ଦିନକୁ ୧୧ ମିନିଟ୍‌ ଚାଲିଲେ ଅକାଳ ମୃତ୍ୟୁ ଭୟ କମିବ

ଲଣ୍ଡନ୍‌, ୨।୩: ବୟସ ହେବା ପୂର୍ବରୁ ଘଟୁଥିବା ମୃତ୍ୟୁକୁ ଅକାଳ ବିୟୋଗ କୁହାଯାଏ। ବର୍ତ୍ତମାନ ସମୟରେ ଯୁବକ ତଥା ଯୁବତୀଙ୍କ ଅକାଳମୃତ୍ୟୁକୁ ନେଇ ଅନେକ ଖବର ପ୍ରକାଶ ପାଇବାରେ ଲାଗିଛି। ଏ ପ୍ରକାର ବିପଜ୍ଜନକ ସ୍ଥିତିରୁ ନିଜକୁ ସୁରକ୍ଷିତ ରଖିବା ସକାଶେ ପ୍ରତ୍ୟେକ ଦିନ ୧୧ ମିନିଟ୍‌ ବ୍ୟାୟାମ୍‌ ବା ଚାଲିବା ଆବଶ୍ୟକ। ଏପରି କରିବା ଦ୍ୱାରା ଅକାଳ ମୃତ୍ୟୁର ଡର ରହିବ ନାହିଁ ବୋଲି ବ୍ରିଟିଶ୍‌ ଜର୍ନାଲ ଅଫ୍‌ ସ୍ପୋର୍ଟସ୍‌ମେଡିସିନ୍‌ରେ ଉଲ୍ଲେଖ କରାଯାଇଛି।

ଶାରୀରିକ କ୍ରିୟା ଦ୍ୱାରା ହୃଦ୍‌ଜନିତ ରୋଗ, କ୍ୟାନ୍‌ସର ଭଳି ରୋଗକୁ ମଧ୍ୟ ଦୂର କରାଯାଇପାରିବ।
ସପ୍ତାହରେ ୧୫୦ ମିନିଟ୍‌ ବ୍ୟାୟାମ କରିବା ଶରୀର ପକ୍ଷେ ହିତକାର ବୋଲି ବ୍ରିଟେନ୍‌ର ନ୍ୟାଶନାଲ ହେଲ୍‌ଥ ସର୍ଭିସ୍‌ (ଏନ୍‌ଏଚ୍‌ଏସ୍‌) ପକ୍ଷରୁ କୁହାଯାଇଛି। ବିଶେଷଜ୍ଞମାନେ ୩୦ ନିୟୁତ ଲୋକଙ୍କୁ ନେଇ ଏ ସମ୍ପର୍କିତ ଅଧ୍ୟୟନ କରିଛନ୍ତି।

ସୁସ୍ଥ ରହିବା ଏବଂ ଦୀର୍ଘାୟୁ ହେବାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଶା ଥାଏ ସେଥିପାଇଁ ୭ ଦିନରେ ୧୫୦ ମିନିଟ୍‌ର ବ୍ୟାୟାମ ନିତାନ୍ତ ଆବଶ୍ୟକ ବୋଲି କେମ୍ବ୍ରିଜ୍‌ ମେଡିକାଲ୍‌ ରିସର୍ଚ୍ଚ କାଉନ୍‌ସିଲ (ଏନ୍‌ଆର୍‌ସି)ର ଡା. ସୋରେନ୍‌ ବ୍ରେଜ୍‌ କହିଛନ୍ତି। ପ୍ରାରମ୍ଭିକ ସମୟରେ ସପ୍ତାହକୁ ୭୫ମିନିଟ୍‌ ଏକ୍ସରସାଇଜ୍‌ ବା ନିୟମିତ ଚାଲିବା ଜରୁରୀ। ଏହାକୁ ଅଭ୍ୟାସ କଲେ ବ୍ୟାୟାମ କରିବାର ସମୟ ମଧ୍ୟ ଟାର୍ଗେଟ୍‌ ସମୟରେ ପହଞ୍ଚିପାରିବ। ପ୍ରତି ସପ୍ତାହରେ ୧୫୦ ମିନିଟ୍‌ ଶାରୀରିକ କ୍ରିୟା କରିବା ହେତୁ ପ୍ରତି ୬ ଜଣଙ୍କ ମଧ୍ୟରୁ ଜଣଙ୍କ ଅକାଳ ବିୟୋଗ ଦୂର ହେବ ବୋଲି ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ତେଲଙ୍ଗାନା ନିର୍ମଳ ଜିଲା କୁବୀର ମଣ୍ଡଳ ଗ୍ରାମରେ ଏକ ବରଯାତ୍ରୀ ପ୍ରଶେସନରେ ନାଚୁଥିବାବେଳେ ଜଣେ ଯୁବକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ସେହିପରି ଗାଡ଼ି ଚଲାଉଥିବା ବେଳେ କିମ୍ବା କୌଣସି କାମ କରୁଥିବା ସମୟରେ କେତେଜଣଙ୍କ ଅକାଳମୃତ୍ୟୁ ଖବର ପୂର୍ବଦିନମାନଙ୍କରେ ଖବରକାଗଜ ଓ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏ ପ୍ରକାର ମୃତ୍ୟୁରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ପ୍ରତିଦିନ ବ୍ୟାୟାମ କରିବା ଜରୁରୀ।

 


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

ଅମିତ ଶାହାଙ୍କୁ ଭେଟି ବଡ଼ ଦାବି କଲେଣି ତିନି ବିଦ୍ରୋହୀ ମୁସଲିମ ଟିଏମସି ଏମପି

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ (TMC) ବିରୋଧରେ ବିଦ୍ରୋହ କରିଥିବା ତିନି ଜଣ ଏମପି ଆବୁ ତାହିର ଖାନ, ୟୁସୁଫ ପଠାନ ଏବଂ ଖଲିଲୁର…

ରିଷିଡା ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ; ଛୁଟିରେ ଡାକ୍ତର, ରୋଗୀ ହନ୍ତସନ୍ତ

ରିଷିଡା, ୬।୮(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଆଜକୁ ପ୍ରାୟ ୨ମାସ ହେଲା ଛୁଟିରେ ରହିଛନ୍ତି । ଫଳରେ ରୋଗୀ…

ଗିଲଙ୍କୁ ନେଇ ବଢିଲା ଟିମ ଇଣ୍ଡିଆର ଟେନସନ! ଶ୍ରୀଲଙ୍କା ଟେଷ୍ଟ ସିରିଜ ପୂର୍ବରୁ…

ନୂଆଦିଲ୍ଲୀ,୬।୮: ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅଗଷ୍ଟ ୧୫ରୁ ଶ୍ରୀଲଙ୍କାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ଏହା ପୂର୍ବରୁ, ‘ମେନ ଇନ…

ଧାମନଗରରେ ସ୍ବାସ୍ଥ୍ୟ ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା

ଧାମନଗର,୬।୮( ସନ୍ତୋଷ କୁମାର ମହାପାତ୍ର): ଚଳିତ ବର୍ଷ ପ୍ରଥମ କରି ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲା । ଏହି ବନ୍ୟାରେ ଲୋକଙ୍କ…

ନାବାଳିକା ମୃତ୍ୟୁ ଘଟଣା: ପ୍ରଶାସନିକ ଅବହେଳା ବିରୋଧରେ ଦାବିପତ୍ର ପ୍ରଦାନ କରି…

ଥୁଆମୂଳ ରାମପୁର,୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ବାର୍ସିକନା ଗ୍ରାମର କାଲୁଆ ମାଝୀଙ୍କ ୧୬ ବର୍ଷୀୟା ଝିଅ ମାଧୁରୀଙ୍କର ସାପ…

CJP ଆସନ୍ତା ମାସରେ ଆରମ୍ଭ କରିବ ଦେଶରେ ବଡ଼ ଅଭିଯାନ; ଜନସାଧାରଣଙ୍କ ସମସ୍ୟା ଶୁଣିବା ପାଇଁ ସେମାନଙ୍କ ପାଖରେ ପହଞ୍ଚିବ

ନୂଆଦିଲ୍ଲୀ,୬।୮: କକ୍ରୋଚ ଜନତା ପାର୍ଟି (CJP) ଆସନ୍ତା ମାସରେ ସାରା ଦେଶରେ ‘କ୍ୟା ବୋଲତି ପବ୍ଲିକ’ (ଜନସାଧାରଣ କ’ଣ କୁହନ୍ତି) ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri