ମୌସୁମୀ ବର୍ଷାକୁ ଚାହିଁ ରହିଛି ଧାନଗଛ

ରସୁଲପୁର,୨୬ା୬(ରଞ୍ଜିତ ରାଉତ):: ପାଣିପାଗ ସୂଚନା ମୁତାବକ ରାଜ୍ୟର ପ୍ରତି ଜିଲାକୁ ମୌସୁମୀ ବାୟୁ ସ୍ପର୍ଶ କରିସାରିଛି। ହେଲେ ମୌସୁମୀର ସ୍ବଭାବକୁ ନେଇ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି ା ପାଣିପାଗର ପରିବର୍ତ୍ତୀ ସ୍ଥିତିର ପ୍ରଭାବ ମୌସୁମୀ ବାୟୁକୁ ପ୍ରଭାବିତ କରିଛି ା ଚଳିତବର୍ଷ ମୌସୁମୀ ବାୟୁ ଶୁଷ୍କ ଭଳି ମନେ ହେଉଛି ା ଜୁନ୍‌ରେ ଆଶାନୁରୂପକ ବର୍ଷା ହୋଇନାହିଁ ା ଏଭଳି ସ୍ଥିତିରେ ଯାଜପୁର ଜିଲାର ରସୁଲପୁର ବ୍ଲକକୁ ମୌସୁମୀ ବାୟୁ ସ୍ପର୍ଶ କରିବାକୁ ୨ଦିନ ବିତିଗଲାଣି ା ଅଥଚ ପାଣିପାଗରେ ସେତେଟା ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ ା ଗ୍ରୀଷ୍ମ ପ୍ରଭାବ କମୁ ନାହିଁ କି ବାୟୁମଣ୍ଡଳରେ ଥଣ୍ଡା ଅନୁଭୂତ ହେଉନାହିଁ ା ବର୍ଷା ସମ୍ପୂର୍ଣ୍ଣ ଉଭାନ ହୋଇଯାଇଛି ା ଏଭଳି ସ୍ଥିତିରେ ଚାଷ କାର୍ଯ୍ୟ କେମିତି ଆଗେଇବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ତେଣେ ଚାଷ ତରତର ନୀତିରେ ଅଧିକାଂଶ ସ୍ଥାନରେ ଚାଷୀ କ୍ଷେତରେ ଧାନ ବୁଣି ଦେଇଛି। କାଁ ଭାଁ ବର୍ଷାରେ କେତେକ ସ୍ଥାନରେ ଧାନ ଗଛ ଉଠି ଗଲାଣି ା ପାଣି ଅଭାବରୁ ଧାନଗଛ ବଢି ପାରୁନାହିଁ ା ଗଜାରୁ ବାହାରି ଦୁଇପତ୍ର ଧାରଣ କରିଥିବା ଧାନଗଛ ଓ ଚାଷୀ ମୌସୁମୀ ବର୍ଷାକୁ ଚାହିଁ ରହିଛନ୍ତି ା
ବର୍ଷା ହେବା ମାତ୍ରକେ ଧାନଗଛ ବଢିଯିବ। ଆଉ ସେହି ଅନୁସାରେ ଚାଷୀ ବେଉଷଣ କାର୍ଯ୍ୟ ଆରମ୍ଭ କରିବ। ଖରାରେ ଧାନ ବେଉଷଣ କାର୍ଯ୍ୟ ଆରମ୍ଭ କରିଦେଲେ ଛୋଟ ଧାନଗଛ ନଷ୍ଟ ହୋଇଯିବ ଚିନ୍ତାକରି ଚାଷୀ ବିଲକୁ ଯାଇପାରୁ ନାହିଁ ା ଫଳରେ ଆଶାନୁରୂପକ ଭାବେ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ ା ଏଥର ପାଣିପାଗର ଅଜବ ସ୍ବଭାବକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢିଛି ା ପାଣିପାଗର ସ୍ଥିତି ଯୋଗୁଁ ପରିବା ଦର ଆକାଶ ଛୁଆଁ ହୋଇଛି। ସମସ୍ତ ଅତ୍ୟାବଶକୀୟ ସାମଗ୍ରୀର ଦରଦାମ୍‌କୁ ବଜାର ଦର ପ୍ରଭାବିତ କରୁଛି ବୋଲି ଅଭିଯୋଗ ହୋଇଛି ା
ସୂଚନା ଅନୁଯାୟୀ, ଖରିଫ ଋତୁରେ ରସୁଲପୁର ବ୍ଲକର ଶତକଡା ୭୦ଭାଗ ଚାଷ ଜମିରେ ଧାନ ଚାଷ ହୋଇଥାଏ। ଚାଉଳର ବଜାର ଦରରେ ଅହେତୁକ ବୃଦ୍ଧି ଘଟିବା ସହ ଧାନର ସରକାରୀ ଦରରେ ବୃଦ୍ଧି ଘଟିଛି ା ଏହାକୁ ଦୃଷ୍ଟି ଦେଇ ଅଧିକାଂଶ ଚାଷୀ ଧାନଚାଷ ଉପରେ ଗୁୁରୁତ୍ୱ ଦେଉଛନ୍ତି ା ଉପରୋକ୍ତ ଅଞ୍ଚଳରେ ଚାଷ ଜମିରେ ମାଟିର ଉର୍ବରତା ଯୋଗୁଁ ଗୋଟିଏ କ୍ଷେତରେ ଏକାଧିକ ଫସଲ ଅମଳ କରିବାରେ ଚାଷୀମାନେ ସିଦ୍ଧହସ୍ତ ଅଟନ୍ତି। ଖରିଫରେ ସଅଳ କିସମର ଧାନକୁ ଅମଳ କରି ପରେ ପନିପରିବା ଚାଷ କରି ଲାଭବାନ ହେବାକୁ ଲକ୍ଷ୍ୟ ରଖିଥିବା ଚାଷୀମାନଙ୍କୁ ବର୍ଷା ନିରାଶ କରିଛି ା ପୂର୍ବ ବର୍ଷ ଭଳି ଚଳିତବର୍ଷ ଠିକ୍‌ ସମୟରେ ମୌସୁମୀ ବର୍ଷା ହେବ ବୋଲି ଆଶାକରି ଚାଷୀମାନେ କ୍ଷେତ ପ୍ରସ୍ତୁତ କରିଥିଲେ। ମାତ୍ର ମୌସୁମୀ ଆସିବାରେ ବିଳମ୍ବ ହେବା ଯୋଗୁ ଚାଷୀମାନଙ୍କ ଆଶା ପୂରଣ ହୋଇପାରିବ ନାହିଁ ବୋଲି ଚାଷୀମାନଙ୍କ ମଧ୍ୟରେ ଆଲୋଚନା ହେଉଛି ା ବିଶେଷ କରି ଓଡିଆମାନଙ୍କ ଗଣପର୍ବ ରଜ ପୂର୍ବରୁ ଧାନ ବୁଣାବୁଣି ହୋଇଥାଏ ା ଗୁଣ୍ଡିଚା ଯାତ୍ରା ବେଳକୁ ଧାନ ବିଲ ବଛାବଛି ଶେଷ ହୋଇଯିବା କଥା ା ରଜ ସରିବାକୁ ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ କାଳ ବିତିଗଲାଣି। ତଥାପି ଅନେକ ଧାନ କିଆରୀରେ ଗଛ ଉଠି ନାହିଁ ା ଏଭଳି ସ୍ଥିତିରେ ଧାନ ଅମଳର ଭବିଷ୍ୟତକୁ ନେଇ ଚାଷୀକୂଳ ସ୍ଥିର ନିଶ୍ଚିତ ହୋଇପାରୁନାହିଁ। ଏଭଳି ସ୍ଥିତିରେ ଜମିରୁ ଏକାଧିକ ଫସଲ ଅମଳ କରିବ କେମିତି ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି ା ତେଣେ ଖରାଟିଆ ପନିପରିବା ଚାଷ ମଧ୍ୟ ଆଗେଇ ପାରୁନାହିଁ ା ପ୍ରଚଣ୍ଡ ରୌଦ୍ରତାପରେ ପରିବା ଗଛର ଫୁଲଫଳ ଶୁଖି ଯାଉଛି ା ଚାଷୀମାନେ ପରିବା କ୍ଷେତକୁ ଆବଶ୍ୟକ ମୁତାବକ ପାଣି ଯୋଗାଇ ପାରୁ ନ ଥିବାରୁ ଅମଳ ମଧ୍ୟ କମି ଯାଉଛି ା ଅଧିକ ଖର୍ଚ୍ଚ କରାଯାଉଛି, ହେଲେ ସେହି ମୁତାବକ ଉପତ୍ାଦନ ହୋଇପାରୁ ନ ଥିବାରୁ ଚାଷୀକୁ କ୍ଷତି ସହିବାକୁ ପଡୁଛି ା କ୍ଷେତର ଏଭଳି ସ୍ଥିତି ବଜାର ଦରକୁ ପ୍ରଭାବିତ କରୁଥିବା ବେଳେ ସାଧାରଣ ଲୋକଙ୍କ ଦୈନନ୍ଦିନ ତେଲଲୁଣ ସଂସାରର ଚଳଣିକୁ ପ୍ରଭାବିତ କରୁଛି ବୋଲି କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ମତବ୍ୟକ୍ତ କରିଛନ୍ତି ା ପରିବର୍ତ୍ତିତ ପାଣିପାଗ ସ୍ଥିତିରେ ସୁଧାର ଆଣିବାରେ କାହାର କ୍ଷମତା ନାହିଁ ବୋଲି ବିଭାଗୀୟ ଅଧିକାରୀମାନେ ମତ ରଖିଛନ୍ତି ା ମିଳିତ ପ୍ରୟାସରେ ଏଥିରେ ସୁଧାର ଅଣାଯାଇ ପାରିବ ା ସବୁ ବର୍ଗର ଲୋକମାନେ ପ୍ରକୃତି ପ୍ରେମୀ ହେବା ସହ ଅଧିକରୁ ଅଧିକ ଚାରା ରୋପଣ କରି ପରିବେଶରେ ସନ୍ତୁଳନ ଆଣିବାକୁ ପ୍ରୟାସ କଲେ ଏଭଳି ସ୍ଥିତିରେ ପରିବର୍ତ୍ତନ ଆସିପାରିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri