ପିଲାଟିକୁ ଖାଦ୍ୟ ପ୍ରତି ଆଗ୍ରହ ସୃଷ୍ଟି କରାଇବାକୁ ଚାହୁଁଥିଲେ… ଆପଣାନ୍ତୁ ଏହି ଟିପ୍ସ

ପିଲାଟିକୁ ଜନ୍ମଦେବା ପରେ ତାହାର ଲାଳନପାଳନ ଦାୟିତ୍ୱ ମା’କୁ ହିଁ ନେବାକୁ ପଡ଼ିଥାଏ। କାରଣ ଶିଶୁଟିକୁ ଠିକ୍‌ ସମୟରେ ଖୁଆଇବା ସହ ତାହାର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବା ଉପରେ ଜନ୍ମଦାତ୍ରୀ ମା’କୁ ତୀକ୍ଷଣ ନଜର ରଖିବାକୁ ପଡ଼ିଥାଏ। ତେବେ ପିଲାଟିର ଖାଦ୍ୟପେୟ ବିଷୟରେ ମା’ମାନେ କେତେକ ବିଷୟ ପ୍ରତି ଧ୍ୟାନଦେବା ନିହାତି ଜରୁରୀ। ଜାଣନ୍ତୁ ସେ ସମ୍ପର୍କରେ…

ଶିଶୁଟିଏ ଜନ୍ମହେବା ପରେ ତାହାର ପ୍ରଥମ ଖାଦ୍ୟ ହେଲା ମା’ର କଷକ୍ଷୀର ବା କୋଲୋଷ୍ଟ୍ରମ। ତା’ପରେ ମା’ କ୍ଷୀର ହିଁ ହେଉଛି ତାହାର ମୁଖ୍ୟ ଖାଦ୍ୟ। ବୟସ ବଢ଼ିବା ସହ ପିଲାଟି ତରଳ, ଅର୍ଦ୍ଧତରଳ ଏବଂ ପରେ ସାଧାରଣ ଖାଦ୍ୟ ଖାଇବା ଆରମ୍ଭ କରିଥାଏ। କେତେଜଣ ମା’ ପିଲାକୁ ଖୁଆଇବା ସମୟରେ ଭାବନ୍ତି ଯେ, ପିଲାଟି ଯଦି ଏକାଥରେ ପୁଳାଏ ଖାଇଦେବ ତା’ହେଲେ ସେ ହୃଷ୍ଟପୁଷ୍ଟ ହେବ। ହେଲେ ଏଭଳି ଧାରଣା ଠିକ୍‌ ନୁହେଁ। ଜଣେ ପିଲାକୁ ଆବଶ୍ୟକ ମୁତାବକ ଖାଦ୍ୟ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଖୁଆଇବା ଦରକାର।
ଖାଦ୍ୟପେୟ : ମା’ କ୍ଷୀର ଖାଇବା ପରେ ପିଲାଟି ଯେତେବେଳେ ସାଧାରଣ ଖାଦ୍ୟ ଖାଇବା ଆରମ୍ଭକରେ, ସେ କ’ଣ କ’ଣ ଖାଇବା ଦରକାର ତାହା ପ୍ରଥମେ ମା’ ଭଲ ଭାବରେ ଅବଗତ ହେବା ଦରକାର। ଏହି ସମୟରେ ସେ ଏଭଳି ଖାଦ୍ୟ ଖାଇବା ଦରକାର, ଯାହା ଠିକ୍‌ ଭାବରେ ହଜମ ହେଉଥିବା ଦରକାର। ଜବରଦସ୍ତି ଯଦି ପିଲାଟିକୁ ଏକାଥରେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖୁଆଯାଏ, ତେବେ ପିଲାଟି ଖାଇବାକୁ ଅରୁଚିବୋଧ କରିଥାଏ। ବେଳେବେଳେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଇଲେ ପିଲାଟି ଝାଡ଼ାବାନ୍ତି ପରି ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ଏପରି କି ଯଦି ଏହି ସମସ୍ୟା ଜଟିଳ ଆକାର ଧାରଣକରେ ତେବେ ପିଲାଟିକୁ ହସ୍ପିଟାଲରେ ଆଡ୍‌ମିଶନକରି ଚିକିତ୍ସା କରିବାକୁ ପଡ଼ିଥାଏ। ତେଣୁ ପିଲାଟିକୁ ଖୁଆଇବା ବେଳେ ସେ ଥରକେ କେତେ ଖାଦ୍ୟ ଖାଇବ ପ୍ରଥମେ ତାହା ସ୍ଥିର କରନ୍ତୁ। ଶାନ୍ତ ମନରେ ଧୀରସ୍ଥିର ଭାବରେ ପିଲାଟିକୁ ଖୁଆଇଲେ ଖାଦ୍ୟ ପ୍ରତି ତାହାର ଆଗ୍ରହ ବଢ଼ିଥାଏ ଏବଂ ପରବର୍ତ୍ତୀ ସମୟରେ ସେ ଖାଦ୍ୟ ଖାଇବାକୁ ନିଜ ପଟରୁ ଆଗ୍ରହ ପ୍ରକାଶ କରେ।
କିପରି ପିଲାକୁ ଖୁଆଇବେ : ଛୋଟ ପିଲାଟିଏ ଯେ ସହଜରେ ଖାଇଦେବ-ଏଭଳି ଧାରଣା ପ୍ରଥମେ ନିଜ ମନରୁ ଦୂରେଇ ଦିଅନ୍ତୁ। କାରଣ ପ୍ରାରମ୍ଭରେ ପିଲାଟି ସାଧାରଣ ଖାଦ୍ୟ ପ୍ରତି ଅଭ୍ୟସ୍ତ ନ ଥାଏ। ତେଣୁ ସେଭଳି ଖାଦ୍ୟ ଦେଖିଲେ ସେ ଖାଇବାକୁ ସମସ୍ୟା ସୃଷ୍ଟି କରିଥାଏ। ଏହି ସମୟରେ ମା’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପିଲାଟିକୁ ଗପ କହି, ବୁଲାଇ, ଖେଳାଇ ତାହାର ମନକୁ ପ୍ରଥମେ ଖାଦ୍ୟ ପ୍ରତି ଆକର୍ଷିତ କରନ୍ତୁ। ପିଲାଟି ଯଦି ଖାଇବାକୁ ଆଗ୍ରହ ପ୍ରକାଶ କରୁନାହିଁ, ତାକୁ କିଛି ଖେଳନା ଦିଅନ୍ତୁ। ସେ ଖେଳିବା ଅବସ୍ଥାରେ ତାକୁ ଖାଦ୍ୟ ଖୁଆନ୍ତୁ। କଦାପି ପିଲାକୁ ବାଧ୍ୟକରି ଖାଦ୍ୟ ଖୁଆନ୍ତୁ ନାହିଁ। କାରଣ ଏହାଦ୍ୱାରା ସେ ନ ଖାଇବାକୁ ଜିଦ୍‌ ଧରିଥାଏ। ତେଣୁ ପିଲାଟିକୁ ଖୁଆଇବା ପୂର୍ବରୁ ତାକୁ ଏଭଳି ମାହୋଲ ଭିତରେ ରଖନ୍ତୁ, ଯେମିତି ସେ ସହଜରେ ଖାଦ୍ୟ ଖାଇପାରିବ।
ସମୟ ନିର୍ଘଣ୍ଟ : ପିଲାଟି କେତେବେଳେ ଖାଇବ ତାହାର ସମୟ ନିର୍ଘଣ୍ଟ ବିଷୟରେ ମା’ ଅବଗତ ହେବା ନିହାତି ଦରକାର। ଘଣ୍ଟାଏ ୨ଘଣ୍ଟା ପୂର୍ବରୁ ପିଲାଟି ଖାଇଥିବ, ସେହି ସମୟରେ କେତେଜଣ ମା’ ଭାବନ୍ତି ଯେ ଆହା, ପିଲାଟିକୁ ପୁଣି ଭୋକ କରିବଣି। ତେଣୁ ତାକୁ ପୁଣି ଖୁଆଇ ଥାଆନ୍ତି। ପିଲାଟିର ଖାଇବାର ସମୟ ନିର୍ଘଣ୍ଟ ବିଷୟରେ ଶିଶୁରୋଗ ଡାକ୍ତରଙ୍କ ସହ ଆଲୋଚନା କରନ୍ତୁ। ସବୁଠାରୁ ବଡ଼ କଥା ହେଲା, ପିଲାଟି ଏହି ସମୟରେ କେଉଁ ଖାଦ୍ୟ ଖାଇଲେ ତାହାର ଶାରୀରିକ ସହ ମାନସିକ ବିକାଶ ଘଟିବ ସେ ନେଇ ଜାଣିବା ଦରକାର। ତେଣୁ ଏ ବିଷୟରେ ସମ୍ପୃକ୍ତ ଡାକ୍ତରଙ୍କ ସହ ଆଲୋଚନା କରନ୍ତୁ।
ବାଧ୍ୟ କରନ୍ତୁ ନାହିଁ : କେତେଜଣ ମା’ ଯେତେବେଳେ ପିଲାଟି ନ ଖାଇବାକୁ ଜିଦ୍‌ ଧରୁଛି ତାହାକୁ ଜବରଦସ୍ତି ଖୁଆଇଥାଆନ୍ତି। ଏପରିକି ନିଜେ ଅସ୍ଥିର ହୋଇପଡ଼ି ପିଲାଟିକୁ ମାରଧର କରନ୍ତି। କିନ୍ତୁ ପିଲାଙ୍କୁ ଖୁଆଇବାର ଏହା ଉଚିତ ଉପାୟ ନୁହେଁ। ପିଲାମାନେ ଚପଳମତି। ସେମାନଙ୍କୁ ବୁଝାଇଶୁଝାଇ ଖୁଆନ୍ତୁ। ସେମାନଙ୍କ ଉପରେ ବିରକ୍ତ ପ୍ରକାଶକଲେ ପିଲାଟି ଧୀରେ ଧୀରେ ଜିଦିଆ ହୋଇଯିବା ଆଶଙ୍କା ରହିଛି। ତେଣୁ ପ୍ରଥମେ ପିଲାକୁ ଏଭଳି ପରିବେଶ ଭିତରକୁ ଆଣନ୍ତୁ ଯେମିତି ତା’ର ଆଗ୍ରହ ଖାଦ୍ୟ ପ୍ରତି ଆସିବ। ଛୋଟ ପିଲାଟି ଯେ ସାଙ୍ଗେ ସାଙ୍ଗେ ଖାଇଦେବ-ଏ ଧାରଣା ମନରୁ ଦୂରକରନ୍ତୁ। ତାହାକୁ ଖୁଆଇବା ବେଳେ ଯେତେ ସମୟ ଆବଶ୍ୟକ ହେଉଛି ଦିଅନ୍ତୁ। ଦେଖିବେ, ଖାଦ୍ୟ ଖାଇବା ପ୍ରତି ତାହାର ଆଗ୍ରହ ଆସିଗଲେ ସେ ଆଉ ସମସ୍ୟା ସୃଷ୍ଟି କରିବ ନାହିଁ। ତେଣିକି ଆପଣ ଆରାମରେ ପିଲାଟିକୁ ଖୁଆଇପାରିବେ।
ବୟସ ଅନୁପାତରେ ଖାଦ୍ୟ : ପିଲାଟି ବୟସ ଅନୁପାତରେ ହିଁ ଖାଦ୍ୟ ଖାଇଥାଏ। କେଉଁ ବୟସରେ ପିଲାଟି କେଉଁ ଖାଦ୍ୟ କେତେ ପରିମାଣରେ ଖାଇବ ତାହା ପ୍ରଥମେ ମା’ ଭଲ ଭାବରେ ଜାଣିବା ଦରକାର। ପିଲାଟିର ଶାରୀରିକ ବିକାଶ ପାଇଁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖୁଆନ୍ତୁ। ଯଦି ଫୁଡ୍‌ ସପ୍ଲିମେଣ୍ଟ ଖୁଆଉଛନ୍ତି ତେବେ ଏ ନେଇ ଶିଶୁରୋଗ ଡାକ୍ତରଙ୍କ ସହ ବିଶଦ ଭାବରେ ଆଲୋଚନା କରନ୍ତୁ।
ସ୍ବାସ୍ଥ୍ୟ ସମସ୍ୟା : ପିଲାଟି ଖାଦ୍ୟ ଖାଇବା ସହ ତାହାର ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଅବଗତ ରୁହନ୍ତୁ। ପିଲାଟି ଯେତେବେଳେ ଅସୁସ୍ଥ ଅଛି ସେତେବେଳେ କ’ଣ ଖାଇବ ତାହା ଜାଣିବା ଦରକାର।
ଛୋଟ ପିଲାଙ୍କୁ ଖୁଆଉଥିଲେ : ଯେତେବେଳେ ୬ମାସର ଶିଶୁକୁ ଖାଦ୍ୟ ଖୁଆଇବା ଆରମ୍ଭ କରିବେ ସେତେବେଳେ ତାକୁ ଅଳ୍ପ ଅଳ୍ପ କରି ଖୁଆନ୍ତୁ। ଖୁଆଇବା ସମୟରେ ଯଦି ସେ ବାରମ୍ବାର ପାଟିରୁ କାଢ଼ି ଦେଉଛି ତେବେ ବାଧ୍ୟରେ ଖୁଆନ୍ତୁ ନାହିଁ। ଏହି ସମୟରେ ପିଲାର ଶରୀରକୁ କେତେ ଖାଦ୍ୟ ଆବଶ୍ୟକ ସେ ସେହି ଅନୁଯାୟୀ ଖାଇଥାଏ। ଆବଶ୍ୟକତାଠାରୁ ଯଦି ସବୁବେଳେ ତାକୁ ଅଧିକ ଖାଦ୍ୟ ଖୁଆନ୍ତି, ତେବେ ପରବର୍ତ୍ତୀ ସମୟରେ ପିଲାଟି ମେଦବହୁଳତା ପରି ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏବେ ଏହି ଦେଶ: ନିଜେ କଲେ ଖୁଲାସା, ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ବିଷୟରେ ପ୍ରକାଶ କରିଛନ୍ତି। ସେ ଖୋଲାଖୋଲି ଭାବରେ ଇଙ୍ଗିତ କରିଛନ୍ତି ଯେ ତାଙ୍କର…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଯୁଦ୍ଧରେ ଏବେ ପର୍ଯ୍ୟନ୍ତ କେତେ ସେନାଙ୍କୁ ହରାଇଲାଣି ଆମେରିକା? ନିଜେ ଦେଲା ବଡ଼ ଅପଡେଟ

ଓ୍ବାଶିଂଟନ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ପ୍ରାୟ ତିନି ସପ୍ତାହ ଧରି ଚାଲିଛି। ଏହି ସମୟ ମଧ୍ୟରେ, ଇରାନ ସହିତ ସଂଘର୍ଷରେ ଆହତ ହୋଇଥିବା ଆମେରିକୀୟ ସୈନ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri