ମାଲକାନଗିରି ବିମାନବନ୍ଦରରେ ଟ୍ରାଏଲ ରନ୍‌, ଅବତରଣ କଲା VT-100 ବିମାନ

ମାଲକାନଗିରି,୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରିରେ ଖୁବ୍‌ଶୀଘ୍ର କାର୍ଯ୍ୟମକ୍ଷ ହେବାକୁ ଯାଉଛି ରାଜ୍ୟର ଆଉ ଏକ ବିମାନବନ୍ଦର। ଏହି ପରିପ୍ରେକ୍ଷୀରେ ମାଲକାନଗିରି ବିମାନବନ୍ଦରରେ ରବିବାର ଟ୍ରାଏଲ ରନ୍‌ ହୋଇଛି। ସଫଳତାର ସହିତ VT-100 ବିମାନ ଅବତରଣ କରିଛି।

ଆଜି ପରୀକ୍ଷାମୂଳକ ଭାବେ VT-100 ବିମାନ ଅବତରଣ ପରେ ପାଇଲଟ୍‌ ପୂରା ବିମାନ ବନ୍ଦରକୁ ଯାଞ୍ଚ କରିଛନ୍ତି। ଯାଞ୍ଚ ପରେ ବିମାନ ବନ୍ଦରର ପ୍ରସ୍ତୁତିକୁ ପାଇଲଟ୍‌ ପ୍ରଶଂସା ବି କରିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ସେବାର କରିବେ ଲୋକାର୍ପଣ । ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନବନ୍ଦରରେ ୧୬୨୦ ମିଟର ରନଓ୍ବେ ପ୍ରସ୍ତୁତ ହୋଇରହିଛି।