ଆଇନ ସଂଶୋଧନକୁ ଅପେକ୍ଷା

ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜ୍ୟର ୫ ମହାନଗର ନିଗମ ସମେତ ସମସ୍ତ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ନିର୍ବାଚନ ହୋଇପାରୁ ନାହିଁ। ସ୍ଥାନ ସଂରକ୍ଷଣ ନେଇ ସମସ୍ୟା ଦେଖାଦେବା ପରେ ନିର୍ବାଚନ ନେଇ ସରକାର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ନିର୍ବାଚନ ନିର୍ଦ୍ଧାରିତ ସମୟରେ ହୋଇପାରି ନ ଥିବାରୁ ଓଡ଼ିଶା ମ୍ୟୁନିସିପାଲ ଆକ୍ଟ, ୧୯୫୦ର ସେକ୍ସନ-୪୦୧ର ସବ୍‌ସେକ୍ସନ ୫(ଏ) ଅନୁଯାୟୀ ରାଜ୍ୟ ସରକାର ଜିଲାପାଳ, ଏଡିଏମ୍‌, ଉପଜିଲାପାଳ, ପିଡି ଡିଆର୍‌ଡିଏ, ଏପିଡି ଡିଆର୍‌ଡିଏଙ୍କୁ ମ୍ୟୁନିସିପାଲିଟି/ଏନ୍‌ଏସିରେ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି।
ଜନପ୍ରତିନିଧି ନ ଥିବାରୁ ଲୋକମାନେ ସେମାନଙ୍କ ସମସ୍ୟା ସମାଧାନ କରି ପାରୁ ନାହାନ୍ତି। ଯେଉଁମାନେ ଆପତ୍ତି ଅଭିଯୋଗ କରିବାକୁ ଯାଉଛନ୍ତି ପ୍ରଶାସକଙ୍କ ଭେଟ ପାଉନାହାନ୍ତି। ଅଞ୍ଚଳର ସମସ୍ୟା ସମାଧାନରେ ବହୁ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ଅନେକ ସମୟରେ ଏ ନେଇ ଜନଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ପୌର ନିର୍ବାଚନ ପାଇଁ ସ୍ଥାନ ସଂରକ୍ଷଣ ଅଡୁଆ ତୁଟୁ ନ ଥିବାରୁ ନିର୍ବାଚନ ତାରିଖ ଘୋଷଣା ହୋଇପାରୁ ନାହିଁ। ତେବେ ମିଳିଥିବା ସୂଚନା ଅନୁଯାୟୀ ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖି ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଚୂଡ଼ାନ୍ତ ପ୍ରସ୍ତାବ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। କ୍ୟାବିନେଟ ଅନୁମୋଦନ ପରେ ସରକାର ଆସନ୍ତା ବିଧାନସଭା ଅଧିବେଶନରେ ପୌର ନିର୍ବାଚନ ଆଇନରେ ସଂଶୋଧନ ପ୍ରସ୍ତାବ ଆଣିବା ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ, ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଆସନରେ ସଂରକ୍ଷଣ ପାଇଁ ଆଇନରେ ବ୍ୟବସ୍ଥା ନାହିଁ। ତେବେ ପୌର ସଂସ୍ଥାଗୁଡିକରେ ଅନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ଏସ୍‌ସି/ଏସ୍‌ଟିଙ୍କ ପାଇଁ ଜନସଂଖ୍ୟାକୁ ଦେଖି ସଂରକ୍ଷଣ କରାଯାଉଛି। ଫଳରେ ଅନେକ ପୌର ସଂସ୍ଥାରେ ସଂରକ୍ଷିତ ଆସନ ସଂଖ୍ୟା ୫୦ ପ୍ରତିଶତକୁ ଟପିଯାଉଛି। ଏହା ଆଇନ ବିରୁଦ୍ଧ ହୋଇଥିବାରୁ ନିର୍ବାଚନ ନେଇ ସମସ୍ୟା ସୃଷ୍ଟି ହୋଇଛି। ଜନସଂଖ୍ୟା ଆଧାରରେ ୧୫ରୁ ଊର୍ଦ୍ଧ୍ୱ ପୌର ସଂସ୍ଥାରେ ରାଜ୍ୟ ସରକାର ଧାର୍ଯ୍ୟ ସୀମା ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ କରିଛନ୍ତି। ଏହାକୁ ବିରୋଧ କରି ୨୦୧୮ ସେପ୍ଟେମ୍ବରରେ ହାଇକୋର୍ଟରେ ମାମଲା ଦାୟର କରଯାଇଥିଲା। ହାଇକୋର୍ଟ ଏହି ସଂରକ୍ଷଣ ବ୍ୟବସ୍ଥାକୁ ବେଆଇନ ଦର୍ଶାଇ ରଦ୍ଦ କରିଦେଇଥିଲେ। ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ୨୦୧୯ ଜାନୁୟାରୀ ୨୪ରେ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିବା ସହ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ପ୍ରଚଳିତ ନିୟମ ଅନୁଯାୟୀ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହାଛଡ଼ା ମହିଳାଙ୍କ ପାଇଁ ୫୦ ପ୍ରତିଶତ, ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟାକୁ ଦେଖି ସ୍ଥାନ ସଂରକ୍ଷଣ କରାଯାଇଥାଏ। ଏହି ଆଧାରରେ କେତେକ ପୌର ସଂସ୍ଥାରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ରହିଛି। ଏହାକୁ ହ୍ରାସ କରିବାକୁ ହେଲେ ପ୍ରଚଳିତ ଆଇନରେ ସଂଶୋଧନ ଆଣିବାକୁ ପଡ଼ିବ।
ଭୁବନେଶ୍ୱର ମହାନଗର ନିଗମ ୫ ନମ୍ବର ଓ୍ବାର୍ଡରେ ରହୁଥିବା ଦେବାଶିଷ ସାହୁ କହିଛନ୍ତି, ରାସ୍ତାଘାଟ, ଲାଇଟ, ସ୍ବେରେଜ ଓ ପରିମଳ ଅବ୍ୟବସ୍ଥା ନେଇ ଆମେ କାହାରିକୁ ଜଣାଇ ପାରୁନାହିଁ। ସ୍ଥାନୀୟ କର୍ପୋରେଟର କିମ୍ବା କାଉନସିଲରଙ୍କୁ ସମସ୍ୟା ଜଣାଇଲେ ସେମାନେ ସେସବୁ ସମାଧାନ ଦିଗରେ କାର୍ଯ୍ୟ କରୁଥିଲେ। ମାତ୍ର ଭୁବନେଶ୍ୱର ମହାନଗର ନିଗମରେ ଅଭିଯୋଗ କଲେ ମଧ୍ୟ ତାହା ତୁରନ୍ତ ସମାଧାନ ହେଉ ନାହିଁ। କର୍ପୋରେଟରମାନଙ୍କ ହାତରେ କିଛି ନ ଥିବାରୁ ସେମାନେ ସମାଧାନ ଦିଗରେ ସେପରି ଠୋସ ପଦକ୍ଷେପ ନେଇପାରୁ ନାହାନ୍ତି। ତୁରନ୍ତ ନିର୍ବାଚନ ହେଲେ ଜନପ୍ରତିନିଧିମାନେ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଇପାରନ୍ତେ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ନିଜର ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପୂର୍ବତନ କର୍ପୋରେଟର କହିଛନ୍ତି, ଲୋକମାନେ ଓ୍ବାର୍ଡର ସମସ୍ୟା ଆମକୁ କହୁଛନ୍ତି। ପୂର୍ବତନ କର୍ପୋରେଟର ହେଲେ ମଧ୍ୟ ଲୋକଙ୍କ ଅଭିଯୋଗକୁ ଅଣଦେଖା କରିହେବ ନାହିଁ। କର୍ପୋରେଶନ ଥିବାବେଳେ ଯେଉଁ ସମସ୍ୟା ୭ ଦିନରେ ସମାଧାନ ହେଉଥିଲା ଏବେ ୧୫ ଦିନରେ ମଧ୍ୟ ହେବା କଷ୍ଟକର ହେଉଛି। ଜନପ୍ରତିନଧି ଲୋକଙ୍କ ପାଖରେ ରହୁଥିବାରୁ ସମସ୍ୟା ସମାଧାନ ସହଜ ହୋଇପାରୁଥିଲା। ନିର୍ବାଚନ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଥିବାରୁ ଲୋକମାନଙ୍କୁ ସେବା ଯୋଗାଇବା ଆମ ପକ୍ଷେ କଷ୍ଟକର ହେଉଛି।
ଅନ୍ୟପକ୍ଷରେ ନିର୍ବାଚନକୁ ନେଇ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତ, ସ୍ଥାନ ସଂରକ୍ଷଣ ନେଇ ଚୂଡ଼ାନ୍ତ ପ୍ରସ୍ତାବ ସରକାରଙ୍କୁ ପ୍ରଦାନ କରାଯାଇଛି। ଏହାକୁ ଅନୁମୋଦନ କରିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବ। ଓ୍ବାର୍ଡ ପୁନର୍ଗଠନ ଓ ଆପତ୍ତି ଅଭିଯୋଗ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ସରକାରଙ୍କ ଅନୁମତି ମିଳିବା ପରେ ନିର୍ବାଚନ ନେଇ କାର୍ଯ୍ୟ ଆରମ୍ଭ ହେବ।
ରାଜ୍ୟ ସରକାର ୩ଟି ମହାନଗର ନିଗମକୁ ମିଶାଇ ୯୩ଟି ଏନ୍‌ଏସି, ମ୍ୟୁନିସିପାଲିଟିର ନିର୍ବାଚନ କରିବାକୁ ପ୍ରସ୍ତୁତ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ୬୬ଟି ପୌର ସଂସ୍ଥାରେ ନିର୍ବାଚନ ହୋଇଥାଆନ୍ତା। ଏ ନେଇ ସ୍ଥାନ ସଂରକ୍ଷଣ, ଓ୍ବାର୍ଡ ପୁନର୍ଗଠନ ଓ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଶେଷ ହୋଇଥିଲା। ମାତ୍ର ସ୍ଥାନ ସଂରକ୍ଷଣକୁ ନେଇ ବିବାଦ ଦେଖାଦେଇଥିଲା। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ପୌର ସ୍ଥାନ ସଂରକ୍ଷଣ ଆଇନକୁ ସଂଶୋଧନ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri