Posted inଖେଳ

ସିରାଜ୍‌ଙ୍କ ଜାଲରେ ଫସିଲେ ଓ୍ବେଡ୍‌, ଲଜ୍ଜାଜନକ ରେକର୍ଡର ହେଲେ ଅଧିକାରୀ

ବ୍ରିସବେନ୍‌,୧୭।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ସିରାଜ ପ୍ରଥମେ ମାର୍ନୁସ ଲାବୁଶେନଙ୍କୁ ୨୫ ରନରେ ପାଭିଲିୟନରୁ ବିଦା କରିଥିବାବେଳେ ମାଥ୍ୟୁ ୱେଡଙ୍କ ଉଇକେଟ୍‌ ନେଇଥିଲେ। ଉଭୟ ବ୍ୟାଟ୍ସମ୍ୟାନ ଭାରତ ପାଇଁ ବିପଦ ଥିବାବେଳେ ସିରାଜ ଉଭୟଙ୍କୁ ନିଜ ଫାନ୍ଦରେ ପକାଇବାରେ ସଫଳ ହୋଇଥିଲେ। ସିରାଜଙ୍କ ବଲରେ ଶୂନରେ ଆଉଟ୍‌ ହେବାପରେ ୱେଡ ଦୁଇଟି ଲଜ୍ଜାଜନକ ରେକର୍ଡ ନିଜ ନାଁରେ କରିଛନ୍ତି। ପ୍ରଥମ ଅଷ୍ଟ୍ରେଲୀୟ ଖେଳାଳି ଭାବେ ୱେଡ ପାଇଁ, ଏହି ସିରିଜ ଏକ ଦୁଃସ୍ବପ୍ନ ଠାରୁ କମ ନୁହେଁ। ଏହି ସିରିଜରେ ତାଙ୍କ ବ୍ୟାଟ ଶାନ୍ତ ରହିଥିଲା। ୱେଡ ଏହି ସିରିଜରେ ଚାରୋଟି ଟେଷ୍ଟ ମ୍ୟାଚର ୮ ଇନିଂସରେ ହାରାହାରି ୨୧.୬୨ରନ ସଂଗ୍ରହ କରିଥିଲେ।ଏହି ସିରିଜରେ ତାଙ୍କର ସର୍ବଶ୍ରେଷ୍ଠ ଇନିଂସ ୪୫ ରନ ଥିଲା। ଏହି ସମୟ ମଧ୍ୟରେ ସେ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ। ୱେଡ୍‌ଙ୍କ ପୂର୍ବରୁ ଅଷ୍ଟ୍ରେଲୀୟ ଖେଳାଳି ମାର୍କ ଟେଲରଙ୍କ ନାଁରେ ଏହି ରେକର୍ଡ ଥିଲା, ଯିଏ କି ଆଗଧାଡିର ୮ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଥାଇ ମଧ୍ୟ ଅର୍ଦ୍ଧଶତକ ହାସଲ କରି ପାରି ନ ଥିଲେ। ୧୯୯୬ରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିପାରି ନ ଥିଲେ। ସେହି ସିରିଜରେ ତାଙ୍କର ଶ୍ରେଷ୍ଠ ସ୍କୋର ଥିଲା ୪୩ ରନ। ଏହାସହ ଚଳିତ ସିରିଜ୍‌ରେ ଓ୍ବେଡ୍‌ଙ୍କ ନାଁରେ ଆଉ ଏକ ରେକର୍ଡ ସାମିଲ ହୋଇଛି। ସେ ଗୋଟିଏ ସିରିଜ୍‌ରେ ୩୦ରୁ କମ୍‌ ହାରାହାରିରେ ରନ୍‌ କରିବାରେ ପ୍ରଥମ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri