ଭୋଟ ଦେବା ନିମନ୍ତେ ସେ ନିବେଦନ କରିଛନ୍ତି। ସମାବେଶରେ ସାମାଜିକ କର୍ମୀ ମେଧା ପାଟେକରଙ୍କ ସମେତ ଅନ୍ୟ କୃଷକ ନେତାମାନେ ଉପସ୍ଥିତ ଥିଲେ।
ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ଭାଜପାରୁ ଶୁଭେନ୍ଦୁ ଅଧିକାରୀ ଲଢ଼ୁଛନ୍ତି। ଟିକାଏତ୍‌ ନନ୍ଦିଗ୍ରାମ ସମାବେଶରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିବା ସହ ଭାଜପାକୁ ଭୋଟ ନ ଦେବା ପାଇଁ ଚାଷୀମାନଙ୍କୁ ଅନୁରୋଧ କରିଥିଲେ। ନନ୍ଦିଗ୍ରାମ ଯିବା ପୂର୍ବରୁ ସେ କୋଲକାତାରେ ଟିଏମ୍‌ସି ନେତାମାନଙ୍କୁ ଭେଟିବା ସହ ଅନ୍ୟ ଏକ ସଭାରେ ଯୋଗଦେଇଥିଲେ। ପଶ୍ଚିମବଙ୍ଗ ଗସ୍ତ ଅବସରରେ ଟିକାଏତ୍‌ ରାଜ୍ୟର କୃଷକମାନଙ୍କ ସହ ଏମ୍‌ଏସ୍‌ପି ଏବଂ ତିନି ବିବାଦୀୟ କୃଷି ଆଇନ ସମ୍ପର୍କରେ ଆଲୋଚନା କରିବେ। ତିନିଦିନ ତଳେ ଟିଏମ୍‌ସି ଅଧ୍ୟକ୍ଷା ମମତା ନାମାଙ୍କନପତ୍ର ଦାଖଲ କରିବାକୁ ନନ୍ଦିଗ୍ରାମ ଯାଇଥିବାବେଳେ ସେଠାରେ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଏଥିରେ ତାଙ୍କ ଗୋଡ଼, ହାତ ଓ କାନ୍ଧରେ ଆଘାତ ଲାଗିଥିଲା। ଆକ୍ରମଣ ପଛରେ ଗୈରିକ ଦଳର ଷଡ଼ଯନ୍ତ୍ର ଥିବା ଟିକାଏତ୍‌ ଅଭିଯୋଗ କରିଛନ୍ତି। କୋଲକାତା ସମାବେଶରେ ଉଦ୍‌ବୋଧନ ଦେଇ ଟିକାଏତ୍‌ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ରାଜନୈତିକ ଦଳ ନୁହେଁ, ବଡ଼ କମ୍ପାନୀ ସରକାରଙ୍କୁ ଚଳାଉଥିବା ସେ ଅଭିଯୋଗ କରିଥିଲେ। ପ୍ରତି ଜିଲାରେ ଚାଷୀ ଆନ୍ଦୋଳନ ହେବ ବୋଲି ସେ କହିଥିଲେ।
୩ କୃଷି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ କୃଷକମାନେ ଦିଲ୍ଲୀ ସୀମାରୁ ହଟିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ମାର୍ଚ୍ଚ ୨୩ ଶହୀଦ ଦିବସରେ ଛାତ୍ରୀଛାତ୍ରଙ୍କୁ ଦିଲ୍ଲୀ ସୀମାକୁ ଡାକିବା ଲାଗି ଚାଷୀମାନେ ଯୋଜନା କରୁଛନ୍ତି। ଏହା ବ୍ୟତୀତ ମାର୍ଚ୍ଚ ୨୬ରେ ଚାଷୀ ଆନ୍ଦୋଳନକୁ ୪ ମାସ ପୂରୁଥିବାରୁ ସେଦିନ ଭାରତ ବନ୍ଦ ପାଇଁ କୃଷକ ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ସେହିପରି ହୋଲି ଅବସରରେ ମାର୍ଚ୍ଚ ୨୮ରେ ଦୁଷ୍ଟ ଦହନ ସ୍ବରୂପ ଚାଷୀମାନେ ୩ କୃଷି ଆଇନର ନକଲ ପୋଡ଼ିବେ। ରାକେଶ ଟିକାଏତ୍‌ଙ୍କ ସମେତ କୃଷକ ନେତାମାନେ ବିଭିନ୍ନ ରାଜ୍ୟରେ କିଷାନ ମହାପଞ୍ଚାୟତର ଆୟୋଜନ କରୁଛନ୍ତି। ଇତିମଧ୍ୟରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗରେ ୪୦ରୁ ଊର୍ଦ୍ଧ୍ୱ ମହାପଞ୍ଚାୟତର ଆୟୋଜନ କରାଗଲାଣି। ବିଭିନ୍ନ ଅଞ୍ଚଳର ଚାଷୀ ନେତାମାନଙ୍କୁ ମହାପଞ୍ଚାୟତରେ ଉଦ୍‌ବୋଧନ ଦେବା ଲାଗି ଆମନ୍ତ୍ରଣ କରାଯାଉଛି।
ଶହେ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବାବେଳେ ପ୍ରବଳ ଶୀତକୁ କୌଣସି ପ୍ରକାରେ ତମ୍ବୁ ଭିତରେ କଟାଇଦେଇଥିଲେ। ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ଆସୁଥିବାରୁ ଏଥିରୁ ବର୍ତ୍ତିବା ଲାଗି ସିଙ୍ଘୁ ସୀମାରେ ଚାଷୀମାନେ ଇଟା ସିମେଣ୍ଟରେ ଘର ତିଆରି ଆରମ୍ଭ କରିଛନ୍ତି। ଏହି ଘରେ ୧୫୦ ଚାଷୀ ରହିପାରିବେ। ତେଣୁ ଏତେଶୀଘ୍ର ଚାଷୀ ଆନ୍ଦୋଳନରୁ ହଟୁ ନ ଥିବା ସ୍ପଷ୍ଟ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri