Posted inଭଦ୍ରକ

ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ

ବାସୁଦେବପୁର,୨୩ା୫, (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳ ବଙ୍ଗୋପସାଗର ତଟବର୍ତ୍ତୀ ସଂଲଗ୍ନ ନିର୍ବାଚନ ମଣ୍ଡଳୀ ଅଟେ। ଗତ ୧୯୯୯ ମହାବାତ୍ୟା ବେଳେ ଏହି ନିର୍ବାଚନ ମଣ୍ଡଳୀର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପରବର୍ତ୍ତୀ ସମୟରେ ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଓ ଭୟଙ୍କର ବନ୍ୟା, ବାତ୍ୟାରୁ ଜନଜୀବନକୁ ସୁରକ୍ଷିତ କରିବା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ବିଭାଗ ଆନୁକୂଲ୍ୟରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାର ଯୋଜନା ହୋଇଥିଲା। ରାଜ୍ୟ ସରକାରଙ୍କର ଏହି ଯୋଜନା ପରବର୍ତ୍ତୀ ସମୟରେ ଧନଜୀବନ ରକ୍ଷା କ୍ଷେତ୍ରରେ ରକ୍ଷା କବଚ ସାଜିିଥିଲା। ତକତ୍ାଳୀନ ସମୟର ବାସୁଦେବପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଉଦ୍ୟମରେ ବାସୁଦେବପୁର ଅଞ୍ଚଳରେ ପ୍ରାୟ ୩୯ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାରେ ସଫଳ ହୋଇଥିଲେ। ବ୍ଲକର ୩୬ ପଞ୍ଚାୟତରେ ୩୮ଟି ଓ ପୌରପାଳିକାରେ ଗୋଟିଏକୁ ମିଶାଇ ମୋଟ ୩୯ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସହଯୋଗରେ ୨୦୦୨ ମସିହାଠାରୁ ୪ଟି ପର୍ଯ୍ୟାୟକ୍ରମେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ବାତ୍ୟା ଆଶ୍ରୟସ୍ଥଳ ନିର୍ମିତ ହୋଇଛି। ଏଥିମଧ୍ୟରୁ ୩୮ଟି ବାତ୍ୟାଶ୍ରୟସ୍ଥଳକୁ ଜରୁରୀ ଯନ୍ତ୍ରପାତି ଯୋଗାଣ ହୋଇଥିବା ବେଳେ ବାଲିମେଦରେ ନୂତନ କରି ନିର୍ମିତ ବାତ୍ୟା ଆଶ୍ରୟସ୍ଥଳକୁ ଉପକରଣ ଯୋଗାଣ ହୋଇନାହିଁ। ତେବେ ଏହି ୩୮ଟି ବାତ୍ୟାଶ୍ରୟସ୍ଥଳକୁ ଯୋଗାଇ ଦିଆଯାଇଥିବା ଜେନେରେଟର୍‌, ଆସ୍କା ଲାଇଟି ସମେତ ବିଭିନ୍ନ ଆବଶ୍ୟକ ଉପକରଣ ୨୯ଟି ବାତ୍ୟାଶ୍ରୟସ୍ଥଳରେ ଅଚଳ ଓ ନଷ୍ଟ ହୋଇଗଲାଣି।
ବ୍ୟବହାର ଓ ରକ୍ଷଣାବେକ୍ଷଣ ଅଭାବରୁ ସମସ୍ତ ଉପକରଣ ଆଉ କାମରେ ଆସୁନାହିଁ। ସେହିପରି ପ୍ରତିବର୍ଷ ଜୁନ୍‌ ୧୯ ତାରିଖରେ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ଗଚ୍ଛିତ ଥିବା ଉପକରଣ ଯାଞ୍ଚ କେବଳ କାଗଜ କଲମରେ ସୀମିତ ରହୁଛି। ବିଭିନ୍ନ ବାତ୍ୟାଶ୍ରୟ ସ୍ଥଳରେ ଯନ୍ତ୍ରପାତି ଖରାପ ଓ ନଷ୍ଟ ହୋଇଯାଇଥିବା ବେଳେ ନୂତନ ଉପକରଣ ବାତ୍ୟା ଆଶ୍ରୟସ୍ଥଳକୁ ଯୋଗାଇ ଦିଆଯାଉନାହିଁ କି ଏହାର ତଦାରଖ ମଧ୍ୟ ଠିକ୍‌ ଭାବେ କରାଯାଉନାହିଁ। ସେହିପରି ବିଭିନ୍ନ ବାତ୍ୟାଶ୍ରୟସ୍ଥଳ ଦୀର୍ଘ ଦିନ ଧରି ମରାମତି ହୋଇ ନ ଥିବାରୁ ଏହା ଅସୁରକ୍ଷିତ ହୋଇପଡ଼ିଲାଣି। ଅନ୍ୟ କେତେକରେ କବାଟ ଝରକା ନଷ୍ଟ ହୋଇଥିବା ବେଳେ କାନ୍ଥ ଫାଟିବା ସହ ଲାଇଟ୍‌ ଓ ପାଣିରେ ଅବ୍ୟବସ୍ଥା ଯୋଗୁ ନଷ୍ଟ ହେବାକୁ ବସିଲାଣି। ବନ୍ୟା, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅଞ୍ଚଳବାସୀ ଆଶ୍ରୟ ନେବାକୁ ବାତ୍ୟାଶ୍ରୟସ୍ଥଳ ଉପରେ ଭରସା କରିପାରୁନାହାନ୍ତି। ଅଚଳ ଯନ୍ତ୍ରପାତିକୁ ସଚଳ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ଏଦିଗରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବାତ୍ୟା ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ଦିଗରେ ଗୁରୁତ୍ୱ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri