ରେଳମନ୍ତ୍ରୀଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା

ଭୁବନେଶ୍ୱର, ୨୧।୮(ବ୍ୟୁରୋ):୧୯୯୬ରେ କେନ୍ଦ୍ରରେ ଏଚ୍‌.ଡି. ଦେବେଗୌଡ଼ାଙ୍କ ସରକାର ଥିବାବେଳେ ଦେଶରେ ୭ଟି ନୂଆ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ୭ଟି ମଧ୍ୟରୁ ଇଷ୍ଟକୋଷ୍ଟ ରେଲଓ୍ବେ ଜୋନ୍‌ ୧୯୯୬ ଅଗଷ୍ଟ ୮ ଭୁବନେଶ୍ୱରରେ ଉଦ୍‌ଘାଟିତ ହେଲା। ଉଦ୍‌ଘାଟନୀ ଉତ୍ସବରେ ଦେବେଗୌଡ଼ା, ତତ୍କାଳୀନ ରେଳମନ୍ତ୍ରୀ ରାମବିଳାସ ପାଶ୍ୱାନ, ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ବିଶିଷ୍ଟ ଅତିଥି ଭାବେ ବିଜୁ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଇଷ୍ଟକୋଷ୍ଟ ରେଲଓ୍ବେ ଜୋନ ୩ଟି ଡିଭିଜନକୁ ନେଇ ଗଠନ କରାଯାଇଥିଲା। ସେଗୁଡିକ ହେଲା ଓ୍ବାଲ୍ଟିୟର, ଖୋର୍ଦ୍ଧା ରୋଡ୍‌ ଓ ସମ୍ବଲପୁର ଡିଭିଜନ। ଏହା ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ଥିଲା। ବର୍ତ୍ତମାନ ପୂର୍ବତଟ ରେଳପଥ ଭାରତର ୧୭ଟି ରେଳ ଜୋନ୍‌ ମଧ୍ୟରୁ ଏକ ନମ୍ବରରେ ରହିଛି। ଏହାର ବାର୍ଷିକ ଲାଭ ୨୫ ହଜାର କୋଟି ଟଙ୍କାରୁ ଅଧିକ। ହେଲେ ଓ୍ବାଲ୍ଟିୟର ଡିଭିଜନ ଦକ୍ଷିଣ ତଟ ରେଲଓ୍ବେ ଜୋନ୍‌ରେ ମିଶାଇଦେବାକୁ କେନ୍ଦ୍ର ନିଷ୍ପତ୍ତି ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସାଧାରଣରେ ଏହାକୁ ନେଇ ଲୋକମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଏକ ନୂତନ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଘୋଷଣା ହେଲା। ଏହାର ନାମ ଦକ୍ଷିଣ ତଟ ରେଲଓ୍ବେ ଜୋନ୍‌। ଏହି ରେଲଓ୍ବେ ଜୋନ୍‌ରେ ଇଷ୍ଟକୋଷ୍ଟ ଜୋନ୍‌ରେ ଥିବା ଓ୍ବାଲ୍ଟିୟର ଡିଭିଜନକୁ ମିଶାଇ ଦିଆଯିବା ଲାଗି ନିଷ୍ପତ୍ତି ହୋଇସାରିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଓ୍ବାଲ୍ଟିୟର ଡିଭିଜନର ଓଡ଼ିଶା ଅଞ୍ଚଳକୁ ନେଇ ରାୟଗଡ଼ାରେ ଏକ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଛି। ଓ୍ବାଲ୍ଟିଅର ଡିଭିଜନ ଇଷ୍ଟକୋଷ୍ଟ ଜୋନ୍‌ରୁ ଚାଲିଯିବା ଫଳରେ ବାର୍ଷିକ ୫ ହଜାର କୋଟି ଟଙ୍କା କ୍ଷତି ହେବା ଆଶଙ୍କା ରହିଥିବା ଜଣେ ବରିଷ୍ଠ ରେଲଓ୍ବେ ଅଧିକରୀ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ବିଶାଖାପାଟଣାମ୍‌ଠାରେ ଥିବା ଇଷ୍ଟକୋଷ୍ଟ ରେଲଓ୍ବେର ଦୁଇ ଲୋକୋ ସେଟ୍‌ ଏବଂ କୋଚ୍‌ ରିପ୍ୟାରିଂ ଓ ସର୍ଭିସିଂ ସେଣ୍ଟର ମଧ୍ୟ ହାତରୁ ଚାଲିଯିବ। ଏହାଦ୍ୱାରା ଇଷ୍ଟକୋଷ୍ଟ ଜୋନ୍‌ ଏକପ୍ରକାର ପଙ୍ଗୁ ପାଲଟିଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ନିଷ୍ପତ୍ତିକୁ ରେଲଓ୍ବେର ଇଣ୍ଟରନାଲ କମିଟି ଏବଂ ରାଜ୍ୟ ସରକାର ମଧ୍ୟ ଘୋର ବିରୋଧ କରିଥିବା ଓଡ଼ିଶାର ଆଇଟି ବିଭାଗର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମତ ରଖିଛନ୍ତି।
ବର୍ତ୍ତମାନର ନୂଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଭାଜପା ଜନ ଆଶୀର୍ବାଦ ଯାତ୍ରା କାର୍ଯ୍ୟକ୍ରମରେ ସେ ଯୋଗଦେଇଛନ୍ତି। ଏହି ଗସ୍ତ ଅବସରରେ ସେ ଟ୍ରେନ ଯୋଗେ ବିଭିନ୍ନ ଜିଲା ଗସ୍ତକରି ବହୁ ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି। ଯେହେତୁ ସେ ଓଡ଼ିଶାରୁ ରାଜ୍ୟ ସଭାକୁ ଯାଇ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଛନ୍ତି, ଓଡ଼ିଆମାନେ ତାଙ୍କଠାରୁ ବହୁ କିଛି ଆଶା ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ରେଳ ବିକାଶରେ ଓଡ଼ିଶା ପାଇଁ ସେ କ’ଣ କରିବେ ନ କରିବେ ତାହା ଭବିଷ୍ୟତରେ ସମୀକ୍ଷା ହେବ। ହେଲେ ବର୍ତ୍ତମାନର ସମସ୍ୟା ଯଥା ଇଷ୍ଟକୋଷ୍ଟ ରେଲଓ୍ବେରୁ ଓ୍ବାଲ୍ଟିଇର ଡିଭିଜନ ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିବାର ଆବଶ୍ୟକତା ଥିବା ସାଧାରଣରେ ମତ ପ୍ରକାଶ ପାଉଛି। ଯଦି କେନ୍ଦ୍ର ସରକାର ଏକ ରାଜ୍ୟ-କେନ୍ଦ୍ରିକ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ତେବେ ଓଡ଼ିଶାର ଯେଉଁ ଅଞ୍ଚଳ ଚକ୍ରଧରପୁର ଓ ଖଡଗପୁର ଡିଭିଜନରେ ରହିଛି, ତାକୁ ଇଷ୍ଟକୋଷ୍ଟ ଜୋନ୍‌ରେ ମିଶାଇଦେଇ ପୁଣିଥରେ ୩ଟି ଡିଭିଜନ ଯଥା ରାଉରକେଲା, ମୟୂରଭଞ୍ଜ ଓ ଭଦ୍ରକକୁ ନେଇ ବାଲେଶ୍ୱରଠାରେ ପ୍ରତିଷ୍ଠା କରାଯାଇପାରନ୍ତା। ଏ ସମ୍ପର୍କରେ ରେଳମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ଜନସାଧାରଣଙ୍କୁ ସ୍ପଷ୍ଟ କରାନ୍ତୁ ବୋଲି କେତେଜଣ ସରକାରୀ କର୍ମଚାରୀ ମଧ୍ୟ କହିଛନ୍ତି। ଏନେଇ ରେଳମନ୍ତ୍ରୀଙ୍କ ଟେଲିଫୋନ ନମ୍ବର ୯୯୭୧୧୩୩୦୭୦କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri