କେନ୍ଦୁଝର,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ତହସିଲ ଅଫିସଠାରୁ ଦେଢ଼ କି.ମି ଦୂର ରାସ୍ତା କଡ଼ରେ ବେଆଇନ ମୋରମ ଖନନକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିନା ଲିଜ୍ରେ ମେଶିିନ ଲଗାଇ ମୋରମ ଖନନ କରି ଟ୍ରାକ୍ଟର ଯୋଗେ ଚାଲାଣ କରାଯାଉଥିବାରୁ ବ୍ୟାପକ ପରିବେଶ ନଷ୍ଟ ହୋଇଛି। ଖନନ ଦ୍ୱାରା ଜଙ୍ଗଲ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ତହସିଲ ପକ୍ଷରୁ ବେଆଇନ କାର୍ଯ୍ୟ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ପରିବେଶବିତ୍ମାନେ ପ୍ରଶ୍ନ ଉଠାଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ହସ୍ତକ୍ଷେପ ଲୋଡ଼ିଛନ୍ତି। ବେଆଇନ ଖନନ ସ୍ଥାନ ମାପଚୁପ୍ କରି ରୟାଲିଟି ଓ ଜରିମାନା ଆଦାୟ କରିବାକୁ ଆଇନଜୀବୀ ସୁରଜ ମହାପାତ୍ର ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଆଦିବାସୀ ବହୁଳ ବାଂଶପାଳ ବ୍ଲକ୍ ମୁଖ୍ୟାଳୟଠାରେ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଜଣେ ଠିକାଦାର ବେଆଇନ ଭାବରେ ବହୁ ପରିମାଣରେ ମୋରମ ଉତ୍ତୋଳନ କରି ଚାଲାଣ କରୁଛନ୍ତି। ଏଭଳି ବେଆଇନ ଖନନ ଯୋଗୁ ଜଙ୍ଗଲ ଓ ପରିବେଶ ନଷ୍ଟ ହୋଇଥିବା ବେଳେ ହାତୀ ଓ ଅନ୍ୟ ବନ୍ୟ ପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିବ। ଜେସିବି ମେଶିନ୍ ସାହାଯ୍ୟରେ ମୋରମ ଖୋଳିବା ଫଳରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ କୋଟି କୋଟି ଟଙ୍କାର ପରିବେଶ ଓ ରାଜସ୍ବ କ୍ଷତି ହୋଇଥିବା ବେଳେ ସ୍ବଳ୍ପ ରୟାଲିଟି କାଟି ରାଜସ୍ବ ବିଭାଗ ସ୍ବଚ୍ଛତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ଏହା ବନ୍ୟ ପ୍ରାଣୀଙ୍କ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ଏଭଳି ଖନନ ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଉକ୍ତ ପାହାଡ଼ରୁ ବିପୁଳ ପରିମାଣର ମୋରମ ଉତ୍ତୋଳନ ହୋଇଥିବାରୁ ଏହାର ସାଟେଲାଇଟ୍ ମାପଚୁପ କରି ରୟାଲିଟି ଏବଂ ଜରିମାନା ଆଦାୟ କରିବା ପାଇଁ ଦାବି ହୋଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏ ନେଇ ପଦକ୍ଷେପ ନେଇ ପରିବେଶ ଜନିତ କ୍ଷୟକ୍ଷତି ଭରଣା ନ କରାଗଲେ ବାଧ୍ୟ ହୋଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି)ର ଦ୍ୱାରସ୍ଥ ହେବେ ବୋଲି ଆଇନ୍ଜୀବୀ ମହାପାତ୍ର କହିଛନ୍ତି। ଏଣୁ ଜାତୀୟ ସମ୍ପତ୍ତି ଲୁଟ୍ ହେଉଥିବାରୁ ଏ ନେଇ ଫୌଜଦାରୀ ମାମଲା ରୁଜୁ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ଏଥିରେ ବ୍ୟବହୃତ ମେଶିିନ ଓ ଟ୍ରାକ୍ଟର ଜବତ କରିବା ସହ ପାହାଡ଼ର ପୂର୍ବାବସ୍ଥା ଫେରାଇ ଆଣିବାକୁ ମଧ୍ୟ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଏ ସମ୍ପର୍କରେ ବାଂଶପାଳ ତହସିଲଦାର ସପନ ସାହୁ କହିଛନ୍ତି ଯେ, କାମ ବନ୍ଦ କରି ଦିଆଯାଇଛି। ସମ୍ପୃକ୍ତ ଠିକାଦାରଙ୍କଠାରୁ ଫାଇନ ଆଦାୟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦୁଝର ଡିଏଫ୍ଓ ଏଚ୍.ଡି. ଧନରାଜଙ୍କୁ ପଚାରିବାରୁ ଏ ନେଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
Posted inHome Left, ଆମ ଜିଲା ଖବର, କେନ୍ଦୁଝର View All
ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି
ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...
ଅଚାନକ ଦିଲ୍ଲୀ ଟିମ୍ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…
ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...
୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...
ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ
କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...
ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video
ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...
ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...
କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...
Archives


