‘ପ୍ରତୀକ୍ଷା ମୋ ଲାଇଫ୍‌ ଷ୍ଟୋରି’

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗିରହିଛି। ଫିଲ୍ମଟି ରିଲିଜ ହେବା ପରଠୁ ବ୍ୟବସାୟିକ ସଫଳତା ଓ ଦର୍ଶକୀୟ ପ୍ରଶଂସା ସାଉଣ୍ଟିଥିଲା। ପରେ ଇଣ୍ଟରନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆରେ ମଧ୍ୟ ଏହି ଚଳଚ୍ଚିତ୍ର ସ୍ଥାନ ପାଇଥିଲା। ସେହି ସମୟରେ ବଲିଉଡ୍‌ର ବିଶିଷ୍ଟ ଅଭିନେତା ଅନୁପମ ଖେର୍‌ ଏହାକୁ ହିନ୍ଦୀ ଭାଷାରେ ନିର୍ମାଣ କରିବା ନେଇ ମଧ୍ୟ ଘୋଷଣା କରିଥିଲେ, ଯାହା ସମସ୍ତଙ୍କୁ ଖୁସି ଆଣିଦେଇଥିଲା। ନିକଟରେ ‘ପ୍ରତୀକ୍ଷା’ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛି। ଏହି ଚଳଚ୍ଚିତ୍ର ଓଡ଼ିଆ ସିନେ ଜଗତର ମାନ ବୃଦ୍ଧି କରିବା ସହ ଜାତୀୟ ସ୍ତରରେ ଓଡ଼ିଶାକୁ ଗର୍ବ ଆଣିଦେଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ। ସେ ଏହି ଫିଲ୍ମରୁ ପ୍ରଥମ ନିର୍ଦ୍ଦେଶନା କାମ ଆରମ୍ଭ କରିଥିଲେ। ପ୍ରଥମ ଫିଲ୍ମରୁ ଜାତୀୟ ସ୍ତରରେ ପହଞ୍ଚିପାରିଥିବା ପଟ୍ଟନାୟକଙ୍କ ସହ ଏଥରର ଧରିତ୍ରୀ ଆଳାପ।

ଚଳଚ୍ଚିତ୍ର ପୁରସ୍କାର ପାଇବାର ମୁହୂର୍ତ୍ତ କିପରି ଥିଲା?
ବହୁତ ଖୁସିଥିଲି। ମୋ’ ବାପା ପ୍ରଯୋଜକ ଭାବେ ତାଙ୍କ ପ୍ରଥମ ସିନେମା ହାକିମ ବାବୁ ପାଇଁ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଆଉ ମୁଁ ଏବେ ନିର୍ଦ୍ଦେଶକ ଭାବେ ମୋ ପ୍ରଥମ ଫିଲ୍ମ ‘ପ୍ରତୀକ୍ଷା’ ପାଇଁ ଏହି ପୁରସ୍କାର ପାଇଲି। ମୋ ବାପାଙ୍କ ଆଶୀର୍ବାଦ ଥିବାରୁ ଏହା ସମ୍ଭବ ହୋଇପାରିଲା ବୋଲି ପୁରସ୍କାର ଗ୍ରହଣ ସମୟରେ ଭାବିଥିଲି। ଜଣେ ଫିଲ୍ମ ନିର୍ମାତା ପାଇଁ ଏହି ପୁରସ୍କାର ବହୁତ ବଡ଼ କଥା। ଗର୍ବ ଅନୁଭବ ହେଉଥିଲା। ପୂରା ଟିମ୍‌ ପାଇଁ ଏହା ଏକ ସଫଳତା। ଆଉ ଡବଲ୍‌ ଖୁସି ଏଥିପାଇଁ ଯେ, ଫିଲ୍ମ ରିଲିଜ ପରେ ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ସଫଳତା ମିଳିଲା।
ବିଷୟରେ କ’ଣ କହିବେ?
‘ପ୍ରତୀକ୍ଷା’ ହେଉଛି ମୋ ଲାଇଫ୍‌ ଷ୍ଟୋରି। ଫିଲ୍ମରେ ଦର୍ଶାଯାଇଛି ଯେ, ପୁଅ ବେକାରି ଥିବ ଆଉ ସେ ଚାହୁଁଥିବ ତା’ ବାପା ମରିଯାଉ, ତାକୁ ଚାକିରି ମିଳୁ। ଏହି ୨ଟି ଜିନିଷକୁ ଛାଡ଼ିଦେଲେ ବାକି ସବୁ କିଛି ମୋ ସହିତ ଘଟିସାରିଛି। ସେଥିପାଇଁ ଫିଲ୍ମ କଲାବେଳେ ବେଶି ସଂଘର୍ଷ କରିବାକୁ ପଡ଼ିଲାନି। ଏହି ସିନେମା ମୋ’ ପାଇଁ ସବୁବେଳେ ସ୍ବତନ୍ତ୍ର ହୋଇରହିବ।
ପିଲାଙ୍କୁ ନେଇ ଏହି ଚଳଚ୍ଚିତ୍ର କରିବାର ଅନୁଭୂତି କିପରି ଥିଲା?
କେବଳ ଅଭିନେତ୍ରୀ କି ଅଭିନେତା ନୁହେଁ, ପରଦା ପଛରେ ବି ଅନେକେ ରହିଛନ୍ତି, ଯେଉଁମାନଙ୍କର ଏହା ଥିଲା ପ୍ରଥମ ସିନେମା। ନୂଆ ଟିମ୍‌ ଥିଲା। କିଛି ଗୋଟେ ନୂଆ କରିବାର ଆଶା ନେଇ ବାହାରି ପଡ଼ିଥିଲୁ। ଦର୍ଶକ ପ୍ରେକ୍ଷାଳୟକୁ ଯାଇ ସିନେମା ଦେଖି ଯେମିତି ନିଜକୁ ତାଙ୍କ ଭିତରେ ଦେଖିପାରିବେ ସେମିତି ସିନେମା କରିବା ଆମର ମୁଖ୍ୟ ଲକ୍ଷ୍ୟ ଥିଲା। ଲାଭ କି ବ୍ୟବସାୟ ଏମିତି କି ପୁରସ୍କାର ପାଇଁ ମଧ୍ୟ ଆମେ ସେତେବେଳେ ଭାବି ନ ଥିଲୁ। ଆମେ ବାସ୍‌ ପରିଶ୍ରମ କରିଥିଲୁ। ସମସ୍ତଙ୍କ ସହଯୋଗରେ ପ୍ରତୀକ୍ଷା ଆଜି ଜାତୀୟ ସ୍ତରରେ ପହଞ୍ଚିପାରିଛି। ଷ୍ଟୋରି ସହ ସମସ୍ତେ ଇମୋଶନାଲି ଆଟାଚ୍‌ ଥିଲେ।
କ’ଣ ସବୁ ପ୍ରୋଜେକ୍ଟ ଅଛି?
ଆଗାମୀ ଜାନୁୟାରୀରେ ଫିଲ୍ମ ‘ତ୍ରିକନ୍ୟା’ ମୁକ୍ତିଲାଭ କରିବା କଥା ଚିନ୍ତା କରିଛୁ। ଆଉ ଏକ ହରର୍‌ ମୁଭି ‘ଦହନ’ର ମଧ୍ୟ ଶୁଟିଂ ସରିଯାଇଛି। ଏଥିସହ ଗ୍ୟାଙ୍ଗ୍ସ ଅଫ୍‌ ପୁରୀର ୨ୟ ପାର୍ଟ, ଗ୍ୟାଙ୍ଗ୍ସ ଅଫ୍‌ ବରମପୁର ଉପରେ କାମ ଚାଲିଛି। ଅନ୍ୟପକ୍ଷେ ପ୍ରତୀକ୍ଷାର ହିନ୍ଦୀ ସ୍କ୍ରିପ୍ଟିଂ ମଧ୍ୟ ଚାଲିଛି।
ନିର୍ମାଣ ବେଳେ କେଉଁ ସବୁ କ୍ଷେତ୍ର ପ୍ରତି ଧ୍ୟାନ ଦିଅନ୍ତି?
ପ୍ରଥମ କଥା ହେଉଛି ଆମେ କାହା ପାଇଁ ଫିଲ୍ମ କରୁଛୁ। ଲୋକ ୨୦୦/୩୦୦ ଟଙ୍କା ଦେଇ ହଲ୍‌ ଯିବେ, ତାଙ୍କୁ ସେଭଳି କିଛି କଣ୍ଟେଣ୍ଟ ଦରକାର, ଯାହା ତାଙ୍କୁ ଭଲ ଲାଗିବ। ଓଡ଼ିଶାରେ ଫ୍ୟାମିଲି ଡ୍ରାମା ସିନେମା ବେଶି ହୁଏ। ଲୋକ ମଧ୍ୟ ଦେଖିବାକୁ ଭଲ ପାଆନ୍ତି। ଲୋକଙ୍କୁ କ’ଣ ଦେଖେଇବାର ଅଛି ତାହା ପ୍ରଥମେ ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟରେ ବର୍ତ୍ତମାନ ଲୋକଙ୍କୁ ବହୁତ ଅପ୍ସନ୍‌ ମିଳିଗଲାଣି। ତାଙ୍କୁ ଯାହା ଭଲ ଲାଗୁଛି ତୁମେ ଯଦି ନ ଦେଖାଇବ ତା’ହେଲେ ସେମାନେ ସଙ୍ଗେସଙ୍ଗେ ଚ୍ୟାନେଲ ଚେଞ୍ଜ କରିଦେବେ। ତେଣୁ ଟେକ୍ନିକାଲି ମଧ୍ୟ ଆମକୁ ଭଲ ସିନେମା କରିବାକୁ ପଡ଼ିବ।
ଓଲିଉଡ୍‌ରେ ଚାଲିଥିବା ବିବାଦ ପ୍ରସଙ୍ଗରେ କିଛି କହିବାକୁ ଚାହିଁବେ?
ଆଗ ଭଲ ସିନେମା କର, ତା’ପରେ ଝଗଡ଼ା ହୁଅ। ସବୁ ପରେ ବି ଏହା ଆମମାନଙ୍କର ଇଣ୍ଡଷ୍ଟ୍ରି। ଏକରେ ତ ସିନେମା ଶିଳ୍ପର ମାନ କମିଯାଇଛି। ଏମିତି ହେଲେ ତ ସାଧାରଣ ଦର୍ଶକଙ୍କ ନଜରରେ ଆମ ଇଣ୍ଡଷ୍ଟ୍ରି ଆହୁରି ତଳକୁ ଯିବ। ସିନେମା ଆମର ବାହାରକୁ ଯାଉଛି, ତାକୁ କେହି ଦେଖୁ ନ ଥିବେ କି ଦେଖାଉ ନ ଥିବେ। ବର୍ତ୍ତମାନ ପାଇଁ ସମସ୍ତେ ମିଳିମିଶି କାମ କରିବା ନିହାତି ଦରକାର। ବିବାଦ ଯେତେ ବଢ଼ିବ ଇଣ୍ଡଷ୍ଟ୍ରି ସେତେ ବୁଡ଼ିବ।

ପ୍ରିୟ ଖାଦ୍ୟ?
ବିରିୟାନୀ
ସମୟରେ କ’ଣ
କରିବାକୁ ଭଲ ଲାଗେ?
ଟ୍ରାଭେଲିଂ ଓ କିଛି ଲେଖାଲେଖି କରେ। ମୋର ଫେଭରାଇଟ୍‌ ଜୋନ୍‌ ହରର୍‌ । ତେଣୁ ହରର୍‌ ଷ୍ଟୋରି, ନଭେଲ, ଥ୍ରୀଲର ପଢ଼ିବାକୁ ମଧ୍ୟ ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?