ରିଷିଡା ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ; ଛୁଟିରେ ଡାକ୍ତର, ରୋଗୀ ହନ୍ତସନ୍ତ

ରିଷିଡା, ୬।୮(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଆଜକୁ ପ୍ରାୟ ୨ମାସ ହେଲା ଛୁଟିରେ ରହିଛନ୍ତି । ଫଳରେ ରୋଗୀ ସେବାରେ ଗୁରୁତର ପ୍ରଭାବ ପଡୁଛି । ଡାକ୍ତର ଛୁଟିରେ ଥିବାରୁ ତାଙ୍କ ବଦଳରେ ଆଉ ଜଣେ ଡାକ୍ତରକୁ ସାମୟିକ ଭାବେ ନିୟୋଜିତ କରିବା କଥା । କିନ୍ତୁ ଏ ଦିଗରେ ସ୍ୱାସ୍ଥ୍ୟବିଭାଗ ତତ୍ପରତା ଦେଖାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

କେବେ କେମତି ଜଣେ ଆୟୁଷ ଡାକ୍ତରକୁ ଏଠାକୁ ପଠାଇ ବିଭାଗ ନିଜ ଦାୟିତ୍ୱ ସାରିଦେଉଥିବା ଦେଖିବାକୁ ମିଳିଛି । ଅଞ୍ଚଳରେ ରିଷିଡା ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଆଖପାଖ ଅଞ୍ଚଳର ୩୦ହଜାରରୁ ଅଧିକ ରୋଗୀ ଏହି ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି । ଏଠାରେ ମଧ୍ୟ ପ୍ରସୂତୀ କାମ ହୋଇଥାଏ । ଏଠାରେ ସ୍ଥାୟୀ ଭାବେ ଅନ୍ତତଃ ଜଣେ ଏମବିବିଏସ ଡାକ୍ତର ରହିବା କଥା କିନ୍ତୁ କାହିଁକି ଅଣଦେଖା କରାଯାଉଛି । ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ସୋମବାର ଦିନ ଭବାନୀପାଟଣା ଠାରେ ଅନୁଷ୍ଠିତ ଜିଲାପାଳଙ୍କ ଯୁଗ୍ମଜନଶୁଣାଣୀ ଶିବିରରେ ସ୍ଥାନୀୟ ଯୁବସଂଗଠକ ସଲିମ ଶେଖର ରଣା ଏନେଇ ଲିଖିତ ଅଭିଯୋଗ କରିଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସିଡିଏମଓ ସାତଦିନ ମଧ୍ୟରେ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଥିଲେ ।

ବର୍ତ୍ତମାନ ସମୟରେ କର୍ଲାମୁଣ୍ଡା ସିଏଚସିରୁ ଜଣେ ଡାକ୍ତରଙ୍କୁ ଏଠାରେ ସାମୟିକ ଭାବେ ନିୟୋଜିତ କରିବା ସହ ଏଠାରେ ଆବଶକୀୟ ଖାଲି ପଦବୀ ପୂରଣ କରିବା ପାଇଁ ଜିଲା ସ୍ୱାସ୍ଥ୍ୟବିଭାଗ ଦୃଷ୍ଟିଦେବାକୁ ଦାବି ହେଉଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ପଦକ୍ଷେପ ନିଆଯିବ ବୋଲି ଯୁବଗୋଷ୍ଠୀ ଚେତାବନୀ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡକୁ ହରାଇବା ପରେ ICC ରାଙ୍କିଂରେ ଭାରତର ଦବଦବା, ବଢ଼ିଲା ରେଟିଂ ପଏଣ୍ଟ

ଅକଲାଣ୍ଡ,୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା…

ଭଞ୍ଜନଗରରେ ଚାଞ୍ଚଲ୍ୟ: ଗୁଣି ସନ୍ଦେହରେ ତ୍ରିନାଥଙ୍କୁ ପଥର ଛେଚି ହତ୍ୟା

ଭଞ୍ଜନଗର, ୫।୧୧ (ବାବୁଲା ପ୍ରଧାନ): ଆଧୁନିକ ସମାଜରେ ବିଜ୍ଞାନ ଓ ଶିକ୍ଷାର ପ୍ରସାର ସତ୍ତ୍ୱେ ଗ୍ରାମାଞ୍ଚଳରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ…

ଅନାଥ ଝାନ୍‌ସୀଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ଭୂସ୍ଖଳନରେ ମା’-ବାପାଙ୍କୁ ହରାଇ…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ…

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

ଆଇପିଏଲ ୨୦୨୭ ପାଇଁ ସିଏସ୍‌କେର ମାଷ୍ଟରଷ୍ଟ୍ରୋକ, ୨ ଖେଳାଳିଙ୍କ ବଦଳରେ ଦଳରେ ସାମିଲ ହେଲେ ଆଉ ୨ ନୂଆ ଷ୍ଟାର ଖେଳାଳି

ନୂଆଦିଲ୍ଲୀ, ୫।୧୧: ଆଇପିଏଲ ୨୦୨୭ ପାଇଁ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ନିଜ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ନଭେମ୍ବର ୧୭ ତାରିଖ ସୁଦ୍ଧା ବିସିସିଆଇକୁ ଦାଖଲ…

ଫେଲ୍‌ ମାରିବ ଟେକ୍ନୋଲୋଜି, ୮୦ ବୟସରେ ଥକି ପଡ଼ିନାହାନ୍ତି ତ୍ରିନାଥ, ୩ ଦିନରେ ତିଆରି କରୁଛନ୍ତି…

ଜଗନ୍ନାଥପ୍ରସାଦ,୫ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଆଜିର ବୈଷୟିକ ଜ୍ଞାନକୌଶଳ(ଟେକ୍ନୋଲୋଜି) ଯୁଗରେ ଯେଉଁଠି ପାରମ୍ପରିକ ହସ୍ତଶିଳ୍ପ ହଜିଯିବାକୁ ବସିଲାଣି, ସେଭଳି ସମୟରେ ଜଣେ ୮୦ ବର୍ଷର ବୃଦ୍ଧ ନିଜର କୌଳିକ…

‘ତାଙ୍କୁ ଜନସାଧାରଣଙ୍କ ସାମ୍ନାକୁ ଆଣି ଗୁଳି କରିଦେବା ଉଚିତ’, ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କିଏ ଆଉ କାହିଁକି କହିଲେ ଏମିତି, ଜାଣନ୍ତୁ

ନୂଆଦିଲ୍ଲୀ,୫।୧୧: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ, ପ୍ରଭୁ ରାମ ଏବଂ ପ୍ରଭୁ କୃଷ୍ଣଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିସାରିଥିଲେ ମଧ୍ୟ, ରାଜନୈତିକ…

ଦୀପାବଳି ପୂର୍ବରୁ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ, ମାତ୍ର ୧୦୦ ଟଙ୍କାରେ ମିଳିବ ୧୦ ପ୍ରକାର ପରିବା!

ଚେନ୍ନାଇ,୫ା୧୧: ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ପରିବାରର ରୋଷେଇ ଖର୍ଚ୍ଚ କମାଇବା ପାଇଁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?