ଏକ୍ସପ୍ରେସ ରହଣିକୁ ଅପେକ୍ଷା

ବଇଣ୍ଡା,୨୬।୬(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବଇଣ୍ଡା ରେଳଷ୍ଟେଶନରେ ଏକ୍ସପ୍ରେସ୍‌ ରହଣିର ଅପେକ୍ଷା ଶେଷ ହେଉନାହିଁ। ଏହି ପଥ ଦେଇ ଯାଉଥିବା ୨୨ଟି ଟ୍ରେନ୍‌ ମଧ୍ୟରୁ ୧୪ଟି ଏକ୍ସପ୍ରେସ ଟ୍ରେନ୍‌ ଏଠାରେ ଅଟକୁନାହିଁ। ଜିଲା ଅର୍ଥନୀତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଏହି ଷ୍ଟେଶନର ବିକାଶ ଏବଂ ଜନସାଧାରଣଙ୍କ ସ୍ବାର୍ଥ ପ୍ରତି ରେଳ ବିଭାଗର ହେୟଜ୍ଞାନ ମନୋଭାବ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ାଉଛି।
ବଇଣ୍ଡା ଷ୍ଟେଶନ ଦେଇ ଭୁବନେଶ୍ବର-ବଲାଙ୍ଗୀର, ରାଉରକେଲା-ଭୁବନେଶ୍ବର, ବିଶାଖାପାଟଣା-ଅମୃତସର, ପୁରୀ-ହାଟିଆ, ଦୁର୍ଗ-ପୁରୀ, ଭୁବନେଶ୍ବର-ଲୋକମାନ୍ୟ ତିଲକ, ପୁରୀ-ଲୋକମାନ୍ୟ ତିଲକ, ଭୁବନେଶ୍ବର-ଆନନ୍ଦବିହାର, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ, ବିକାନିର-ପୁରୀ, ପୁରୀ-ଯୋଧପୁର, ସମ୍ବଲପୁର -ପୁରୀ ଇଣ୍ଟରସିଟି, ପୁରୀ -ସୁରଟ ଏକ୍ସପ୍ରେସ, ପୁରୀ-ଅହମଦାବାଦ ଏକ୍ସପ୍ରେସ, ପୁରୀ-ଗାନ୍ଧୀଧାମ, ପୁରୀ-ଶିରିଡ଼ି ଏକ୍ସପ୍ରେସ, ରାଉରକେଲା-ଗୁଣୁପୁର ରାଜ୍ୟରାଣୀ, ଭୁବନେଶ୍ବର-ରାଉରକେଲା ଇଣ୍ଟରସିଟି ଆଦି ୨୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଛି। ତେବେ ସମ୍ବଲପୁର-ପୁରୀ ଇଣ୍ଟରସିଟି, ଭୁବନେଶ୍ବର-ବଲାଙ୍ଗୀର, ରାଉରକେଲା ଇଣ୍ଟରସିଟି, ପୁରୀ ତପସ୍ବିନୀ ଏକ୍ସପ୍ରେସ୍‌ ଏବଂ ୨ ପାସେଞ୍ଜର ଟ୍ରେନ୍‌କୁ ବାଦ୍‌ଦେଲେ ଅନ୍ୟ ଟ୍ରେନ୍‌ ରହଣି କରୁନାହିଁ। କରୋନା ପୂର୍ବରୁ ଏଠାରେ ପୁରୀ-ଅହମଦାବାଦ, ପୁରୀ-ବିକାନିର, ରାଉରକେଲା-ଗୁଣୁପୁର ରାଜ୍ୟରାଣୀ, ପୁରୀ-ଦୁର୍ଗ, ବିଶାଖାପାଟଣା-ଅମୃତସର ସାମୟିକ ହଲ୍ଟ କରୁଥିଲା। ଏବେ କରୋନା ସ୍ଥିତି ସ୍ବାଭାବିକ ହେବା ସତ୍ତ୍ୱେ ଏହି ଟ୍ରେନ୍‌ଗୁଡ଼ିକ ବଇଣ୍ଡା ଷ୍ଟେଶନରେ ରହୁନାହିଁ। ଫଳରେ ଏହା ଉପରେ ନିର୍ଭରଶୀଳ କିଶୋରନଗର, ଆଠମଲ୍ଲିକ, ଛେଣ୍ଡିପଦା ବ୍ଲକର ୫୦ ପଞ୍ଚାୟତର ଲକ୍ଷାଧିକ ଟ୍ରେନ୍‌ ଯାତ୍ରୀ
ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ବିକଳ୍ପ ସ୍ବରୂପ ସେମାନଙ୍କୁ ୫୫ କି.ମି. ଦୂର ରେଢାଖୋଲ କିମ୍ବା ୪୫ କି.ମି. ଦୂର ଅନୁଗୋଳ ଷ୍ଟେଶନ ଉପରେ ନିର୍ଭର କରିବାକୁ ପଡୁଛି। ବଇଣ୍ଡାରେ ସମସ୍ତ ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଅଞ୍ଚଳବାସୀ ୨୦୨୧ ମେ’ ୧୨ ଏବଂ ୨୦୨୨ ଜୁନ୍‌ ୫ରେ ରେଳମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପି, ରେଳ ବିଭାଗର ପୂର୍ବତଟ ଜେନେରାଲ ମ୍ୟାନେଜରଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଲକ୍ଷାଧିକ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri