ଭିନ୍ନ ଦେଖାଯିବାକୁ ଚାହୁଁଥିଲେ, ଏଥର…

ସ୍ବାଧୀନତା ଦିବସ ଅବସରରେ ଟିକେ ଭିନ୍ନ ଦେଖାଯିବାକୁ କିଏ କେତେ ଉପାୟ ଆପଣାଇଥାନ୍ତି। କିଏ ଟ୍ରାଇ କଲର୍‌ ଆଉଟ୍‌ଫିଟ୍‌ ପିନ୍ଧନ୍ତି ତ କିଏ ଟ୍ରାଇ କଲର୍‌ ଆସେସରିଜରେ ନିଜକୁ ସଜାଇବାକୁ ପସନ୍ଦ କରିଥାନ୍ତି। ତଥାପି ବି ବେଳେବେଳେ କିଛି ନା କିଛି ଭୁଲ୍‌ ଭଟକା ରହିଯିବାରୁ ଲୁକ୍‌ ଫିକା ଫିକା ଲାଗେ। ତେଣୁ ଏହି କଥାକୁ ଧ୍ୟାନରେ ରଖି ଏଠାରେ ସେମିତି କିଛି ଫ୍ୟାଶନ ଟିପ୍ସ ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହାକୁ ଉପଯୋଗ କରି ଅତି ସହଜରେ ସୁନ୍ଦର ଟ୍ରାଇ କଲର୍‌ ଲୁକ୍‌ ପାଇହେବ…

ଟ୍ରାଇ କଲର୍‌ ଆଉଟ୍‌ଫିଟ୍‌: ଏବେ ଟ୍ରାଇ୍‌କଲର୍‌ ଥିମ୍‌ବାଲା ଭିନ୍ନ ଭିନ୍ନ ଫ୍ୟାବ୍ରିକ୍‌ର ଶାଢି ମାର୍କେଟ୍‌ରେ ମିଳିଲାଣି। ଯୁବତୀମାନେ ଚାହିଁଲେ ନିଜ ପସନ୍ଦ ମୁତାବକ ଯେ କୌଣସି ଫ୍ୟାବ୍ରିକ୍‌ର ଟ୍ରାଇ କଲର୍‌ ଶାଢି ପିନ୍ଧି ଏହିଦିନ ଦେଶୀ ଲୁକ୍‌ ପାଇପାରିବେ। ନଚେତ୍‌ ଧଳା ରଙ୍ଗର ଶାଢି ସହ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ବ୍ଲାଉଜ୍‌କୁ ମ୍ୟାଚିଂ କରି ଏହି ଅବସରରେ ପିନ୍ଧିପାରିବେ। ସେହିପରି ଧଳା ରଙ୍ଗର ସାଲଓ୍ବାର୍‌ ପିନ୍ଧି ଯୁବତୀମାନେ ତା’ଉପରେ ଟ୍ରାଇ କଲର୍‌ ଥିମ୍‌ ବାଲା ଦୁପଟ୍ଟା ପକାଇ ବି ଆରାମରେ ଟ୍ରାଇ କଲର୍‌ ଲୁକ୍‌ ପାଇପାରିବେ। ଏପରିକି କେବଳ ସବୁଜ କିମ୍ବା ନାରଙ୍ଗୀ ରଙ୍ଗର ଦୁପଟ୍ଟା ବା ଚୁନି ପକାଇ ମଧ୍ୟ ଆଟ୍ରାକ୍ଟିଭ୍‌ ଦେଶୀ ଲୁକ୍‌ ପାଇପାରିବେ।
ଟ୍ରାଇ କଲର୍‌ ଆସେସରିଜ୍‌
ଟ୍ରାଇ କଲର୍‌ ଶାଢି ହେଉ ଅବା ସାଲଓ୍ବାର ଶୁଟ୍‌ ଏହି ଦିନ ଯୁବତୀମାନେ ଯାହାବି ପିନ୍ଧନ୍ତୁ, ଯଦି ତା’ସହିତ ମ୍ୟାଚିଂ ଚୁଡ଼ି, ଇୟର ରିଂ, ବିନ୍ଦିକୁ ସେମାନେ ଟ୍ରାଏ କରିଥାନ୍ତି, ତା’ହେଲେ ଲୁକ୍‌ ଖୁବ୍‌ ଗର୍ଜିୟସ୍‌ ଲାଗିଥାଏ।
*ଟ୍ରାଇ କଲର୍‌ ଇୟର୍‌ ରିଂ- ଏହାର ମଧ୍ୟ ଅନେକ ଭେରାଇଟି ରହିଛି। ଯଥା: ଟ୍ରାଇ କଲର ପମ୍‌ ପମ୍‌ ଇୟର ରିଂ, ଟ୍ରାଇ କଲର୍‌ ଟାସେଲ୍‌ ଇୟର ରିଂ, ଟ୍ରାଇ କଲର ଝୁମ୍‌କା, ଟ୍ରାଇ କଲର ଷ୍ଟଡ୍‌ ଇୟର ରିଂ, ଟ୍ରାଇ କଲର ଲିଫ୍‌ ଇୟର ରିଂ, ଟ୍ରାଇ କଲର ବିଡ୍ସ ଇୟର୍‌ ରିଂ ଇତ୍ୟାଦି ଅନ୍ୟତମ ।
* ଟ୍ରାଇ କଲର୍‌ ଚୁଡ଼ି- ଏହା ବି ବିଭିନ୍ନ ଷ୍ଟାଇଲ୍‌ରେ ମିଳିଥାଏ। ଯଥା: ଟ୍ରାଇ କଲର୍‌ ପାଣି ଚୁଡ଼ି, ଟ୍ରାଇ କଲର୍‌ ମେଟାଲ୍‌ ଚୁଡ଼ି, ଟ୍ରାଇ କଲର୍‌ ଷ୍ଟୋନ ଲାଗିଥିବା କିମ୍ବା ସୂତା କାମ ହୋଇଥିବା ଷ୍ଟାଇଲିଶ୍‌ ଚୁଡ଼ି ପିନ୍ଧି ବି ଏହି ଦିନ ଯୁବତୀମାନେ ଟ୍ରେଣ୍ଡି ଲାଗିପାରିବେ।
ଟ୍ରାଇ କଲର୍‌ ନେଲ୍‌ଆର୍ଟ
ସ୍ବାଧୀନତା ଦିବସକୁ ଲକ୍ଷ୍ୟ କରି ଯୁବତୀମାନେ ନଖରେ ଟ୍ରାଇ କଲର୍‌ ନେଲ୍‌ଆର୍ଟ ବି କରିପାରିବେ। ଖାସ୍‌ କରି ଷ୍ଟ୍ରାଇପ୍‌, ଭର୍ଟିକାଲ୍‌, ହରାଇଜଣ୍ଟାଲ୍‌, ଫ୍ଲୋରାଲ୍‌, ଡଟେଡ୍‌, ନେଚର୍‌ ଥିମ୍‌ବାଲା ଟ୍ରାଇ କଲର୍‌ ନେଲ୍‌ ଆର୍ଟ ଏହିଦିନ ଯୁବତୀଙ୍କୁ ଭିନ୍ନ ଲୁକ୍‌ ଦେଇଥାଏ।
ଟ୍ରାଇ କଲର୍‌ ମେକ୍‌ଅପ୍‌
ଟ୍ରାଇ କଲର୍‌ ମେକ୍‌ଅପ୍‌ରେ ବି ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଖାସ୍‌କରି ସ୍ବାଧୀନତା ଦିବସ ଅବସରରେ ଦେଶୀ ଲୁକ୍‌ ପାଇବାକୁ ତଥା ଫ୍ୟାଶନେବଲ୍‌ ଦେଖାଯିବାକୁ ଯୁବତୀମାନେ ଚାହିଁଲେ ଜାତୀୟ ପତାକାର ରଙ୍ଗକୁ ମ୍ୟାଚ୍‌ କଲା ଭଳି ଆଖିରେ ଟ୍ରାଇ କଲର୍‌ର ଆଇଶାଡୋ ଲଗାଇପାରିବେ।
ଟ୍ରାଇ କଲର୍‌ ଟାଟୁ
ଏହାଛଡ଼ା ଗାଲରେ ଟ୍ରାଇ କଲର୍‌ ଆର୍ଟିଫିସିଆଲ୍‌ ଟାଟୁ କରି ବି ଯୁବତୀମାନେ ଏହିଦିନ କିଛିଟା ଭିନ୍ନ ଲୁକ୍‌ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri