Posted inଫୁରସତ

ପାଠକଙ୍କ ହୃଦୟରେ ରହିବାକୁ ଚାହେଁ: କବି ମନୋରମା ବିଶ୍ୱାଳ

ପ୍ରାୟ ୫ଦଶନ୍ଧି ଧରି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ସେ ବହୁ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ ଓ କବିତା ପୁସ୍ତକ ପ୍ରକାଶ କରିଛନ୍ତି। ଯେଉଁଥିରେ ମା’ମାଟି, ହଜିଯାଉଥିବା ଗାଁର ମହକ ଦେଖିବାକୁ ମିଳେ। ଓଡ଼ିଆ ସାହିତ୍ୟଜଗତରେ ସେ ଜଣେ ବେଶ୍‌ ପ୍ରତିଷ୍ଠିତ କବି। ସେ ମଧ୍ୟ ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର। ‘ଫାଲଗୁନି ତିଥିର ଝିଅ’ କବିତା ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ। ସେ ହେଲେ କବି ମନୋରମା ବିଶ୍ୱାଳ ମହାପାତ୍ର। ଜନ୍ମ ୨୭ା୧୧ା୧୯୪୮ମସିହାରେ। ପିତା ପ୍ରାଣକୃଷ୍ଣ ବିଶ୍ୱାଳ। ମାତା କ୍ଷେତ୍ରମଣି। ଘର ବାଲେଶ୍ୱର ଜିଲାର ସମୁଦ୍ରକୁଳିଆ ଜଗାଇ ଗାଁରେ। ଶାଶୁଘର ବାଲେଶ୍ୱରର ହଳଦୀପଦାରେ। ସମ୍ପ୍ରତି ସେ ପ୍ରୀତମପୁରୀ, ଆଚାର୍ଯ୍ୟବିହାର ଭୁବନେଶ୍ୱରରେ ରହୁଛନ୍ତି। ସେ କୁହନ୍ତି, ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍‌ ହିନ୍ଦ୍‌ ଫୌଜରେ ଯୋଗଦେଇ ଦେଶକୁ ସ୍ବାଧୀନ କରିବା ପାଇଁ ସଙ୍କଳ୍ପ ନେଇଥିଲେ ବାପା। ସେ ଥିଲେ ଜଣେ ସାହିତ୍ୟ ଓ ସଙ୍ଗୀତର ଅନୁରାଗୀ ମଣିଷ। ଯାହାଙ୍କ ପ୍ରଭାବ ମୋ ଉପରେ ପଡିଛି। ଆଉ ମୋ ଗାଁ ହିଁ ମତେ କବିତା ଲେଖିବାର ପ୍ରେରଣା ଦେଲା। ସମୁଦ୍ର ଏବଂ ସୁବର୍ଣ୍ଣରେଖା ନଦୀ ଯେଉଁଠି ହାତ ଧରାଧରି ହୋଇ ଝାଉଁବଣରେ ଲୁଚକାଳି ଖେଳନ୍ତି ସେଇଠି ମୋ ଗାଁ ଜଗାଇ। ଗାଁ ବିଦ୍ୟାଳୟରେ ପଢ଼ିଲାବେଳରୁ ହିଁ ସୃଜନଶୀଳତା ମୋ ମନକୁ ଉଦ୍‌ବେଳିତ କରୁଥିଲା। ପ୍ରଥମେ ମୁଁ କେବେ କବିତା ଲେଖିଲି ଠିକ୍‌ ଭାବରେ ମନେନାହିଁ। ମାତ୍ର ଷଷ୍ଠଶ୍ରେଣୀ ବେଳକୁ ମୋର ପ୍ରଥମ କବିତା ‘ମୋ ଘର’ ପ୍ରକାଶ ପାଇଥିଲା। ପତ୍ରିକାଟି ସ୍କୁଲ ଠିକଣାରେ ଆସିଥିଲା। ପ୍ରଥମେ ଆମ ପ୍ରଧାନ ଶିକ୍ଷୟିତ୍ରୀ ସେହି ପତ୍ରିକାଟିକୁ ଖୋଲିଥିଲେ ଏବଂ ସେଥିରେ ମୋ ଲେଖା ଦେଖି କେବଳ ମୁଁ ନୁହେଁ, ସାରା ସ୍କୁଲ ଯେମିତି ଖୁସିରେ ନାଚି ଉଠିଥିଲା। ଘରେ ବାପା ଏବଂ ମୋ ସାନଭାଇ ଆନନ୍ଦରେ ଆତ୍ମହରା ହୋଇଯାଇଥିଲେ। ଏହି କବିତା ପ୍ରକାଶ ପାଇବା ଉପଲକ୍ଷେ ବାପା ତାଙ୍କ ଅଫିସ୍‌ରେ ଏବଂ ଘରେ ରସଗୋଲା ବାଣ୍ଟିବା ସହ ଭୋଜି ବି ଦେଇଥିଲେ। ସେହି ସୁନ୍ଦର ସ୍ମୃତିର କଥା ଯେତେବେଳେ ବି ମନେପଡ଼େ ମୁଁ ଅନ୍ୟମନସ୍କ ହୋଇଯାଏ। ମୋର ପ୍ରଥମ କବିତା ପୁସ୍ତକ ‘କିଶଳୟ’ ଯେବେ ପ୍ରକାଶ ପାଇଥିଲା ସେତେବେଳେ ମୁଁ ଭଦ୍ରକ ଗାର୍ଲସ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଥିଲି। ତା’ପରେ ଭଦ୍ରକ କଲେଜରେ ବିଏ ପଢା ସମୟରେ ‘ଝଙ୍କାର’ରେ ଏକ କବିତା ପ୍ରକାଶିତ ହୋଇଥିଲା। ପରେ ଉଚ୍ଚଶିକ୍ଷା ପାଇଁ ଶାନ୍ତିନିକେତନ ଗଲି। ସେଠାରୁ ଏମ୍‌.ଏ ପରେ ୟୁଜିସି ଫେଲୋଶିପ୍‌ ପାଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଡ.ମାୟାଧର ମାନସିଂହଙ୍କ କାବ୍ୟକୀର୍ତ୍ତି ଉପରେ ପିଏଚ.ଡି. କଲି। ତା’ପରେ ପ୍ରଥମେ ଭଦ୍ରକ କଲେଜରେ ଅଧ୍ୟାପିକା ରୂପେ ନିଯୁକ୍ତି ପାଇଲି। ପରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନଙ୍କ ଦ୍ୱାରା ମନୋନିତ ହୋଇ ବିଜେବି କଲେଜରେ ଅଧ୍ୟାପିକା ଭାବେ ନିଯୁକ୍ତି ପାଇଲି। ପରବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ କଲେଜରେ ଅଧ୍ୟାପନା କଲି। କିନ୍ତୁ ମୋ କବି ଜୀବନର ତପସ୍ୟା ଭୂମିଥିଲା ଭଦ୍ରକ। ତା’ର ମାଟି ମୋ ପାଇଁ ତୀର୍ଥମାଟି। ତା’ ପାଣି ମୋ ପାଇଁ ପୁଣ୍ୟତୋୟା ନଦୀ ପରି ପବିତ୍ର। ତା’ ପବନରେ ମୁଁ ଆଘ୍ରାଣ କରିଛି ପ୍ରଥମ ଭିଜାମାଟିର ବାସ୍ନା। ଭଦ୍ରକର ଅନତି ଦୂରରେ ରକ୍ତତୀର୍ଥ ଇରମ, କବି ଜଗନ୍ନାଥ ପାଣି, କବୟିତ୍ରୀ ବିଦ୍ୟୁତ୍‌ପ୍ରଭା, କବି ଶେଖର ଚିନ୍ତାମଣି, କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଗାଁ। ସର୍ବୋପରି ପ୍ରିୟ ନଦୀ ସାଳନ୍ଦୀ ସେସବୁ ମିଶି ମୋ କବି ଚେତନାକୁ ରୁଦ୍ଧିମନ୍ତ କରିଛନ୍ତି। ମୋ ଜନ୍ମସ୍ଥାନ ‘ଜଗାଇ’ ତ ମୋ ମା’ପରି ଚିର ନମସ୍ୟା ଏବଂ ଆଦରଣୀୟା। ପିଲାଦିନେ ଲୋକଗଳ୍ପ ଏବଂ କାନ୍ଦଣା ଗୀତ ଶୁଣି ଶୁଣି ମୋ ଶୈଶବ କଟିଛି। ମାମୁଘରେ ପାଲା, ଦାସକାଠିଆରେ ବୈଦେହୀଶ ବିଳାସ ଏବଂ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରଭୃତି ବିଷୟ ଅଲୋଚନା ହେଉଥିଲା। ଭାଗବତ, ଗୀତା ଏବଂ ଗାଁରେ ଝିଅମାନେ ଶାଶୁଘର ଗଲାବେଳେ କାନ୍ଦଣାଗୀତ ମୁଖସ୍ଥ କରୁଥିଲେ, ଏଥିରେ ମୁଁ ଖୁବ୍‌ ପ୍ରଭାବିତ ହୋଇଛି। କିନ୍ତୁ ମୋର ବ୍ୟକ୍ତିସତ୍ତା ଯେତେବେଳେ କବିସତ୍ତାରେ ରୂପାନ୍ତରିତ ହୋଇଯାଏ, ମୁଁ ସେତେବେଳେ ଆଉଜଣେ କିଏ ହୋଇଯାଏ। ଜାଗତିକ ଜୀବନର ସବୁ ଜଞ୍ଜାଳ ସେତେବେଳେ ତୁଚ୍ଛ ହୋଇଥାଏ। ଜୀବନର ଗତିପଥରେ ବହୁ ତିକ୍ତ ମଧୁର ଅନୁଭୂତି ସହିତ ମୋ କବି ସତ୍ତା ସମ୍ପ୍ରସାରିତ ହୋଇଛି। ମୁଁ ଲେଖିଥିବା ପୁସ୍ତକ ମଧ୍ୟରେ ଫାଲ୍‌ଗୁନି ତିଥିର ଝିଅ, ଏକଲା ନଈର ଗୀତ, ଥରେଖାଲି ଡାକିଦେଲେ, ଶବ୍ଦର ପ୍ରତିମା, ମରିସସ୍‌ରେ ଦୀକ୍ଷା ଓ ଜେଜେମା, ଭାବୁଛି ଚିଠିଲେଖିବି ମାକୁ, କାଳନ୍ଦୀ ଶଙ୍ଖଚିଲ ଗାଁ, ସବୁରଖି ଗଲି, ସ୍ମୃତି ଶାନ୍ତିନିକେତନ, ଶବ୍ଦ ସରସ୍ବତୀ, ସାତସମୁଦ୍ର ତେରନଈ ଏମିତିରେ ପ୍ରାୟ ୫୦ଟି ଶିଶୁସାହିତ୍ୟ ପୁସ୍ତକ ଓ ପ୍ରାୟ ୪୦ଟି କବିତା ସଙ୍କଳନ ପ୍ରକାଶିତ ହୋଇସାରିଛି। ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ସଙ୍ଗୀତ ସିଡୀ -ବର୍ଷାଝରା ସ୍ମୃତିଭରା, ଅଧାଲେଖା ଚିଠି ଏବଂ ପ୍ରଫୁଲ୍ଲ କରଙ୍କ ଦ୍ୱାରା ଭାବର ଠାକୁର ତୁମେ ଭାବର ସାଗର, ଏଇ ଦୁନିଆର ପାନ୍ଥଶାଳାରେ, ଆମେ ସବୁ ଟିକିଫୁଲ ଆଦି ସଙ୍ଗୀତ ଲୋକପ୍ରିୟ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ, ପଞ୍ଜାବ କଳା ଏକାଡେମୀ ଚଣ୍ଡିଗଡ଼, ମିନାବଜାର ସମେତ ବିଭିନ୍ନ ଅନୁଷ୍ଠାନରୁ ଶତାଧିକ ପୁରସ୍କାର ଓ ସମ୍ମାନ ମିଳିସାରିଛି। ତେବେ ମୋ ପରିବାରରେ ମୋ ଲେଖାଲେଖିକୁ ଯିଏ ଅଧିକ ପ୍ରେରଣା ଦେବା ସହ ଉତ୍ସାହିତ କରନ୍ତି ସେ ହେଲେ ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବାର ଉଚ୍ଚପଦାଧିକାରୀ ସ୍ବାମୀ ବାସବ କୁମାର ମହାପାତ୍ର। ମୋର ଗୋଟିଏ ପୁଅ ଗୋଟିଏ ଝିଅ ନିଜ ନିଜ ସ୍ଥାନରେ ସୁପ୍ରତିଷ୍ଠିତ। ଅନ୍ୟପକ୍ଷେ ପ୍ରତିବର୍ଷ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀରେ ଆଜକୁ ପ୍ରାୟ ୩୦ବର୍ଷ ଧରି ମୋ ଶାଶୁଙ୍କ ନାମରେ ନାମିତ ‘ରତ୍ନମଣି ସ୍ମୃତି ସମ୍ମାନ’କୁ ଜଣେ ପ୍ରତିଷ୍ଠିତ କବିଙ୍କୁ ପ୍ରଦାନ କରାଯାଉଛି। ତେବେ ଏତିକି କହିବି ମୋ ଅବର୍ତ୍ତମାନରେ ଯଦି ମୁଁ ପାଠକମାନଙ୍କ ହୃଦୟରେ ବଞ୍ଚିରହିବି ନିଶ୍ଚିତ ଭାବରେ କବିପ୍ରାଣ ସାର୍ଥକ ହେବ।
-ବନବିହାରୀ

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri