Posted inଖେଳ

ୱେଲ୍ସ ଦଳ, ପୁଅକୁ ସମର୍ଥନ ପାଇଁ ରାଉରକେଲାରେ ମା’ବାପା

ରାଉରକେଲା ଅଫିସ,୧୬।୧: ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ରବିବାର ପ୍ରଥମ ମ୍ୟାଚ୍‌ ସ୍ପେନ ଓ ୱେଲ୍ସ ଦଳ ମଧ୍ୟରେ ଖେଳାଯାଇଥିଲା। ୱେଲ୍ସ ଦଳ ତାର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ୫-୦ ଗୋଲରେ ପରାସ୍ତ ହୋଇଥିବା ବେଳେ ରବିବାର ଦ୍ୱିତୀୟ ମ୍ୟାଚ୍‌ ସ୍ପେନ ସହିତ ଖେଳିଥିଲା। ଉକ୍ତ ଦଳର ୧୨ନଂ. ଖେଳାଳି ଷ୍ଟିଫେନ କେଲିଙ୍କୁ ସମର୍ଥନ କରିବା ପାଇଁ ତାଙ୍କ ବାପା ବେନ କେଲି ଓ ମା’ ଏଲି କେଲି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚତ୍ଥିଲେ। ଷ୍ଟିଫେନଙ୍କୁ ଯେତେବେଳେ ୧୧ ବର୍ଷ ହୋଇଥିଲା ତାଙ୍କର ହକି ଖେଳ ପ୍ରତି ରୁଚି ଦେଖି ମା’ ଏଲି ପୁଅକୁ ହକି ଖେଳିବାକୁ ପ୍ରେରଣା ଦେଇଥିଲେ।

ପୁଅ ଷ୍ଟିଫେନ ମିଡ୍‌ ଫିଲ୍‌ଡର ଭାବେ ୱେଲ୍ସ ଦଳରେ ଖେଳୁଥିବାରୁ ତାଙ୍କୁ ଦେଶ ପାଇଁ ଭଲ ଖେଳ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ। ଏହି ଦମ୍ପତି ବିର୍ସା ମୁଣ୍ଡା ଷ୍ଟାଡିୟମର ଇଷ୍ଟଷ୍ଟାଣ୍ଡରେ ବସି ୱେଲ୍ସ ଦଳକୁ ସମର୍ଥନ କରିବା ସହ କମନ ଷ୍ଟିଫେନ, ପ୍ଲେଇଂ ଆଟାକିଂ ବୋଲି ବାରମ୍ବାର କହୁଥିଲେ। ମାତ୍ର ୱେଲ୍ସ ଦଳ ୫-୧ ଗୋଲରେ ସ୍ପେନଠାରୁ ପରାଜୟ ହେବାରୁ ଯଦି ୱେଲ୍ସ ଦଳ ପ୍ରଥମରୁ ଆକ୍ରାମକ ଭାବେ ଖେଳିଥାନ୍ତା ତେବେ ନିଶ୍ଚୟ ଜିତିଥାନ୍ତା ବୋଲି ବେନ ମତପ୍ରକାଶ କରିଥିଲେ। ୱେଲ୍ସ ଦଳକୁ ଦୁଇଟି ପେନାଲ୍‌ଟି ସୁଯୋଗ ମିଳିଥିଲେ ମଧ୍ୟ ଦଳ ତାର ଫାଇଦା ଉଠାଇପାରି ନ ଥିଲା। ଫଳରେ ୱେଲ୍ସ ଦଳର ମନୋବଳ ଭାଙ୍ଗି ପଡିଥିବା ଏଲି କହିଥିଲେ। ତଥାପି ୱେଲ୍ସ ଦଳ ଖେଳର ୪ର୍ଥ କ୍ୱାର୍ଟର୍ସରେ ଆକ୍ରମକ ଖେଳ ପ୍ରଦର୍ଶନ କରିଥିବାବେଳେ ଦଳର ଫରଓ୍ବାର୍ଡ ଖେଳାଳି ଜେମ୍ସ କାରସନ୍‌ ପ୍ରଥମ ଗୋଲ କରିଥିଲେ। ଖେଳରେ ହାର୍‌ ଜିତ୍‌ ଲାଗି ରହିଛି, ତଥାପି ଆଗାମୀ ମ୍ୟାଚ୍‌ରେ ଦଳ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଷ୍ଟିଫେନଙ୍କ ବାପା ଓ ମା’ ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri