ଯୁଦ୍ଧ ଅପରାଧୀଙ୍କୁ ଆଜୀବନ ଜେଲ

କିଭ୍‌, ୨୪ା୫: ୟୁକ୍ରେନ୍‌ରେ ନିରୀହ ଜନସାଧାରଣଙ୍କୁ ହତ୍ୟା ଭଳି ଯୁଦ୍ଧ ଅପରାଧ ଘଟାଇଥିବା ଜଣେ ୨୧ ବର୍ଷୀୟ ରୁଷୀୟ ସୈନ୍ୟ ଭାଦିମ୍‌ ଶିଶିମାରିନଙ୍କୁ କିଭ୍‌ କୋର୍ଟ ସୋମବାର ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ଫେବୃୟାରୀ ୨୪ରେ ପଡ଼ୋଶୀ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠୁ ଏହା ହେଉଛି କୌଣସି ରୁଷୀୟ ସୈନ୍ୟଙ୍କ ବିରୋଧରେ ପ୍ରଥମ ଦଣ୍ଡବିଧାନ। ୟୁକ୍ରେନ୍‌ ଜଜ୍‌ ସେର୍‌ହି ଆଗାଫୋନୋଭ୍‌ ରାୟ ଶୁଣାଇବାବେଳେ କହିଥିଲେ, ଫେବୃୟାରୀ ୨୮ରେ ଉଚ୍ଚ ଅଧିକାରୀଙ୍କଠାରୁ ନିର୍ଦ୍ଦେଶ ପାଇ ଭାଦିମ୍‌ ଉତ୍ତରପୂର୍ବ ୟୁକ୍ରେନ୍‌ର ଚୁପାଖିଭା ଗ୍ରାମରେ ଜଣେ ୬୨ ବର୍ଷୀୟ ନିରସ୍ତ୍ର ବୃଦ୍ଧଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତ ୧୯ ତାରିଖରେ କୋର୍ଟରେ ଶୁଣାଣିବେଳେ ଭାଦିମ୍‌ ନିଜ ଦୋଷ ସ୍ବୀକାର କରିଥିଲେ। ଦଣ୍ଡବିଧାନବେଳେ ମୃତକଙ୍କ ସ୍ତ୍ରୀ ଉପସ୍ଥିତ ଥିଲେ। ଟ୍ରାଏଲ ବେଳେ ଭାଦିମ୍‌ ମୃତକଙ୍କ ସ୍ତ୍ରୀଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ସେ ପ୍ରଥମେ ତାଙ୍କ ଉଚ୍ଚ ଅଧିକାରୀଙ୍କ କଥା ମାନି ନ ଥିଲେ। ହେଲେ ଏପରି କରିବାକୁ ତାଙ୍କୁ ପୁଣି ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଭାଦିମ୍‌ କହିଥିଲେ। ରୁଷିଆ ୟୁକ୍ରେନ୍‌ରେ ଅଦ୍ୟାବଧି ୧୦ ହଜାରରୁ ଊର୍ଦ୍ଧ୍ୱ ଯୁଦ୍ଧ ଅପରାଧ ଘଟାଇଥିବା କିଭ୍‌ ପକ୍ଷରୁ ଚିହ୍ନଟ କରାଯାଇଛି। ରୁଷିଆ ଆକ୍ରମଣରେ ଅନୂ୍ୟନ ୩,୮୩୮ ଜଣଙ୍କ ଜୀବନ ଯାଇଥିବା ଜାତିସଂଘ ସ୍ପଷ୍ଟ କରିଛି। ବୁଚା ଗଣହତ୍ୟା ପରେ ରୁଷିଆ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି) ସଦସ୍ୟତା ହରାଇଛି।
ଓ୍ବାର୍‌ କ୍ରାଇମ୍‌ ବା ଯୁଦ୍ଧ ଅପରାଧ ହେଉଛି ଯୁଦ୍ଧର ନିୟମ ଭଙ୍ଗ କରି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ନିରସ୍ତ୍ର ନିରୀହ ନାଗରିକଙ୍କୁ ହତ୍ୟା କରିବା। ଯୁଦ୍ଧ ବନ୍ଦୀଙ୍କୁ ହତ୍ୟା କରିବା, ନିର୍ଯାତନା ଦେବା, ବନ୍ଧକ ରଖିବା ଏବଂ ଅନାବଶ୍ୟକ ଭାବେ ସାଧାରଣ ଜନତାଙ୍କ ସମ୍ପତ୍ତି ନଷ୍ଟ କରିବା ଏହି ଅପରାଧ ଅନ୍ତର୍ଭୁକ୍ତ। ଯୁଦ୍ଧ ସମୟରେ ଶତ୍ରୁପକ୍ଷ ରାଷ୍ଟ୍ରର ମହିଳାଙ୍କୁ ବଳାତ୍କାର କରିବା, ଶିଶୁଙ୍କୁ ମାରିବା, ଆମତ୍ସମର୍ପଣ ପରେ ମଧ୍ୟ ବଞ୍ଚତ୍ବା ସୁଯୋଗ ନ ଦେବା ଆଦି ଅଭିଯୋଗରେ ଧରାପଡ଼ିଥିବା ସୈନ୍ୟଙ୍କୁ ଯୁଦ୍ଧ ଅପରାଧୀ କୁହାଯାଏ। ସାର୍ବଭୌମ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଯୁଦ୍ଧ ଚାଲିଲେ ପ୍ରଚଳିତ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରୁଥିବା ସୈନ୍ୟଙ୍କୁ ଏହି ଅପରାଧରେ ଦଣ୍ଡିତ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ ପୁନରୁଦ୍ଧାର ଦାବି: ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ମାରିଲେ ମହିଳା

ଭେଡ଼େନ,୨୫।୫ (ହୃଷିକେଶ ଖମାରୀ): ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବା ବେଳେ ଲୋକେ ଗାଧୋଇବା ଓ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ବରଗଡ଼…

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ସୌମ୍ୟ ମୃତ୍ୟୁ: ବିବାଦୀୟ ADGଙ୍କ ବଦଳି, ମା ଆଣିଥିଲେ ସାଂଘାତିକ…

ଭୁବନେଶ୍ୱର,୨୨।୫: ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବଦଳି କରାଯାଇଛି। ତାଙ୍କୁ ADGP (କମ୍ୟୁନିକେସନ) ପଦରୁ ହଟାଯାଇ ଗୃହ ବିଭାଗରେ OSD (ଅଫିସର ଅନ୍ ସ୍ପେସିଆଲ୍ ଡ୍ୟୁଟି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri