ନିର୍ମାଣ ଅପେକ୍ଷାରେ ଗଲାଣି ୨ ବର୍ଷ

କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ଘୋଷଣା କରିଥିଲେ। ଏହି ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ଜୁଲାଇରେ ଏକ ସ୍ବତନ୍ତ୍ର ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା। ବନ୍ଦର ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ସେହିପରି ବାର୍ଷିକ ୧୮.୪୩ ନିୟୁତ ଟନ୍‌ ପଣ୍ୟ କାରବାର ହେବ ବୋଲି ପ୍ରସ୍ତାବ ରହିଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ୨ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣକୁ ନେଇ କୌଣସି ତପତ୍ରତା ପ୍ରକାଶ ପାଉନାହିଁ। ଅପରପକ୍ଷେ ବନ୍ଦର ନିର୍ମାଣକୁ ନେଇ ପରିବେଶବିତ୍‌ ଭିତରକନିକାର ଜୈବ ବିବିଧତା ନଷ୍ଟ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। କିନ୍ତୁ ବୁଦ୍ଧିଜୀବୀମାନେ ଜିଲାର ଅର୍ଥନୈତିକ ବିକାଶ ପାଇଁ ଏହା ଜରୁରୀ ବୋଲି ମତ ରଖିଛନ୍ତି।
ଜିଲା ମତ୍ସ୍ୟଜୀବୀ ସଂଘର ଅର୍ଜୁନ ମଣ୍ଡଳ କହିଛନ୍ତି, ଆଖଡାଶାଳିଠାରେ ନଦୀଭିତ୍ତିକ ବନ୍ଦର ୩୦ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କ ଜୀବିକା ନଷ୍ଟ କରିବ। ମହାନଦୀ ଓ ଏହାର ଶାଖା ନାଳରେ ପ୍ରଚୁର ମାତ୍ରାରେ ଲୁଣି ଓ ମଧୁର ମାଛ ମିଳିଥାଏ ା ବନ୍ଦର ପ୍ରତିଷ୍ଠା ଫଳରେ ମାଛ ପରିମାଣ କମିବ ଓ ଏଥିଯୋଗୁ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଆର୍ଥିକ ସଙ୍କଟରେ ପଡିବେ। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହନ୍ତି, ବନ୍ଦର ନିର୍ମାଣ ହେଲେ ଭିତରକନିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଇବ। ପ୍ରସ୍ତାବିତ ବନ୍ଦର ଓ ବିଶ୍ୱ ପ୍ରସିଦ୍ଧ ଅଲିଭ ରିଡ୍‌ଲେଙ୍କ ପ୍ରଜନନ ସ୍ଥଳ ଗହୀରମଥାର ଦୂରତ୍ୱ ବହୁତ କମ। ଜାହାଜ ଚଳାଚଳ ଫଳରେ ଏହି ପ୍ରାକୃତିକ ପ୍ରଜନନ ସ୍ଥଳରେ ବିରଳ ଅଲିଭ ରିଡ୍‌ଲେଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ। ଏହାବ୍ୟତୀତ ସାମୁଦ୍ରିକ ପ୍ରାଚୀର ଭାବେ ପରିଚିତ ହେନ୍ତାଳ ବଣ ନଷ୍ଟ ହେବ। ରାଜ୍ୟ ବନ୍ୟପ୍ରାଣୀ ସଂଗଠନର ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି, ୫ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ପରିବେଶ ଓ ବନ୍ୟ ସମ୍ପଦ ବିଭାଗ ଜାତୀୟ ଉଦ୍ୟାନ ଭିତରକନିକା ଓ ଗହୀରମଥା ଅଞ୍ଚଳରେ ଥିବା ୧୯୨ଟି ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଜୋନ ବୋଲି ଘୋଷଣା କରିଛି ା ଆଖଡାଶାଳିଠାରେ ବନ୍ଦର ନିର୍ମାଣ ଫଳରେ ଏହି ଅଞ୍ଚଳର ସାମୁଦ୍ରିକ ଓ ବନ୍ୟପ୍ରାଣୀ ପ୍ରତି ବିପଦ ସୃଷ୍ଟି କରିବ। ମହାକାଳପଡା ଯୁଥ୍‌ କ୍ଲବର ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି କହନ୍ତି, ଆଖଡାଶାଳି ବନ୍ଦର ନିର୍ମାଣ ଫଳରେ ଜିଲାର ଆର୍ଥିକ ବିକାଶ ହୋଇଥାନ୍ତା। ତେବେ ରାଜ୍ୟ ସରକାରଙ୍କ ଏହି ଘୋଷଣା ଏକ ନିର୍ବାଚନୀ ଚାଲ୍‌ ଥିଲା। ନିର୍ବାଚନ ସମୟ ଆସିଲେ ଜିଲାବାସୀଙ୍କୁ ବନ୍ଦର ଓ ଶିଳ୍ପର ସ୍ବପ୍ନ ଦେଖାଯାଇଥାଏ। ୨୦୦୯ରେ ବରୁଣେଇ ବନ୍ଦର ଓ ୨୦୧୪ରେ ରାଜଗଡରେ ଥର୍ମାଲ ପ୍ଲାଣ୍ଟ ନିର୍ମାଣ ପାଇଁ ଘୋଷଣା ହୋଇଥିଲା। ଆଖଡାଶାଳିରେ ବନ୍ଦର ନିର୍ମାଣକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଅମରବର ବିଶ୍ୱାଳ, ଆଶିଷ କୁମାର ସେନାପତି ପ୍ରମୁଖ କହିଛନ୍ତି, ଦୁଇଟି ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ବନ୍ଦର ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନୂ୍ୟନ ୧୫ ହଜାର ଲୋକଙ୍କୁ କାମ ମିଳିବ। ବନ୍ଦର ନିକଟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସୃଷ୍ଟି ହେବା ସମ୍ଭାବନା ଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri