ଯୁଦ୍ଧ ଅପରାଧୀଙ୍କୁ ଆଜୀବନ ଜେଲ

କିଭ୍‌, ୨୪ା୫: ୟୁକ୍ରେନ୍‌ରେ ନିରୀହ ଜନସାଧାରଣଙ୍କୁ ହତ୍ୟା ଭଳି ଯୁଦ୍ଧ ଅପରାଧ ଘଟାଇଥିବା ଜଣେ ୨୧ ବର୍ଷୀୟ ରୁଷୀୟ ସୈନ୍ୟ ଭାଦିମ୍‌ ଶିଶିମାରିନଙ୍କୁ କିଭ୍‌ କୋର୍ଟ ସୋମବାର ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ଫେବୃୟାରୀ ୨୪ରେ ପଡ଼ୋଶୀ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠୁ ଏହା ହେଉଛି କୌଣସି ରୁଷୀୟ ସୈନ୍ୟଙ୍କ ବିରୋଧରେ ପ୍ରଥମ ଦଣ୍ଡବିଧାନ। ୟୁକ୍ରେନ୍‌ ଜଜ୍‌ ସେର୍‌ହି ଆଗାଫୋନୋଭ୍‌ ରାୟ ଶୁଣାଇବାବେଳେ କହିଥିଲେ, ଫେବୃୟାରୀ ୨୮ରେ ଉଚ୍ଚ ଅଧିକାରୀଙ୍କଠାରୁ ନିର୍ଦ୍ଦେଶ ପାଇ ଭାଦିମ୍‌ ଉତ୍ତରପୂର୍ବ ୟୁକ୍ରେନ୍‌ର ଚୁପାଖିଭା ଗ୍ରାମରେ ଜଣେ ୬୨ ବର୍ଷୀୟ ନିରସ୍ତ୍ର ବୃଦ୍ଧଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତ ୧୯ ତାରିଖରେ କୋର୍ଟରେ ଶୁଣାଣିବେଳେ ଭାଦିମ୍‌ ନିଜ ଦୋଷ ସ୍ବୀକାର କରିଥିଲେ। ଦଣ୍ଡବିଧାନବେଳେ ମୃତକଙ୍କ ସ୍ତ୍ରୀ ଉପସ୍ଥିତ ଥିଲେ। ଟ୍ରାଏଲ ବେଳେ ଭାଦିମ୍‌ ମୃତକଙ୍କ ସ୍ତ୍ରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ସେ ପ୍ରଥମେ ତାଙ୍କ ଉଚ୍ଚ ଅଧିକାରୀଙ୍କ କଥା ମାନି ନ ଥିଲେ। ହେଲେ ଏପରି କରିବାକୁ ତାଙ୍କୁ ପୁଣି ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଭାଦିମ୍‌ କହିଥିଲେ। ରୁଷିଆ ୟୁକ୍ରେନ୍‌ରେ ଅଦ୍ୟାବଧି ୧୦ ହଜାରରୁ ଊର୍ଦ୍ଧ୍ୱ ଯୁଦ୍ଧ ଅପରାଧ ଘଟାଇଥିବା କିଭ୍‌ ପକ୍ଷରୁ ଚିହ୍ନଟ କରାଯାଇଛି। ରୁଷିଆ ଆକ୍ରମଣରେ ଅନୂ୍ୟନ ୩,୮୩୮ ଜଣଙ୍କ ଜୀବନ ଯାଇଥିବା ଜାତିସଂଘ ସ୍ପଷ୍ଟ କରିଛି। ବୁଚା ଗଣହତ୍ୟା ପରେ ରୁଷିଆ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି) ସଦସ୍ୟତା ହରାଇଛି।
ଓ୍ବାର୍‌ କ୍ରାଇମ୍‌ ବା ଯୁଦ୍ଧ ଅପରାଧ ହେଉଛି ଯୁଦ୍ଧର ନିୟମ ଭଙ୍ଗ କରି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ନିରସ୍ତ୍ର ନିରୀହ ନାଗରିକଙ୍କୁ ହତ୍ୟା କରିବା। ଯୁଦ୍ଧ ବନ୍ଦୀଙ୍କୁ ହତ୍ୟା କରିବା, ନିର୍ଯାତନା ଦେବା, ବନ୍ଧକ ରଖିବା ଏବଂ ଅନାବଶ୍ୟକ ଭାବେ ସାଧାରଣ ଜନତାଙ୍କ ସମ୍ପତ୍ତି ନଷ୍ଟ କରିବା ଏହି ଅପରାଧ ଅନ୍ତର୍ଭୁକ୍ତ। ଯୁଦ୍ଧ ସମୟରେ ଶତ୍ରୁପକ୍ଷ ରାଷ୍ଟ୍ରର ମହିଳାଙ୍କୁ ବଳାତ୍କାର କରିବା, ଶିଶୁଙ୍କୁ ମାରିବା, ଆମତ୍ସମର୍ପଣ ପରେ ମଧ୍ୟ ବଞ୍ଚତ୍ବା ସୁଯୋଗ ନ ଦେବା ଆଦି ଅଭିଯୋଗରେ ଧରାପଡ଼ିଥିବା ସୈନ୍ୟଙ୍କୁ ଯୁଦ୍ଧ ଅପରାଧୀ କୁହାଯାଏ। ସାର୍ବଭୌମ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଯୁଦ୍ଧ ଚାଲିଲେ ପ୍ରଚଳିତ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରୁଥିବା ସୈନ୍ୟଙ୍କୁ ଏହି ଅପରାଧରେ ଦଣ୍ଡିତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri