Posted inଫୁରସତ

ଶହୀଦଙ୍କ ବିନା କେମିତି କଟେ ତାଙ୍କ ପ୍ରତିଟି ମୁହୂର୍ତ୍ତ, କଣ କୁହନ୍ତି ପରିବାର ସଦସ୍ୟ

ଦେଶକୁ ସୁରକ୍ଷା ଦେବାର ସୁଯୋଗ ସମସ୍ତଙ୍କୁ ମିଳି ନ ଥାଏ । ହେଲେ ଯେଉଁ ବୀର ଯବାନମାନଙ୍କୁ ଏହି ସୁଯୋଗ ମିଳିଥାଏ ସେମାନଙ୍କ ସାହସ, ବୀରତ୍ୱ, ତ୍ୟାଗ, ଧୈର୍ଯ୍ୟ ସବୁବେଳେ ସବୁ ସମୟରେ ପ୍ରେରଣା ହୋଇ ରହିଥାଏ। ଆଉ ଯୁଦ୍ଧରେ ପ୍ରାଣବଳି ଦେଇଥିବା ବୀର ଯବାନମାନେ ତ ଯୁଗଯୁଗକୁ ଅମର ହୋଇ ରହିଯାଆନ୍ତି। ଶହୀଦ ହେବାପରେ ସାରା ଦେଶ, ଆତ୍ମୀୟସ୍ବଜନ ସମସ୍ତେ ତାଙ୍କର କର୍ତ୍ତବ୍ୟ ନିଷ୍ଠାକୁ ନେଇ ଗର୍ବ ଅନୁଭବ କରନ୍ତି। ଶହୀଦ ପରିବାରର ସଦସ୍ୟ ତାଙ୍କୁ ମନେପକାଇ ଗର୍ବ ଅନୁଭବ କରୁଥିବାବେଳେ ତାଙ୍କ ବିନା କେମିତି କଟେ ତାଙ୍କ ପ୍ରତିଟି ମୁହୂର୍ତ୍ତ। ଏମିତି କୋତୋଟି ଶହୀଦ ପରିବାର ସଦସ୍ୟଙ୍କ ବେଦନାଭରା ଅବ୍ୟକ୍ତ କୋହର କଥାକୁ ନେଇ ଏଥରର ପ୍ରଚ୍ଛଦ…
ସ୍କୁଲ ବୟସରୁ ନିଜକୁ ସୈନିକ ଭାବି ନେଇଥିତ୍ଲେ: ସ୍କୁଲ ବୟସରେ ସେ ରଫ୍‌ଖାତାରେ ନିଜ ନାମ ସହିତ ସୋଲ୍‌ଜର ବୋଲି ଲେଖୁଥିଲେ। ଜଣେ ବୀରସୈନିକ ହେବାର ସ୍ବପ୍ନ ଦେଖୁଥିଲେ। ସେ ହେଲେ ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ ଅଧୀନ ଉତୁକୁଡା ଗ୍ରାମ ପଞ୍ଚାୟତ (ତତ୍କାଳୀନ ମତୋ ଗ୍ରାମପଞ୍ଚାୟତ) ପାଙ୍ଗୁଡା ଗ୍ରାମର ଆକୁଳି ଚରଣ ବେହେରା ଓ ଦ୍ରୋପଦୀ ବେହେରାଙ୍କ ସାନପୁଅ ନିରଞ୍ଜନ ବେହେରା । ୧୯୭୧ ମେ ୧୩ ତାରିଖରେ ଏକ ଚାଷୀ ପରିବାରରେ ନିରଞ୍ଜନଙ୍କ ଜନ୍ମ ।
୧୯୮୬ରେ ସେ ମତୋ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିଥିଲେ। ସେନା ବାହିନୀରେ କାମ କରିବା ତାଙ୍କ ଜୀବନର ଲକ୍ଷ୍ୟଥିଲା। ପଢିବା ବେଳେ ତାଙ୍କୁ ଯିଏ ବି ପଚାରୁଥିଲା ବଡ଼ ହେଲେ କ’ଣ ହେବୁ? ସେ ସୋଲ୍‌ଜର୍‌ ହେବି ବୋଲି କହୁଥିଲେ। ଏପରିକି ନିଜ ରଫ୍‌ଖାତାରେ ସୋଲଜର ଏନ. ବେହେରା ଲେଖୁଥିଲେ। ପରେ ଚାନ୍ଦବାଲି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍‌ କରିବାପରେ ୧୯୮୯ରେ ସେନା ବାହିନୀରେ ଯୋଗ ଦେଇଥିଲେ ।
୧୯୯୩ ମସିହାରେ ତାଙ୍କର ବିବାହ ହୁଏ। ବେଶ୍‌ ସୁଖରେ କଟୁଥିଲା ତାଙ୍କର ବୈବାହିକ ଜୀବନ। ଏହି ସମୟରେ ଆରମ୍ଭ ହୁଏ କାରଗିଲ୍‌ ଯୁଦ୍ଧ। ଯୁଦ୍ଧରେ ସାମିଲ ହୁଅନ୍ତି ନିରଞ୍ଜନ। ୨୪ା ୦୭ । ୧୯୯୯ର କଥା। ଶତ୍ରୁ ପକ୍ଷରୁ ବିଛାଯାଇଥିବା ଲ୍ୟାଣ୍ଡମାଇନସ୍‌ ବିସ୍ଫୋରଣରେ କାରଗିଲ ସେକ୍ଟର ଯୁଦ୍ଧକ୍ଷେତ୍ରରେ ଶେଷରେ ଶହୀଦ ହୁଅନ୍ତି। କାରଗିଲ ଶହୀଦ ଭାବେ ଦେଶ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ସହିତ ତାଙ୍କ ଜନ୍ମସ୍ଥାନ ପାଙ୍ଗୁଡା ଗ୍ରାମ ନିକଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେଲା । ସେଠାରେ ଏକ ସମାଧିପୀଠ ଓ ସ୍ମୃତିସ୍ତମ୍ଭ ମଧ୍ୟ ନିର୍ମାଣ କରାଯାଇଛି । କାରଗିଲ ବିଜୟ ଦିବସ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶହୀଦ ନିରଞ୍ଜନ ବେହେରାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉଛି ।ଓଡିଶାର ୯ମ ଓ ଭଦ୍ରକ ଜିଲାର ପ୍ରଥମ କାରଗିଲ ଶହୀଦ ହେଉଛନ୍ତି ନିରଞ୍ଜନ ା ନିରଞ୍ଜନଙ୍କ ସ୍ତ୍ରୀ-ସନ୍ଧ୍ୟାରାଣୀ ବେହେରା କୁହନ୍ତି,‘ସ୍ବାମୀ କାରଗିଲରେ ଶହୀଦ ହେଲେ। ସେତେବେଳେ ମୋର ପୁଅ ସମ୍ବିତଙ୍କୁ ଅଢେଇ ବର୍ଷ। ସ୍ବାମୀ ଶହୀଦ ବୋଲି ଗର୍ବ ତ ଅନୁଭବ କରୁଥାଏ କିନ୍ତୁ ସାରା ଦୁନିଆଟା ମତେ ଅନ୍ଧାର ଦେଖାଯାଉଥାଏ। ପୁଅକୁ ଚାହିଁ ଖାଲି କାନ୍ଦୁଥାଏ। ଏବେ ପୁଅ ବି.ଟେକ୍‌. ସାରି ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ । ଚଳିତବର୍ଷ ତାର ବିବାହ ହୋଇଛି। ପରିବାରରେ ବୋହୂ-ସତ୍ୟପ୍ରଭା ବେହେରା ା ମୋ ଶାଶୁ ଶ୍ୱଶୁରଙ୍କର ଦେହାନ୍ତ ହୋଇସାରିଛି । ପରିବାର କହିଲେ ମୋ ପୁଅ, ବୋହୂଙ୍କୁ ନେଇ ଚାନ୍ଦବାଲି ବଡବଜାରରେ ରହୁଛୁ। ମୁଁ ଚାନ୍ଦବାଲି ତହସିଲ ଅଫିସରେ ବରିଷ୍ଠ ସହାୟକ (ସିନିୟର ଆସିଷ୍ଟାଣ୍ଟ) ଭାବରେ କାର୍ଯ୍ୟରତ। ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚାକିରି ଓ ଶହୀଦଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଏକ ପ୍ଲଟ ଦିଆଯାଇଛି। ସରକାରଙ୍କ ତରଫରୁ ସ୍ବାମୀଙ୍କର ପେନସନ୍‌ ମିଳୁଛି। । ପ୍ରତିବର୍ଷ ସ୍ବାମୀଙ୍କ ଶ୍ରାଦ୍ଧବାର୍ଷିକ ପାଳନ ହେଉଛି। ଉଗ୍ରତାରା ସ୍ଥିତି ତାଙ୍କ ଘରେ ଏକ ଶହୀଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ପ୍ରଶାସନ, ସ୍ଥାନୀୟ ପୋଲିସ୍‌, ଅବସରପ୍ରାପ୍ତ ସେନା କର୍ମଚାରୀ ପକ୍ଷରୁ ଶହୀଦଙ୍କ ଶ୍ରାଦ୍ଧ ତିଥି, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ପାଙ୍ଗୁଡାସ୍ଥିତ ତାଙ୍କ ସମାଧି ପୀଠ ଓ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରାଯାଇଥାଏ। ଭଦ୍ରକ-ଚାନ୍ଦବାଲି ରାସ୍ତାରୁ ଶହୀଦଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ସରକାର ଶହୀଦ ନିରଞ୍ଜନ ମାର୍ଗ ଭାବରେ ନାମିତ କରିଛନ୍ତି । ଆଜି ଶହୀଦର ସ୍ତ୍ରୀ ଭାବରେ ମୁଁ ବହୁତ ଗର୍ବ ଅନୁଭବ କରେ।
ବୀର ସ୍ବାମୀଙ୍କ ପାଇଁ ଗର୍ବ କରେ: ଏ ମାଟି ବଳିଦାନର! ଏ ମାଟି ଶହୀଦଙ୍କର । ଆଜକୁ ପଚିଶ ବର୍ଷତଳେ ଦେଶମାତୃକାର ସେବା ପାଇଁ ଶତ୍ରୁପକ୍ଷ ସହିତ ଲଢେଇ କରି ସବୁଦିନ ପାଇଁ ଜୀବନ ଉତ୍ସର୍ଗ କରିଥିଲେ ବୀରଯବାନ ପ୍ରକାଶ ପରିଡ଼ା। କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ଶ୍ରୀରାମପୁର ଗ୍ରାମ। ଏହି ଗ୍ରାମର ପ୍ରଫୁଲ୍ଲ ପରିଡ଼ା ଓ ଶ୍ରୀମତୀ ଶଶିଦେବୀଙ୍କର ମଧ୍ୟମ ପୁତ୍ର ହେଲେ ପ୍ରକାଶ ପରିଡ଼ା। ସେ ସ୍କୁଲ ସମୟରୁ ଜଣେ ସୈନିକ ହେବାପାଇଁ ମନ ଭିତରେ ସ୍ଥିର କରିନେଇଥିଲେ। ୧୯୮୬ ମସିହାରେ ସେ ଭାରତୀୟ ସୈନ୍ୟ ବିଭାଗରେ ସୈନିକ ଭାବେ ଯୋଗ ଦେଇଥିଲେ। କିନ୍ତୁ ୧୯୯୯ ମସିହାରେ ପାକ୍‌ ଆତଙ୍କବାଦୀ ଯେତେବେଳେ ପାର୍ଲାମେଣ୍ଟ ଉପରେ ଆକ୍ରମଣ କଲେ, ସେହି ସମୟରେ ପ୍ରକାଶ ଜମ୍ମୁ-କଶ୍ମରୀର ଦରାଜ ସେକ୍ଟରରେ ପ୍ରତିପକ୍ଷ ଶତ୍ରୁଙ୍କ ସହିତ ବୀରତ୍ୱର ସହ ଲଢି ୫ଜଣଙ୍କୁ ଗୁଳିକରି ମାରି ଦେଇଥିଲେ। ପରେ ଶତ୍ରୁପକ୍ଷର ଗୁଳିମାଡ଼ରେ ଡିସେମ୍ବର ୧୯ ତାରିଖରେ ପ୍ରକାଶ ସବୁଦିନ ପାଇଁ ଶହୀଦ ହୋଇଯାଇଥିଲେ। ଶହୀଦ ପ୍ରକାଶଙ୍କ ମରଶରୀର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ୧୨୦ ବାଟାଲିୟନ ପକ୍ଷରୁ ତୋପ ସଲାମ ଦିଆଯାଇଥିଲା। ସେହିଦିନ ସନ୍ଧ୍ୟାରେ ଅମର ଶହୀଦ ପ୍ରକାଶଙ୍କ ଜନ୍ମଭୂଇଁ ଶ୍ରୀରାମପୁରରେ ତାଙ୍କର ମରଶରୀର ପହଞ୍ଚିବା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ତିନିମୁହାଣି ଛକ ନିକଟରେ ବିରାଟ ଶୋଭାଯାତ୍ରାରେ ବୀର ଶହୀଦ ପ୍ରକାଶ ଅମର ରହେ ଧ୍ୱନିରେ ଭୂମିରୁ ଭୂମା ଯାଏ ପ୍ରକମ୍ପିତ ହୋଇଥିଲା। କେବଳ ତାଙ୍କ ପରିବାର ନୁହେଁ ସାରା ଅଞ୍ଚଳ ଯେମିତି ସ୍ତବ୍ଧ ହୋଇଯାଇଥିଲା। ଶହୀଦଙ୍କ ୮୦ ବର୍ଷୀୟା ମା’ ଶଶିରେଖା ଦେବୀ କୁହନ୍ତି,‘ମୋର ୩ ପୁଅଙ୍କ ମଧ୍ୟରୁ ମଝିଆ ପୁଅ ପ୍ରକାଶ ସେନାରେ ଯୋଗଦେଇ ଶହୀଦ ହୋଇଗଲା। ବଡ଼ପୁଅ ପ୍ରସନ୍ନ ମଧ୍ୟ ସୈନିକ ହୋଇ ଅବସର ନେଇଛି। ବୀରପୁଅଙ୍କୁ ଜନ୍ମଦେଇ ସର୍ବଦା ଗର୍ବ ଅନୁଭବ କରୁଛି’।ଏକଥା କହିବାବେଳେ ବୀର ଶହୀଦଙ୍କ ମା’ଙ୍କ ଆଖିର ଲୁହ କିନ୍ତୁ ବୋଲ ମାନୁ ନ ଥିଲା। ଏବେ ଶହୀଦ ପ୍ରକାଶଙ୍କ ଦୁଇ ପୁଅଙ୍କ ମଧ୍ୟରେ ବଡ଼ ସାଇ ଦେବାଶିଷ ଓ ସାନପୁଅ ସାଇ ସରୋଜ କଲେଜରେ ପାଠ ପଢୁଛନ୍ତି। ପ୍ରକାଶଙ୍କ ପତ୍ନୀ ବିନିଦେବୀ କୁହନ୍ତି, ‘ମୁଁ ସେତେବେଳେ ଜଳନ୍ଧରରେ କ୍ୱାର୍ଟରରେ ଥିଲି। ଯୁଦ୍ଧ ଆରମ୍ଭ ହେବାରେ ସେ ପରିବାରକୁ ଛାଡ଼ି ପଞ୍ଜାବରୁ ସିଧାସଳଖ ଜମ୍ମୁ କାଶ୍ମୀର ଯୁଦ୍ଧକ୍ଷେତ୍ରକୁ ଚାଲି ଯାଇଥିଲେ। ପିଲାମାନଙ୍କୁ ଶେଷଥର ଦେଖି କର୍ମକ୍ଷେତ୍ରକୁ ଯାଇଥିଲେ ଯେ ଆଉ ଫେରି ନ ଥିଲେ। କେତେ ଠାକୁରଙ୍କୁ ଡାକିଥିଲି। ହେଲେ ଠାକୁର ମୋ ଡାକ ଶୁଣି ନ ଥିଲେ। ତା’ପର ଦିନ ଶୁଣିଲି ସେ ଶହୀଦ ହୋଇଗଲେ। ବୀର ଯବାନ ପ୍ରକାଶ ଆଉ ଯୁଦ୍ଧରଣଭୂଇଁରୁ ଫେରିନଥିଲେ, ଫେରିଥିଲା ତାଙ୍କ ଅମର ଶରୀର। ସେତେବେଳେ ସାନପୁଅ ୨ବର୍ଷର, ବଡ଼ପୁଅ ୫ ବର୍ଷର । ଆଜି ବି ସେଦିନର କଥା ମନେପଡ଼ିଲେ ଦେହ ଥରିଯାଏ। ତଥାପି ବୀର ସ୍ବାମୀଙ୍କ ବଳିଦାନକୁ ମନେପକାଇ ନିଜକୁ ଭାଗ୍ୟବାନ ବୋଲି ମନେକରେ।
ଏବେ ବି ଝୁରୁଛି ଜନ୍ମମାଟି: ସେ ଥିଲେ ବାପମା’ଙ୍କର ବଡ଼ପୁଅ । ଯୁବା ବୟସରେ ଦେଶ ପାଇଁ ଜୀବନଦେଇ ସବୁଦିନ ପାଇଁ ସେ ଅମର ହୋଇରହିଗଲେ। ସେହେଲେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନେମାଳ ଥାନା ଅଧୀନ ଜନାର୍ଦ୍ଦନପୁର ଗ୍ରାମର ଗୋପୀନାଥ ମହାରଣା । ଜନ୍ମ ୧୯୭୭ ମସିହାରେ। ମାତା ଝୁମୁରି ମହାରଣା, ପିତା ଯଦୁମଣି ମହାରଣା। ଗୋପନାଥ ମହାରଣାଙ୍କୁ ଯେତେବେଳେ ୧୮ବର୍ଷ ହୋଇଥିଲା, ସେହି ବୟସରେ ସେ ୫୨୮ ବାଟାଲିୟନରେ ଯୋଗ ଦେଇଥିଲେ। ସେନା ବିଭାଗରେ ଡ୍ରାଇଭର କାର୍ଯ୍ୟ କରୁଥିଲେ। ୧୯୯୯ ମସିହା କାରଗିଲ ଯୁଦ୍ଧ ସମୟରେ ଅସ୍ତ୍ରଶସ୍ତ୍ର ନେଇ ଯାଉଥିବାବେଳେ ମେ ୧୯ ତାରିଖରେ ଶତ୍ରୁପକ୍ଷର ଗୁଳିରେ ଗୋପୀନାଥ ଶହୀଦ ହୋଇଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା। ଅବିବାହିତ ଥିଲେ। ସେତେବେଳେ ପୁଅର ଶହୀଦ ଖବର ଶୁଣି ମା, ବାପା ଭଉଣୀ ଭାଇ ଜ୍ଞାତି କୁଟୁମ୍ବ ଏମିତିରେ ସାରା ଗାଁରେ ଶୋକରଛାୟା ଖେଳିଯାଇଥିଲା। ଏହି ଘଟଣା ଆଜକୁ ପ୍ରାୟ୨୫ବର୍ଷ ବିତିସାରିଲାଣି । ଇତିମଧ୍ୟରେ ତାଙ୍କର ପିତା ଯଦୁମଣିଙ୍କ ପରଲୋକ ହୋଇ ସାରିଲାଣି। ଶହୀଦ ଗୋପୀନାଥଙ୍କ ପରିବାରରେ ୭୫ ବର୍ଷୀୟା ମାତା ଝୁମୁରା ମହାରଣା ଅଛନ୍ତି। ସେ ଶହୀଦ ଗୋପୀନାଥଙ୍କ ପ୍ରତିମୂତ୍ତିକୁ ଦେଖିଲେ ବାହୁନି ବାହୁନି କାନ୍ଦୁଛନ୍ତି। ପରିବାରରେ ଅନ୍ୟମାନଙ୍କ ମଧ୍ୟରେ ଗୋପୀନାଥଙ୍କ ଦୁଇ ଭଉଣୀ ସବିତା ଓ କବିତାଙ୍କ ବିବାହ କେବେଠାରୁ ସରିଯାଇଛଛି। ସାନଭାଇ ରତିକାନ୍ତ ଘରେ ବିଭିନ୍ନ କାମଦାମ କରି ଚଳୁଛନ୍ତି। ମଝିଆ ଭାଇ ରମାକାନ୍ତ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଛନ୍ତି। ତେବେ ଶହୀଦ ଗୋପୀନାଥ ଦେଶ ମାତୃକାର ପାଇଁ ବଳିଦାନର ଆଜିବି ତାଙ୍କର ଜନ୍ମମାଟି ସ୍ମୃତିକୁ ଉଜାଗର କରିପାରିଛି। ଗାଁରେ କାର୍ଗିଲ ବିଜୟ ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥାଏ। ତାଙ୍କର ଭଉଣୀ ଓ ଭାଇ ବୀରଯବାନ ଭାଇଙ୍କ ବଳିଦାନରେ ଗର୍ବ ଅନୁଭବ କରୁଥିବାବେଳେ ଭାଇକଥା ମନେପକାଇ କିଛିକ୍ଷଣ ନୀରବି ଯାଉଛନ୍ତି। ପ୍ରତିବର୍ଷ ରାଖୀପୂର୍ଣ୍ଣିମା ଆସିଲେ ଭଉଣୀ ଭାଇକଥାକୁ ମନେପକାଇ କାନ୍ଦିଥାଏ। ଶହୀଦ ଗୋପୀନାଥଙ୍କ ଦେଶ ମାତୃକାର ବଳିଦାନର ସ୍ମୃତିକୁ ତାଙ୍କର ଜନ୍ମମାଟି ସର୍ବଦା ସ୍ମରଣ କରିଥାଏ।
ବାପା ବୀରଯବାନ, ପୁଅ ଅମର ଶହୀଦ – ଦେଶ ସୁରକ୍ଷା ପାଇଁ ଭାରତୀୟ ସେନାରେ ତାଙ୍କର ବାପା ଯୋଗ ଦେଇଥିଲେ। ସମୟକ୍ରମେ ପୁଅ ମଧ୍ୟ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଜଣେ ସୈନିକ ହେଲେ। କିନ୍ତୁ ଦେଶ ଜାତିପାଇଁ ପୁଅ ଜୀବନ ଦେଇ ଅମର ହୋଇ ରହିଛନ୍ତି। ସେ ହେଲେ ବୀରଯବାନ ଗଙ୍ଗାରାମ ଦାସ, ଯିଏ କି ଶହୀଦ ଗଙ୍ଗାରାମ ଦାସ ଭାବେ ପରିଚିତ। ଘର ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁସୁଡ଼ା ଗାଁରେ । ବର୍ତ୍ତମାନ ବାଲେଶ୍ୱର ସଦର ଥାନା ଅଧୀନ ହରିଡ଼ା ଗ୍ରାମରେ ରହିଛି ଶହୀଦ ଗଙ୍ଗାରାମ ଦାସଙ୍କ ସ୍ମୃତି କମିଟି । ୧୯୯୯ କାର୍ଗିଲ ଯୁଦ୍ଧରେ ପ୍ରାଣ ହରାଇଥିବା ଶହୀଦଙ୍କ ନାମରେ ଶହୀଦ ଗଙ୍ଗାରାମ ସ୍ମୃତି କମିଟି ଗଠନ ହୋଇଛି। ତାଙ୍କ ବାସଭବନରେ ପ୍ରତିବର୍ଷ ଶହୀଦ ଦିବସରେ ଶହୀଦ ଗଙ୍ଗାରାମ ଦାସଙ୍କ ସ୍ମୃତିଚାରଣ କରାଯାଇଥାଏ। ଏଥିରେ ପୂର୍ବତନ ସେନା କର୍ମଚାରୀ ବିଜୟ ଦାସ ସଭାପତି, କାର୍ତ୍ତିକ ଗିରି ସମ୍ପାଦକ ଏବଂ ସଦସ୍ୟ ଭାବେ ତାଙ୍କ ବାପା ଶ୍ୟାମସୁନ୍ଦର ଏବଂ ଅନ୍ୟ ୧୪ଜଣଙ୍କୁ ନେଇ କମିଟି ଗଠନ କରାଯାଇଛି। ପ୍ରତିବର୍ଷ ଜୁଲାଇ ୨୬ରେ ଏଠାରେ ପାଳନ ହେଉଛି ଶହୀଦ ଦିବସ। ଏଥିରେ ସ୍ଥାନୀୟ ମହାବିଦ୍ୟାଳୟ ଏବଂ ବୈଷୟିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଯୋଗଦେଇଥାନ୍ତି। ଏହି ଦିନକୁ ଦେଖି ସ୍ଥାନୀୟ ଅଞ୍ଚଳରେ କେତେକ ଯୁବପିଢ଼ି ଦେଶ ମାତୃକାର ସେବା କରିବା ପାଇଁ ଅନୁପ୍ରାଣିତ ହୋଇଥାନ୍ତି। ସ୍ଥାନୀୟ ଲୋକଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଗଙ୍ଗାରାମଙ୍କର ଦେଶପ୍ରେମ ଓ ବୀରତ୍ୱର ଗାଥା ଗାନ କରିଥାନ୍ତି। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁସୁଡ଼ା ଗ୍ରାମର ଶ୍ୟାମସୁନ୍ଦର ଦାସ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଧର୍ମପତ୍ନୀ ଶାନ୍ତିଲତା ଦାସଙ୍କର ବଡ଼ପୁଅ ଥିଲେ ଗଙ୍ଗାରାମ। ଜଳେଶ୍ୱର ଡିକେ କଲେଜରେ ଯୁକ୍ତ୨ ପଢୁଥିବା ବେଳେ ସେ ୧୬ବର୍ଷ ବୟସରେ ଅର୍ଥାତ୍‌ ୧୯୮୩ ମସିହାରେ ଭାରତୀୟ ସେନା ବାହିନୀରେ ସେ ମେକାନିକାଲ୍‌ ପୋଷ୍ଟରେ ଯୋଗଦେଇଥିଲେ। ସିକନ୍ଦରାବାଦ ଇଏମ୍‌ଇ ସେଣ୍ଟରରେ ଟ୍ରେନିଂ ପ୍ରାପ୍ତ ପରେ ଦେଶ ସେବା ପାଇଁ ବିଭାଗ ଦ୍ୱାରା ନିର୍ଦ୍ଧାରିତ କ୍ଷେତ୍ରରେ ଯୋଗଦେଇଥିଲେ। ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗଙ୍ଗାରାମ ଦେଶ ସେବା ପାଇଁ ସୈନ୍ୟବାହିନୀରେ ଭର୍ତ୍ତି ହୋଇଥିଲେ। ୧୯୯୯ ମସିହା ଜୁଲାଇରେ ଚାଲିଥିବା କାର୍ଗିଲ ଯୁଦ୍ଧରେ ସେ ଶତ୍ରୁ ସହ ବୀରତ୍ୱର ସହକାରେ ଲଢ଼ି ପ୍ରାଣ ହରାଇଥିଲେ। ଗଙ୍ଗାରାମଙ୍କ ବିୟୋଗରେ ତାଙ୍କର ପନତ୍ୀ ମନିମାଳା ଦାସ, ପୁଅ ଅନୁପମ ଦାସ, ମଝିଆ ଭାଇ ସୀତାରାମ ଓ ସାନଭାଇ ପର୍ଶୁରାମ ତଥା ପରିବାରର ଅନ୍ୟ ସଦସ୍ୟମାନେ ମ୍ରିୟମାଣ ହୋଇପଡ଼ିଥିଲେ। ଶହୀଦଙ୍କ ପନତ୍ୀଙ୍କୁ ତତ୍କାଳୀନ ରାଜ୍ୟ ସରକାର ଏକ ସରକାରୀ ଚାକିରିରେ ଥଇଥାନ କରିଛନ୍ତି। ଏବେ ମନିମାଳା ବାଲେଶ୍ୱର କଲେକ୍ଟୋରେଟ୍‌ରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତା ଓ ପୁଅ ଅନୁପମ କଲିକତାର ଏକ ପ୍ରାଇଭେଟ୍‌ କମ୍ପାନୀରେ କାର୍ଯ୍ୟରତ। ପରିବାରରେ ଆର୍ଥିକ ଅଭାବ, ଅନଟନ ନ ଥିଲେ ମଧ୍ୟ ଦେଶପାଇଁ ଜୀବନ ଦେଇଥିବା ଗଙ୍ଗାରାମଙ୍କ ପାଇଁ ପରିବାର ଲୋକେ ଯେତିକି ଗର୍ବିତ ତାଙ୍କର ଅନୁପସ୍ଥିତି ପରିବାର ପାଇଁ ସେତିକି ଶୂନ୍ୟତା ସୃଷ୍ଟି କରିଛି। ଶ୍ୟାମସୁନ୍ଦର ସୈନ୍ୟବାହିନୀରୁ ଅବସର ପରେ ବାଲେଶ୍ୱର ଆଲୟେଜ୍‌ରେ କାର୍ଯ୍ୟ କରୁଥିଲେ। ୧୯୯୦ରେ କୁରୁଡ଼ାସ୍ଥିତ ହରିଡ଼ା ଗ୍ରାମରେ ଜାଗାଟିଏ କିଣି ୧୯୯୫ରେ ଘର କରି ରହିଆସୁଥିଲେ। ସେତେବେଳେ ଉକ୍ତ ରାସ୍ତାରେ କାଁ ଭାଁ ଗୋଟେ ଅଧେ ଘର ଥିଲା। ପରେ ଉକ୍ତ ଅଞ୍ଚଳ ଜନବସତିରେ ପରିଣତ ହୋଇଥିବାରୁ ସ୍ଥାନୀୟ ଲୋକେ ଶ୍ୟାମସୁନ୍ଦରଙ୍କୁ ଜଣେ ମୁରବି ଭଳି ସମ୍ମାନ ଦେଉଥିବାବେଳେ ତାଙ୍କ ପରିବାର ପ୍ରତି ଶ୍ରଦ୍ଧା ଓ ସମ୍ମାନ ଅତୁଟ ରହିଛି। କମିିଟି ପକ୍ଷରୁ କୁରୁଡ଼ାରୁ ବାଙ୍ଗରା, ସାଉଁ ଦେଇ ଯାଇ ବାଲେଶ୍ୱର ସହରର ମଠସାହି ତାରିଣୀଛକକୁ ଯୋଗାଯୋଗ କରୁଥିବା ରାସ୍ତାକୁ ଶହୀଦ ଗଙ୍ଗାରାମ ରୋଡ୍‌ରେ ନାମିତ କରିବା ପାଇଁ କମିଟି ପକ୍ଷରୁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ଏଥିସହିତ କୁରୁଡ଼ା ଛକରେ ଗଙ୍ଗାରାମଙ୍କର ଷ୍ଟାଚ୍ୟୁ ନିର୍ମାଣ ଏବଂ ହରିଡ଼ା ଗ୍ରାମରେ ଏକ ଲାଇବ୍ରେରି ପ୍ରତିଷ୍ଠା ପାଇଁ କମିଟି ପକ୍ଷରୁ ଦାବି ହୋଇଛି। ଏମିତି ଦେଶଜାତି ପାଇଁ ବଳିଦାନ ଦେଇଥିବା ଶହୀଦ ଅମର ହୋଇ ଯୁଗଯୁଗକୁ ରହିଥିବେ।
ବନବିହାରୀ ବେହେରା, ମାନସ ବିଶ୍ୱାଳ,
ଭାସ୍କର ରାଉତରାୟ, ଅଶୋକ ପଣ୍ଡା,
କିରଣ ଶଙ୍କର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri