ପାଦରେ ଚାଲି ମଧ୍ୟପ୍ରଦେଶରୁ ପୁରୀ

ଗଣିଆ,୧୪ା୧(ସନ୍ତୋଷ କୁମାର ପ୍ରଧାନ)ଜଗା ଦର୍ଶନର ଅଦ୍ୟମ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ଶ୍ରୀକ୍ଷେତ୍ରଧାମରେ ଚତୁର୍ଦ୍ଦାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ସୁଦୂର ମଧ୍ୟପ୍ରଦେଶରୁ ୪ଜଣିଆ ତୀର୍ଥଯାତ୍ରୀ ଦଳ ପୁରୁଣା ଜଗନ୍ନାଥ ସଡ଼କରେ ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ଯାଉଛନ୍ତ। ଏହି ଯାତ୍ରୀ ଦଳ ଶନିବାର ସକାଳୁ ନୟାଗଡ଼ ଜିଲା ଗଣିଆ ବ୍ଲକର ଛାମୁଣ୍ଡିଆଠାରେ ପହଞ୍ଚତ୍ଛନ୍ତି। ଏହି ତୀର୍ଥ ଯାତ୍ରୀମାନେ ହେଲେ ମଧ୍ୟପ୍ରଦେଶର ବିଦିଶା ଜିଲା ମହିପାଲ ସିଂ(୬୪), ରାମସିଂ ଯାଦବ(୬୨), ତାମ ସିଂ ଯାଦବ(୬୫), ନରେନ୍ଦ୍ର ପ୍ରସାଦ ପଟେଲ (୬୭)।
ବୟସର ଅପରାହ୍ନରେ ପଦାର୍ପଣ କରିଥିଲେ ମଧ୍ୟ ଜଗନ୍ନାଥଙ୍କ ପ୍ରତି ପ୍ରଗାଢ ଭକ୍ତି ଓ ବିଶ୍ୱାସ ଯୋଗୁ ଏମାନେ କୌଣସି ଅସୁସ୍ଥ କିମ୍ବା ରାସ୍ତାରେ ଥକିପଡିନାହାନ୍ତି। ଗତ ଡିସେମ୍ବର ୧୪ ତାରିଖଠାରୁ ମଧ୍ୟପ୍ରଦେଶରୁ ବାହାରି ଦୀର୍ଘ ୩୦ ଦିନ ଧରି ପାଦରେ ଚାଲିଚାଲି ପୁରୁଣା ଜଗନ୍ନାଥ ସଡ଼କ ଦେଇ ପୁରୀ ଅଭିମୁଖେ ଚାଲିଛନ୍ତି। ଶୀତ ଓ ପାଦର କଷ୍ଟ ପାଇଁ କେତେଜଣ ପାଦରେ କପଡ଼ା ବାନ୍ଧିଥିବା ଦେଖିବାକୁ ମିଳିଛି ା ସେମାନେ ଖାଦ୍ୟ ପାଇଁ କାହା ଉପରେ ନିର୍ଭର ନ କରି ନିଜର ରାଶନ ସାମଗ୍ରୀ, ବସ୍ତ୍ର ମୁଣ୍ଡରେ ବୋହିବା ସହ ହାତରେ ବାଡି ଓ ଜୟ ଜଗନ୍ନାଥ ଝଣ୍ଡା ଧରିବା ସହ ଜୟ ଜଗନ୍ନାଥ ଧ୍ୱନୀ ଦେଇ ବାଟ ଚାଲିଛନ୍ତି। ତେବେ ଛାମୁଣ୍ଡିଆ ପଞ୍ଚାୟତ ବେଣ୍ଟପଡା ଗ୍ରାମ ନିକଟରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥକୁ ଦେଖି ୪ ଯାତ୍ରୀ ରାସ୍ତା ଉପରେ ସଷ୍ଟାଙ୍ଗ ପ୍ରଣିପାତ ସହ ବନ୍ଦାପନା କରି ନଡ଼ିଆ ଓ ଅର୍ଥ ଦାନ କରିଥିଲେ ା ତେବେ ଏହି ଯାତ୍ରୀଙ୍କ ଜଗନ୍ନାଥଙ୍କ ପ୍ରତି ପ୍ରଗାଢ ଭକ୍ତି ଦେଖି ସ୍ଥାନୀୟ ଜନସାଧାରଣ ହରିବୋଲ ସହ ହୁଳହୁଳି ଧ୍ୱନୀ ଦେଇଥିଲେ। ପୁରୀରେ ପହଞ୍ଚତ୍ ଜଗା ଦର୍ଶନ କରିବା ସହ କିଛି ଦିନ ବିଶ୍ରାମ ନେଇ ଟ୍ରେନ ଯୋଗେ ଘରକୁ ଫେରିବା ଲକ୍ଷ୍ୟ ରଖିଥିବା ରାମ ସିଂ କହିଛନ୍ତି। ଏହି ତୀର୍ଥ ଯାତ୍ରୀ ଦଳ ପ୍ରଥମ କରି ଜଗନ୍ନାଥଙ୍କ ଦର୍ଶନ ଅଭିମୁଖେ ବହାରିଥିବାରୁ ସେମାନଙ୍କ ମନରେ ପ୍ରବଳ ଉକତ୍ଣ୍ଣା ଭରି ରହିଥିବା ଦେଖିବାକୁ ମିଳିଛି।